Raj Kundra ଙ୍କ କଳା କାରନାମାକୁ ନେଇ Silpa ଙ୍କ ଭଉଣୀ Shamita Shetty ଙ୍କ ଉପରେ ବର୍ଷିଲେ ଲୋକ, କହିଲେ- “ଦିଦି ଦିନରେ ଓ ତୁମ ଜିଜୁ ରାତିରେ ଆମକୁ…”

ସ୍ବାମୀଙ୍କର କଳା କାରନାମା ହେତୁ ହିନ୍ଦୀ ସିନେମାର ଫିଟ ଓ ହିଟ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ପ୍ରାୟ ଏକ ସପ୍ତାହ ହେବ ଚର୍ଚ୍ଚାରେ ରହିଛନ୍ତି । ଅଶ୍ଳୀଳ ଫିଲ୍ମ ତିଆରି କରିବା ଓ ସେଗୁଡିକୁ ଆପ୍ ମାଧ୍ୟମରେ ଲୋକଙ୍କୁ ଦେଖାଇବା ଆରୋପରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇସ୍ଥିତ ବାସବଭନରୁ ଗିରଫ କରିଥିଲା ।

ତାଙ୍କୁ ୨୭ ଜୁଲାଇ ପର୍ଯ୍ୟନ୍ତ ପୋଲିସ ଅଧୀନରେ ରଖାଯାଇଛି । ଏହି ମାମଲାରେ ପୋଲିସ ଅନ୍ୟ ୧୧ ଜଣଙ୍କୁ ମଧ୍ୟ ଗିରଫ କରିଛି । କିନ୍ତୁ ରାଜ କୁନ୍ଦ୍ରାଙ୍କୁ ମୁଖ୍ୟ ଆରୋପୀ ବୋଲି କୁହାଯାଉଛି । ସେ ତ ଏବେ ଆଇନ ହାତରେ ଅଛନ୍ତି, କିନ୍ତୁ ତାଙ୍କର ଏହି କାରନାମା ସାମନାକୁ ଆସିବା ପରେ ତାଙ୍କ ସ୍ତ୍ରୀ ତଥା ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ମଧ୍ୟ ଲୋକଙ୍କ କଟୁ ନଜରର ଶିକାର ହୋଇଛନ୍ତି । ଏବେ ତାଙ୍କ ସହ ରାଜ କୁନ୍ଦ୍ରାଙ୍କ ଶାଳି ତଥା ଶିଳ୍ପାଙ୍କ ଭଉଣୀ ଶମିତା ସେଟ୍ଟୀଙ୍କୁ ମଧ୍ୟ ଲୋକେ ନଜର ପକାଇବା ଆରମ୍ଭ କରି ଦେଲେଣି ।

ନିକଟରେ ୪୨ ବର୍ଷୀୟ ଶମିତା ସେଟ୍ଟୀ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ କରିଥିଲେ। ସେହିଥିରେ ଲୋକମାନେ ତାଙ୍କୁ ମଧ୍ୟ ଖୁବ କଥା ଶୁଣାଇଛନ୍ତି । ଜଣାଇ ଦେଉଛୁ କି,  ନିକଟରେ ହିଁ ଫିଲ୍ମ ‘ହଙ୍ଗାମା-୨’ ରିଲିଜ ହୋଇଛି ଓ ଫିଲ୍ମରେ ଶିଳ୍ପା ସେଟ୍ଟୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ବଡ ଭଉଣୀଙ୍କା ଏହି ଫିଲ୍ମକୁ ନେଇ ଶମିତା ସେଟ୍ଟୀ ଏକ ଖାସ ପୋଷ୍ଟ କରିଥିଲେ । ସେ ନିଜ ପୋଷ୍ଟର କ୍ୟାପସନରେ ଲେଖିଥିଲେ, “ଡାର୍ଲିଂ ମୁନକୀ (ଶିଳ୍ପା) କୁ ହଙ୍ଗାମା-୨ ର ରିଲିଜ ପାଇଁ ଶୁଭେଛା ଜଣାଉଛି ।

ମୁଁ ଜାଣିଛି ତୁମେ ଏହି ଫିଲ୍ମ ପାଇଁ ଖୁବ ମେହନତ କରିଛ ଓ ପୁରା ଟିମ ମଧ୍ୟ ମେହନତ କରିଛି । ଲଭ ୟୁ, ,ମୁଁ ତୁମ ସାଥିରେ ସବୁବେଳେ ଅଛି । ମୁଁ ଜାଣିଛି କି ତୁମେ ଜୀବନରେ ଅନେକ ଉଚ୍ଚ ନୀଚ ଦେଖିଛ ଓ ଏହା ମଧ୍ୟ ଜାଣିଛି ତୁମେ ମଜବୁତ ହୋଇ ସେ ସବୁରୁ ବାହାରି ଆସିଛ ମଧ୍ୟ । ଏହି ସମୟ ବି ବିତି ଯିବ ଡାର୍ଲିଂ । ହଙ୍ଗାମା-୨ ର ପୁରା ଟିମକୁ ମୋର ଶୁଭକାମନା ।”

ଶମିତାଙ୍କ ଏହି ପୋଷ୍ଟ ପରେ ସୋସିଆଲ ମିଡିଆରେ ତାଙ୍କୁ ଲୋକମାନେ ଖୁବ ଖରାପ ଭାବେ ଟ୍ରୋଲ କରିଛନ୍ତି ଓ ଅନେକ ଅଭଦ୍ର କମେଣ୍ଟ ମଧ୍ୟ ଦେଇଛନ୍ତି । କିଏ ଲେଖିଛି, ‘ଜିଜୁଙ୍କୁ ପୋଲିସ କାହିଁକି ଧରିଛି’ ତ ଆଉ କିଏ ଲେଖିଛି ‘ଶୁଭକାମନାର ଆବଶ୍ୟକ ତୁମ ଜିଜୁଙ୍କୁ ରହିଛି’ । ଆଉ ଜଣେ କିଏ ମଧ୍ୟ କମେଣ୍ଟ କରିଛନ୍ତି ଯେ, “ଆପଣଙ୍କ ଭଉଣୀ ଦିନରେ ଯୋଗ ଶିଖାଏ ଓ ଜିଜୁ ରାତିରେ…”

ଏହି ମାମଲାରେ ଶିଳ୍ପା ସେତତିଙ୍କୁ ମଧ୍ୟ ପୋଲିସ ପଚରା ଉଚରା କରି ସାରିଛି । ସେ କହିଛନ୍ତି କି ରାଜ ପର୍ଣ୍ଣ ନୁହେଁ ମାତ୍ର ଇରୋଟିକ ଫିଲ୍ମ ବନାନ୍ତି । ମିଡିଆ ରିପୋର୍ଟ ଅନୁସାରେ ଶିଳ୍ପା ପୋଲିସ ଆଗରେ ଭାଙ୍ଗି ପଡିଥିଲେ ଓ ଭୋ ଭୋ ହୋଇ କାନ୍ଦି ପକାଇଥିଲେ । ଏହା ସହ ସ୍ବାମୀଙ୍କ ସହ ମଧ୍ୟ ତାଙ୍କର ଖୁବ ଯୁକ୍ତିତର୍କ ହୋଇ ଯାଇଥିଲା । ଆମ ପୋଷ୍ଟଟି ଆପଣଙ୍କୁ କିପରି ଲାଗିଲା କମେଣ୍ଟ କରି ଜଣାଇବେ ଓ ପୋଷ୍ଟକୁ ଲାଇକ ଏବଂ ସେୟାର ମଧ୍ୟ କରିବେ ।