Brilliant Odia GK Questions: ପ୍ରସାଦରେ ତୁଳସୀ ପତ୍ର କାହିଁକି ପଡେ ? ଏହା ସହ ଜାଣନ୍ତୁ ଆହୁରି 20ଟି Q&A

ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।

୧- ଶ୍ରୀ ଜଗନ୍ନାଥଙ୍କୁ ବେଶ, ଫୁଲଲାଗି ଓ ଅବକାଶ ପୂଜା କେଉଁ ସେବାକାରୀ କରନ୍ତି ?

ଉ: ସିଂହାରୀ ସେବକ ଜଗନ୍ନାଥଙ୍କ ବେଶ, ଫୁଲଲାଗି ଓ ଅବକାଶ ପୂଜା କରିଥାନ୍ତି ।

୨- କେଉଁ ମୁସଲମାନ ଜଗନ୍ନାଥଆଣକ ପରମ ଭକ୍ତ ଥିଲେ ?

ଉ: ଭକ୍ତ ସାଲବେଗ ଜଗନ୍ନାଥଙ୍କ ପରମ ଭକ୍ତ ଥିଲେ ।

୩- ଓଡିଶାର ଗଦାକ୍ଷେତ୍ର କାହାକୁ କୁହାଯାଏ ?

ଉ: ଯାଜପୁରକୁ ଓଡିଶାର ଗଦାକ୍ଷେତ୍ର କୁହାଯାଏ ।

୪- କେଉଁ ମହାପୁରୁଷଙ୍କ ପୀଠରେ ଶୁଖୁଆ ଭୋଗ ହୁଏ ?

ଉ: ଅରକ୍ଷିତ ଦାସଙ୍କ ପୀଠରେ ଶୁଖୁଆ ଭୋଗ ହୁଏ ।

୫- ଜଗନ୍ନାଥ ବନ୍ଦନା “ଆହେ ନୀଳ ଶଇଳ” ଗୀତର କବି କିଏ ?

ଉ: ଭକ୍ତ ସାଲବେଗ “ଆହେ ନୀଳ ଶଇଳ” ଗୀତ ରଚନା କରିଥିଲେ ।

୬- “ଆହେ ଦୟାମୟ ବିଶ୍ଵ ବିହାରୀ” ଗୀତର ରଚୟିତା କିଏ ?

ଉ: ରାମକୃଷ୍ଣ ନନ୍ଦ ରଚନା କରିଥିଲେ ।

୭- ପୁରୀ ସମୁଦ୍ରର ଅନ୍ୟ ନାମ କଣ ?

ଉ: ମଦୋଦଧି ହେଉଛି ପୁରୀ ସମୁଦ୍ରର ଅନ୍ୟ ନାମ ।

୮- ଶୟନ ବେଳେ ଭଗବାନ ବିଷ୍ଣୁଙ୍କର କେଉଁ ନାମ ଜପିବା ?

ଉ: ପଦ୍ମନାଭ ।

୯- କାକଟପୁର ମଙ୍ଗଳା ମନ୍ଦିର କେଉଁ ଜିଲ୍ଲାରେ ଅବସ୍ଥିତ ?

ଉ: ପୁରୀ ଜିଲ୍ଲାରେ ।

୧୦- ମା ‘ ତାରାତାରିଣୀ ମନ୍ଦିର କେଉଁ ଜିଲ୍ଲାରେ ଅବସ୍ଥିତ ?

ଉ: ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ।

୧୧- ମା ବିରଜା ମନ୍ଦିର କେଉଁ ନଦୀକୂଳରେ ଅବସ୍ଥିତ ?

ଉ: ବୈତରଣୀ ନଦୀକୂଳରେ ଅବସ୍ଥିତ ।

୧୨- ବାଟମଙ୍ଗଳା ପାଖ ବଟବୃକ୍ଷ ପାଖରେ କେଉଁ ଦେବତା ପୂଜା ପାଆନ୍ତି ?

ଉ: ବଟକୃଷ୍ଣ ପୂଜା ପାଆନ୍ତି ।

୧୩- ନାରାୟଣୀ ମନ୍ଦିର କେଉଁ ଜିଲ୍ଲାରେ ଅବସ୍ଥିତ ?

ଉ: ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ।

୧୪- ନନ୍ଦିଘୋଷ ରଥ କେତେ ଖଣ୍ଡ କଥାରେ ନିର୍ମିତ ?

ଉ: ୭୪୨ ଖଣ୍ଡ କଥାରେ ନିର୍ମିତ ।

୧୫- ଶ୍ରୀ ଜଗନ୍ନାଥ ଅଣବସରରେ ରହିବା ସମୟରେ ବ୍ରହ୍ମଗିରିରେ କେଉଁ ରୂପରେ ପୂଜା ପାଆନ୍ତି ?

ଉ: ଅଲାରନାଥ ଭାବେ ପୂଜା ପାଆନ୍ତି ।

୧୬- ଲଡୁବାବାଙ୍କ ମନ୍ଦିର କେଉଁ ଜିଲ୍ଲାରେ ଅବସ୍ଥିତ ?

ଉ: ନୟାଗଡ ଜିଲ୍ଲାରେ ।

୧୭- ମହିମାଗାଦି କେଉଁ ଜିଲ୍ଲାରେ ଅବସ୍ଥିତ ?

ଉ: ଢେଙ୍କାନାଳ ଜିଲ୍ଲାରେ ।

୧୮- ଉଗ୍ରତାରା ମନ୍ଦିର କେଉଁ ଜିଲ୍ଲାରେ ଅବସ୍ଥିତ ?

ଉ: ଖୋର୍ଦ୍ଧା ଜିଲ୍ଲାରେ ।

୧୯- ଶ୍ରୀ ମନ୍ଦିରରେ ଜଗନାଥ ଦାସ ଓଡିଆ ଭାଗବତ କେଉଁଠି ବସି ଶୁଣାଉଥିଲେ ?

ଉ: ରାହାସମଣ୍ଡପ ରେ ।

୨୦- ପ୍ରସାଦରେ ତୁଳସୀ ପତ୍ର କାହିଁକି ପଡେ ?

ଉ: ତୁଳସୀପତ୍ରରେ ଔଷଧୀୟ ଗୁଣ ରହିଛି, ଯାହା ବାୟୁମଣ୍ଡଳରେ ଥିବା ଜୀବାଣୁଙ୍କ ଦ୍ଵାରା ସଂକ୍ରମିତ ହେବାରେ ପ୍ରସାଦକୁ ରକ୍ଷା କରିଥାଏ ଏବଂ ପବିତ୍ର ମଧ୍ୟ କରିଥାଏ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।