କମ କହୁଥିବା ମହିଳାମାନେ କେମିତି ହୋଇଥାନ୍ତି, ଆଚାର୍ଯ୍ୟ ଚାଣକ୍ୟ

ଆଜି ଆମେ ଆପଣଙ୍କୁ ଆଚାର୍ଯ୍ୟ ଚାଣକ୍ୟଙ୍କ କିଛି ଏମିତି ନୀତି ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ବହୁତ କାମରେ ଆସିବ । ଆପଣ ସମସ୍ତେ ଆଚାର୍ଯ୍ୟ ଚାଣକ୍ୟଙ୍କ ବିଷୟରେ ଜାଣିଛନ୍ତି । ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ, ଅର୍ଥ କୁଶଳ, ମହାନ ରାଜନୀତିଜ୍ଞ ଥିଲେ । ଚାଣକ୍ୟଙ୍କ ନୀତି ଏହି କାରଣରୁ ଶ୍ରେଷ୍ଠ କୁହାଯାଏ ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟଙ୍କୁ ଚେତାବନୀ ଦେଇ ସ୍ପଷ୍ଟ ଭାଷାରେ ନୀତି ଗୁଡିକର ରଚନା କରିଛନ୍ତି ।

ଯାହାକୁ ସାଧାରଣ ମାନବବି ସହଜରେ ବୁଝି ନିଜ ଜୀବନରେ ସଫଳତା ପ୍ରାପ୍ତ କରି ପାରିବ । ଚାଣକ୍ୟ ଅଧିକ ଓ କମ କହୁଥିବା ଲୋକମାନଙ୍କ ବିଷୟରେ ବହୁତ ମହତ୍ଵପୂର୍ଣ ଜ୍ଞାନ ଦେଇଛନ୍ତି । ଚାଣକ୍ୟଙ୍କ ଅନୁସାରେ ମନୁଷ୍ୟକୁ କାଉ ଭଳି ହେବା ଉଚିତ । କାରଣ କାଉ ମଧ୍ୟରେ କିଛି ଏମିତି ଗୁଣ ଥାଏ ଯାହା ତାକୁ ସବୁ ସମସ୍ୟାରୁ ବଞ୍ଚାଇ ଥାଏ । ଏହି କାରଣରୁ କାଉକୁ ସବୁଠୁ ବୁଦ୍ଧିମାନ ପକ୍ଷୀ ବି କୁହାଯାଏ ।

ଏହା ସହିତ ଚାଣକ୍ୟ ନିଜ ନୀତିରେ କମ କହୁଥିବା ଲୋକମାନଙ୍କ ପାଇଁ ଗଛ ଗୁଡିକର ବି ଉଦାହରଣ ଦେଇଛନ୍ତି । ଗଛର ଏହି ଉଦାହରଣ ଦ୍ଵାରା କମ କହୁଥିବା ଲୋକମାନେ ବହୁତ କିଛି ଶିଖି ପାରିବେ ଓ ସବୁ ସମସ୍ୟାକୁ ସହଜରେ ସମାପ୍ତ କରି ପାରିବେ । ସେମିତି ତ କହିବାକୁ ଗଲେ କମ କହିବା ଭଲ ବୋଲି କୁହାଯାଏ । ଏହା ଏକ ବୁଦ୍ଧିମାନ ବ୍ୟକ୍ତିର ଲକ୍ଷଣ ଅଟେ । କହିବାକୁ ଗଲେ ଦୁନିଆରେ ଭିନ୍ନ ଭିନ୍ନ ପ୍ରକାରର ଲୋକ ଅଛନ୍ତି । ଅଧିକ କହୁଥିବା ଲୋକମାନଙ୍କୁ ତାଙ୍କର ଅଧିକାର ମିଳିଯାଏ । କିନ୍ତୁ କମ କହୁଥିବା ଲୋକ ମାନଙ୍କୁ କେତେ ଥର ନିଜର ଅଧିକାର ହରାଇ ଦିଅନ୍ତି ।

ଆସନ୍ତୁ ଜାଣିବା କମ କହୁଥିବା ଲୋକମାନଙ୍କ ସହିତ କେଉଁ ସମସ୍ୟା ହୋଇଥାଏ

ଏମାନଙ୍କ ଥଟ୍ଟା କରାଯାଏ

କମ କହୁଥିବା ଲୋକମାନଙ୍କ ପ୍ରାୟତଃ ଅନ୍ୟ ଲୋକମାନେ ଥଟ୍ଟା କରିଥାନ୍ତି । କାରଣ ଏମାନେ ସଙ୍ଗେ ସଙ୍ଗେ ଜବାବ ଦିଅନ୍ତି ନାହିଁ କିମ୍ବା ଏହା ଏହିଭଳି କରିବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଆପଣଙ୍କୁ କହିଦେଉଛୁ କି ଏମାନଙ୍କ ଥଟ୍ଟା ଉଡାଉଥିବା ଲୋକମାନେ କୌଣସି ବି କାମର ହୋଇ ନ ଥାନ୍ତି । କିନ୍ତୁ ଏହି ଲୋକମାନଙ୍କୁ କମ କହୁଥିବା ଲୋକମାନଙ୍କ ଶାନ୍ତ ସ୍ଵଭାବର ଲାଭ ଉଠାଇବା ଆସିଥାଏ । କମ କହୁଥିବା ଲୋକମାନେ ବିବାଦ ବଢାଇବାକୁ ପସନ୍ଦ କରନ୍ତି ନାହିଁ । ଯେଉଁ କାରଣରୁ ଏମାନେ ସଙ୍ଗେ ସଙ୍ଗେ ଜବାବ ଦିଅନ୍ତି ନାହିଁ ଓ ଚୁପ ରୁହନ୍ତି ।

ଅଧିକାର ପାଇଁ ଲଢି ପାରନ୍ତି ନାହିଁ

କମ କହୁଥିବା ବ୍ୟକ୍ତି ନିଜର ଅଧିକାର ପାଇଁ କାହା ସହିତ ବି ଲଢି ପାରେ ନାହିଁ । ଯେଉଁ କାରଣରୁ ସେ କେବେ କେବେ ନିଜର ଅଧିକାରକୁ ହରାଇ ବସେ । ସେଥିପାଇଁ ଏହା ଜରୁରୀ ଅଟେ କି ଦରକାର ଥିବା ସମୟରେ କହିବା ଉଚିତ । ଯେଉଁ ସ୍ଥାନରେ ଯାହା ଦରକାର ତାହା ହିଁ କରନ୍ତୁ ।

ରାଗି ପାରନ୍ତି ନାହିଁ

କମ କହୁଥିବା ଲୋକମାନେ ନିଜର ରାଗକୁ ମନରେ ହିଁ ଦବାଇ ରଖନ୍ତି ଓ ଚୁପଚାପ ସବୁ ସହି ଯାଆନ୍ତି । ଏମାନେ କାହାକୁ ବି ଅପଶବ୍ଦ କହିବାକୁ ଚାହାନ୍ତି ନାହିଁ । ସେହି କାରଣରୁ ନିଜର ରାଗକୁ ଦବାଇ ରଖନ୍ତି । ଯାହାକୁ ଏମାନଙ୍କୁ ବହୁତ ଅସୁବିଧା ହୋଇଥାଏ ।

ଏମାନଙ୍କୁ କେହି ବି କିଛି ବି କହିଦିଏ

ଏମାନେ ଜବାବ ଦେବ ନାହିଁ ବୋଲି ଭାବି ଏମାନଙ୍କୁ ସମସ୍ତେ କିଛି ନା କିଛି ନିଶ୍ଚିତ କହି ଦିଅନ୍ତି । ଏମାନଙ୍କ କାମ କରିବାର ଉପାୟ ଓ ରହିବା କହିବା ଇତ୍ୟାଦିର ଲୋକମାନେ ସହଜରେ ଥଟ୍ଟା କରି ଦିଅନ୍ତି ।

କିନ୍ତୁ ଚାଣକ୍ୟଙ୍କ ଅନୁସାରେ ମନୁଷ୍ୟକୁ କେବେ ବି ଅଧିକ ସିଧା ହେବା ଉଚିତ ନୁହେଁ । ଯଦି ଆପଣ ଜଙ୍ଗଲକୁ ଯାଇ ଦେଖୁଛନ୍ତି ତେବେ ସିଧା ଗଛ ଗୁଡିକ କାଟି ଦିଆଯାଏ ଓ ବଙ୍କା ଗଛ ଗୁଡିକ ଛାଡି ଦିଆଯାଏ । ଏହାର ଅର୍ଥ ଏହା ଅଟେ କି ଅଧିକ ମୌନ ରହିବା ଉଚିତ ନୁହେଁ । ଆବଶ୍ୟକତା ପଡିବା ଦ୍ଵାରା ମନୁଷ୍ୟକୁ ନିଜର ଅଧିକାର ପାଇଁ କହିବା ଉଚିତ ।