ସାମ୍ନାକୁ ଆସିଲେ ଲୋକପ୍ରିୟ ଓଡିଆ ଆଲବମ ଅଭିନେତା Deepak Parida, ନିଜ କ୍ଯାରିୟର, ପ୍ରେମ, ବ୍ରେକଅପ ଓ ପରିବାରକୁ ନେଇ କଲେ ବଡ ଖୁଲାସା, ଦେଖନ୍ତୁ ଭିଡିଓ

ଦୀପକ ପରିଡା ଓଡିଆ ଆଲବମ ଦୁନିଆର ବେଶ ଜଣାଶୁଣା ନାମ । ନବେ ଦଶକ ପରେ ପରେ ସେ ଓଡିଆ ଆଲବମ ଜଗତରେ ପାଦ ରଖିଥିଲେ । ଆଉ ଦର୍ଶକେ ତାଙ୍କ ଅଭିନୟ ଏବଂ ଅନ୍ଦାଜକୁ ବେଶ ପସନ୍ଦ କରିଥିଲେ । ଯାହାଫଳରେ ସେ ଆଜିବି ଦର୍ଶକଙ୍କ ମନରେ ରହିଛନ୍ତି ଓ ଆଗକୁ ମଧ୍ୟ ରହିବେ । ସେହି ସମୟରେ ଓଡିଆ ଆଲବମ ଦୁନିଆ ଓଡିଶାରେ ବେଶ ପ୍ରଭାବଶାଳୀ ଥିଲା । ଅନାମିକା ନାୟିକା ଗୀତଟି ଦୀପକଙ୍କୁ ବେଶ ଲୋକପ୍ରିୟତା ଆଣି ଦେଇଥିଲା ।

 

ଏହାସହ ସେ କଲାମନ୍ଦିର ର ବିଜ୍ଞାପନରେ ମଧ୍ୟ ବେଶ ପ୍ରତିଷ୍ଠା ହାସଲ କରିଥିଲେ । ଆଲବମ କରିବା ସହ ଦୀପକ କିଛି ଓଡିଆ ଫିଲ୍ମ ମଧ୍ୟ କରିଛନ୍ତି । ତାଙ୍କ ସମୟରେ ଅନୁଭବ ମହାନ୍ତି, ବବି ମିଶ୍ର, ଉଷଶ୍ରୀ ମିଶ୍ର ଓ ମାମା ମିଶ୍ର ଆଦି କଳାକାର ମାନେ ମଧ୍ୟ ଅଭିନୟ ଦୁନିଆରେ ପାଦ ଦେଇଥିଲେ । ତେବେ ଅନେକ ଦିନ ପରେ ଦୀପକ ପୁଣି ଥରେ ଦର୍ଶକଙ୍କ ସାମ୍ନାକୁ ଆସିଛନ୍ତି । ଏକ ଗଣମାଧ୍ୟମର ଇଣ୍ଟରଭ୍ୟୁରେ ନଜର ଆସିଛନ୍ତି ଲୋକପ୍ରିୟ ଆଲବମ ନାୟକ ଦୀପକ ପରିଡା ।

ଅଭିନେତ୍ରୀ ମୋନାଲିସାଙ୍କ ସହ ତାଙ୍କର ଅନ୍ୟ ଏକ ଗୀତ “ଚିରିଦେବା ଆଗରୁ ଚିଠି ଥରେ ପଢି ଦେଖ” ମଧ୍ୟ ଦର୍ଶକଙ୍କ ଦ୍ଵାରା ବେଶ ଆଦୃତ ହୋଇଥିଲା । ଆଜିର ସମୟରେ ମଧ୍ୟ ଲୋକେ ଏହି ଗୀତ ସବୁ ଗାଇବାକୁ ଏବଂ ଶୁଣିବାକୁ ବେଶ ପସନ୍ଦ କରନ୍ତି । ତେବେ ଦୀପ ଏହି ଇଣ୍ଟରଭ୍ୟୁରେ ନିଜ ଜୀବନର ଅନେକ କଥା ପ୍ରକାଶ କରିଛନ୍ତି ।

ସେ ଗତ ୬ ବର୍ଷ ଧରି ଆମଷ୍ଟରଡ୍ୟାମ, ନେଦରଲ୍ୟାଣ୍ଡରେ ଅଛନ୍ତି । ସେ ବିବାହ କରିଥିବା ସହ ତାଙ୍କର ଗୋଟିଏ ୧୧ ବର୍ଷର ପୁଅ ଏବଂ ୮ ବର୍ଷର ଝିଅ ମଧ୍ୟ ଅଛନ୍ତି । ଦୀପକ ଠାକୁର ଅନୁକୂଳଚନ୍ଦ୍ରଙ୍କ ଦୀକ୍ଷା ନେଇଛନ୍ତି ଓ ସେହି ଅନୁସାରେ ଜୀବନଯାପନ କରିବାକୁ ପସନ୍ଦ କରନ୍ତି । ସେ ସକାଳୁ ଉଠି ପ୍ରଥମେ ପ୍ରାର୍ଥନା କରନ୍ତି ।

ସମାନ ଦୀକ୍ଷା ନେଇଥିବା ୫୦ଟି ପରିବାର ସକାଳୁ ଏକାଠି ହୋଇ ପ୍ରଥମେ ପ୍ରାର୍ଥନା କରନ୍ତି ଓ ତା’ପରେ ନିତ୍ୟକର୍ମ ସାରି ଦିନସାରାର କାର୍ଯ୍ୟ କରନ୍ତି । ତେବେ ତାଙ୍କ ପ୍ରେମ ଓ ଆଲବମ ଜୀବନକୁ ନେଇ ଦୀପକ ଏକ ବଡ କଥା ଖୁଲାସା କରିଥିଲେ । ସେ କହିଛନ୍ତି ଯେ ଚିରିଦେବା ଆଗରୁ ଚିଠି ଥରେ ପଢି ଦେଖ ଓ ସିନ୍ଦୂର ଦେଲି ପାଲିଙ୍କି ଚଢି ଦୁଇଟି ଯାକ ଆଲବମ ତାଙ୍କର ପରକୁ ପର ଆସିଥିଲା ।

ତାଙ୍କ ଘର ପାଖରେ ଗାର୍ଲ୍ସ ହାଇସ୍କୁଲ ଅଛି । ଗୋଟିଏ ଗୀତରେ ତାଙ୍କର ପ୍ରେମରେ ବ୍ରେକଅପ ହୋଇଯାଉଛି ଏବଂ ଆଉ ଏକ ଗୀତରେ ସେ ମରି ଯାଉଛନ୍ତି । ତେଣୁ ଏଭଳି ଅଭିନୟ ନ କରିବା ପାଇଁ ଝିଅମାନେ ତାଙ୍କୁ ଆସି ଅନୁରୋଧ କରୁଥିଲେ । ଏମିତିକି ସେ ଶୁଣିବାକୁ ପାଇଥିଲେ କି, ସେହି ସମୟରେ ଗାର୍ଲ୍ସ ହାଇସ୍କୁଲରେ କେହି ଜଣେ ତାଙ୍କ ପାଇଁ ହାତ ମଧ୍ୟ କାଟି ଦେଇଥିଲା । ତେବେ ଦୀପକଙ୍କ ସହ ଏତେଦିନ ପରେ କଥାବାର୍ତ୍ତା ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।