Jyotish Shastra- ଶନିଦେବ ହେଲେ ଅସ୍ତ, ଏହି ୬ ଟି ରାଶି ହେବେ କୋଟିପତି

ଶନିଦେବ ନ୍ୟାୟର ଦେବତା ଅଟନ୍ତି । ଯଦି କୌଣସି ବ୍ୟକ୍ତିର ଜାତକରେ ଶନି ଗ୍ରହର ସ୍ଥିତି ଠିକ ଅଛି ତେବେ ଏହି କାରଣରୁ ତାକୁ ଶୁଭ ଫଳ ପ୍ରାପ୍ତି ହୋଇଥାଏ । କିନ୍ତୁ ଯଦି ଏହାର ସ୍ଥିତି ଠିକ ନାହିଁ ତେବେ ଏହି କାରଣରୁ ଜୀବନରେ ବହୁତ ସମସ୍ୟା ଉତ୍ପନ୍ନ ହୋଇପାରେ । ଆପଣଙ୍କୁ କହିଦେଉଛୁ କି ଶନିଦେବ ୭ ଜାନୁଆରୀ ୨୦୨୧ ସନ୍ଧ୍ୟା ସମୟ ୫.୩୮ ସମୟରେ ପଶ୍ଚିମରେ ଅସ୍ତ ହୋଇଛନ୍ତି ଓ ଏହା ପୁଣି ୯ ଫେବ୍ରୁୟାରୀର ମଧ୍ୟ ରାତ୍ରି ୧୨.୫୦ରେ ପୂର୍ବରେ ଉଦୟ ହେବେ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଅସ୍ତ ହେବା କାରଣରୁ ସମସ୍ତ ୧୨ ଟି ରାଶି ଉପରେ ଏହାର କିଛି ନା କିଛି ପ୍ରଭାବ ଅବଶ୍ୟ ପଡିବ । ଆଜି ଆମେ ଆପଣଙ୍କୁ ଶନି ଆସ୍ତ ହେବା ଦ୍ଵାରା କେଉଁ ରାଶିମାନଙ୍କୁ ଶୁଭ ଫଳ ପ୍ରାପ୍ତି ହେବ ସେହି ବିଷୟରେ କହିବାକୁ ଯାଉଛୁ ।

ଆସନ୍ତୁ ଜାଣିବା ଶନି ଅସ୍ତ ହେବା ଦ୍ଵାରା କେଉଁ ରାଶିମାନଙ୍କୁ ମିଳିବ ଶୁଭ ଫଳ

ମିଥୁନ ରାଶି

ଏହି ରାଶିର ଲୋକମାନଙ୍କର ଶନି ଅସ୍ତ ହେବା ଦ୍ଵାରା ଶୁଭ ପରିଣାମ ହାସଲ ହେବ । ଆପଣଙ୍କର ଅଟକିଥିବା ସମସ୍ତ କାର୍ଯ୍ୟ ପୁରା ହୋଇଯିବ । ଆପଣ ନିଜର ବିରୋଧୀମାନଙ୍କୁ ପରାସ୍ତ କରିବେ । ମାନସିକ ସମସ୍ୟା କମ ହେବ । କୌଣସି ପୁରୁଣା ରୋଗରୁ ମୁକ୍ତି ମିଳିପାରେ । ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢିବ । କୋର୍ଟ କଚେରୀ ମାମଲା ସହଜରେ ସମାଧାନ ହୋଇଯିବ । ବିଦ୍ୟାର୍ଥୀ ବର୍ଗର ଲୋକମାନଙ୍କୁ ସମସ୍ତ ପ୍ରତିଯୋଗୀତା ପରୀକ୍ଷାରେ ଭଲ ଫଳାଫଳ ହାସଲ ହେବ ।

କର୍କଟ ରାଶି

କର୍କଟ ରାଶିର ଲୋକମାନଙ୍କୁ ଶନିଦେବଙ୍କ ଅସ୍ତ ହେବା କାରଣରୁ ବ୍ୟାପାରରେ ଭଲ ଲାଭ ମିଳିବାର ସମ୍ଭାବନା ଅଛି । ଆର୍ଥିକ ମ୍ମାଳାରେ ଆପଣଙ୍କୁ ଲଗାତାର ସଫଳତା ହାସଲ ହେବାର ଯୋଗ ନଜର ଆସୁଛି । ଆପଣ ଧନ ସଞ୍ଚଯ କରିବାରେ ସଫଳ ରହିବେ । ବିଦ୍ୟାରଥିମାନଙ୍କର ସମୟ ଶୁଭ ରହିବ । କୌଣସି ପ୍ରତିଯୋଗୀ ପରୀକ୍ଷାରେ ସଫଳତା ହାସଲ ହୋଇପାରେ । ଶଶୁର ଘର ପକ୍ଷରୁ ଆପଣଙ୍କ ସମ୍ପର୍କ ମଧୁର ରହିବ ।

ତୁଳା ରାଶି

ତୁଳା ରାଶିର ଲୋକମାନଙ୍କ ପାଇଁ ଶନି ଅସ୍ତ ହେବା ଲାଭକାରୀ ପ୍ରମାଣିତ ହେବ । ଆପଣଙ୍କ କାର୍ଯ୍ୟ ବ୍ୟାପାର ପାଇଁ ଏହି ସମୟ ଉତ୍ତମ ରହିବ । ଚାକିରି କ୍ଷେତ୍ରରେ ଉନ୍ନତି ହାସଲ ହେବ । ବଡ ଅଧିକାରୀମାନଙ୍କ ସହିତ ଭଲ ସମ୍ବନ୍ଧ ରହିବ । ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପ୍ରାପ୍ତି ହେବ । ସମ୍ପତ୍ତି ସହ ଜଡିତ ମାମଲାରେ ସମଧାନ ହୋଇଯିବ ।

ଧନୁ ରାଶି

ଧନୁ ରାଶିର ଲୋକମାନଙ୍କୁ ଶନି ଅସ୍ତ ହେବା କାରଣରୁ ଆର୍ଥିକ ପକ୍ଷ ମଜବୁତ ହେବ । ଘର ପରିବାରରେ ଚାଲୁଥିବା ସମସ୍ୟାର ସମଧାନ ବାହାରିଯିବ । ସ୍ୱାସ୍ଥ୍ୟରେ ସୁଧାର ଆସିବ । ବିଦ୍ୟାର୍ଥୀମାନଙ୍କୁ କୌଣସି ପ୍ରତିଯୋଗୀ ପରୀକ୍ଷାରେ ବସିବାକୁ ଚାନ୍ସ ମିଳିପାରେ । ଆପଣଙ୍କୁ ଶିକ୍ଷା କ୍ଷେତ୍ରରେ ଭଲ ସଫଳତା ହାସଲ ହେବ । କୋର୍ଟ କଚେରୀ ମାମଲାରେ ସଫଳତା ହାସଲ ହେବ । ଭାଇ ଭଉଣୀ ଓ ବନ୍ଧୁମାନଙ୍କ ପୁରା ସହଯୋଗ ପ୍ରାପ୍ତ ହେବ । ଆପଣଙ୍କ ମନୋବଳ ମଜବୁତ ରହିବ । ଚାକିରି ଖୋଜୁଥିବା ଲୋକମାନଙ୍କୁ ଶୀଘ୍ର ଚାକିରି ମିଳିପାରେ ।

ମକର ରାଶି

ମକର ରାଶିର ଲୋକମାନଙ୍କୁ ଶନି ଅସ୍ତ ହେବା କାରଣରୁ ଅଟକିଥିବା କାମ ଆରମ୍ଭ ହୋଇଯିବ । ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହେବ । ଆପଣଙ୍କ ଦ୍ଵାରା ନିଆଯାଇଥିବା ନିଷ୍ପତି ଲାଭଦାୟକ ପ୍ରମାଣିତ ହେବ । କାର୍ଯ୍ୟ କ୍ଷେତ୍ରରେ ସମସ୍ତ ଲୋକମାନଙ୍କ ସହିତ ତାଳମେଳ ରହିବ । ଛାତ୍ରମାନଙ୍କ ମନ ପଢାରେ ଲାଗିବ । ଆପଣଙ୍କ ପରିଶ୍ରମ ରଙ୍ଗ ଆଣିବ ।

ମୀନ ରାଶି

ମୀନ ରାଶିର ଲୋକମାନଙ୍କ ପାଇଁ ଶନି ଅସ୍ତ ହେବା ଫଳଦାୟକ ହେବ । ଆପଣଙ୍କ ଦ୍ଵାରା କରାଯାଇଥିବା ପ୍ରୟାସରେ ଭଲ ଫଳାଫଳା ମିଳିବ । ଚାକିରି ବ୍ୟାପାରରେ ସଫଳତା ହାସଲ ହେବ । ଆପଣ ନିଜର ଦାୟିତ୍ଵକୁ ସଠିକ ଭାବରେ ପୁରା କରିବେ । କାର୍ଯ୍ୟ କ୍ଷେତ୍ରରେ ଆପଣ ଭଲ ଆଦର ସେନ୍ହ ପାଇବେ । ପରିବାରର ବରିଷ୍ଠ ସଦସ୍ୟ ତଥା ଭାଇମାନଙ୍କ ପୁରା ସହଯୋଗ ମିଳିବାର ସମ୍ଭାବନା ଅଛି । ବିଦ୍ୟାର୍ଥୀ ବର୍ଗର ଲୋକମାନେ କୌଣସି ପ୍ରତିଯୋଗୀ ପରୀକ୍ଷାରେ ସଫଳତା ହାସଲ କରିବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।