ଯେତେବେଳେ Pankaj Tripathi ଗୋଟିଏ ପଇସା ବି କମାଉ ନଥିଲେ ତ ପତ୍ନୀ ଉଠାଉ ଥିଲେ ଘର ଖର୍ଚ୍ଚ, ପୁଣି ଏମିତି ବଦଳିଗଲା ଜୀବନ

ସଫଳତାର ଶିଖର ସ୍ପର୍ଶ କରିବାକୁ ହେଲେ ଯକୌଣସି ବ୍ୟକ୍ତିଙ୍କୁ ସଂଘର୍ଷ ଓ କଠିନ ପରିଶ୍ରମର ଭାଟିରେ ସେକି ହେବାକୁ ପଡିଥାଏ । ଜୀବନରେ ବିଭିନ୍ନ ସଂଘର୍ଷ କରି ଆଜି ହିନ୍ଦୀ ସିନେମାରେ ରାଜ କରୁଥିବା ଲୋକପ୍ରିୟ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ତାଙ୍କୁ ବା କିଏ ନ ଜାଣେ ! ସେ ଏବେ ପର୍ଯ୍ୟନ୍ତ ବଲିଉଡରେ ଅନେକ ହିଟ ଫିଲ୍ମ ଦେଇ ସାରିଛନ୍ତି । ଲମ୍ବା ଫିଲ୍ମ କ୍ଯାରିଅର ମଧ୍ୟରେ ତାଙ୍କୁ ଅନେକ ସାଇଡ ଓ ସହାୟକ ଭୂମିକାରେ ଅଭିନୟ କରୁଥିବା ଦେଖିବାକୁ ମିଳିଛି ।

କିନ୍ତୁ ତାଙ୍କ ଲୋକପ୍ରିୟତା କେଉଁ ସୁପରଷ୍ଟାରଙ୍କ ଠାରୁ କିଛି କମ୍ ନୁହେଁ । ତାଙ୍କର ଜୀବନ୍ତ ଏବଂ ପକ୍ଵ ଅଭିନୟର ସମସ୍ତେ ଦିୱାନା ଅଟନ୍ତି ଓ ଏଥିପାଇଁ ହିନ୍ଦୀ ସିନେମାରେ ସେ ନିଜର ଏକ ସ୍ଵତନ୍ତ୍ର ପରିଚୟ ବନାଇଛନ୍ତି । ୪୪ ବର୍ଷୀୟ ପଙ୍କଜ ତ୍ରିପାଠୀଙ୍କ ଜନ୍ମ ୫ ସେପ୍ଟେମ୍ବର ୧୯୭୬ରେ ବିହାରର ବେଲସନ୍ଦରେ ହୋଇଥିଲା । ବିହାରର ଏକ ଛୋଟ ଗାଁ ରୁ ଆସି ଆଜି ସ୍ଵପ୍ନର ସହର ମୁମ୍ବାଇରେ ନିଜକୁ ଭଲ ଭାବେ ପ୍ରତିଷ୍ଠିତ କରି ପାରିଛନ୍ତି ପଙ୍କଜ । ନିଜ ଗଜବ ଅଭିନୟ, ସମ୍ବାଦ ଶୈଳୀରେ ଦର୍ଶକଙ୍କୁ ନିଜ ଆଡକୁ ଟାଣି ଆଣନ୍ତି ପଙ୍କଜ । ଦିନ ଥିଲା ସେ ମୁମ୍ବାଇର ଅନ୍ଧେରିରେ ରାସ୍ତାରେ ବୁଲୁ ବୁଲି ଲୋକଙ୍କୁ କାମ ମାଗୁଥିଲେ ଓ କହୁଥିଲେ ‘କେହି ଆକ୍ଟିଙ୍ଗ କରାନ୍ତୁ, କେହି ଆକ୍ଟିଙ୍ଗ କରାନ୍ତୁ ।’

କିନ୍ତୁ ଆଜିର ସମୟରେ ତାଙ୍କ ପାଖେ ଫିଲ୍ମର ଲାଇନ ଲାଗିଛି । ସେ ଯେଉଁ ଫିଲ୍ମରେ କାମ କରନ୍ତି ସେହି ଫିଲ୍ମ ସଫଳ ହେବ ବୋଲି ଗ୍ୟାରେଣ୍ଟି ମାନାଯାଏ । ସେ ନିଜେ ମଧ୍ୟ କେବେ ଭାବି ନ ଥିବେ ସେ ଏମିତି କୋଟି କୋଟି ଦର୍ଶକଙ୍କ ହୃଦୟରେ ରାଜ କରିବେ ବୋଲି । ୱେବସିରିଜ ‘ମିର୍ଜାପୁର’ ର କାଲିନ ଭାୟା, ‘ସାକ୍ରେଡ଼ ଗେମ୍ସ’ର ଗୁରୁଜୀ ହେଉନ୍ତୁ ବା ୱାସେପୁରର ସୁଲତାନ ହେଉନ୍ତୁ ସମସ୍ତ ଚରିତ୍ରରେ ପଙ୍କଜ ନିଜର ବେଷ୍ଟ ଦେଇଥିଲେ । ଫିଲ୍ମ ଉପରେ ଫିଲ୍ମ ଦେଇ ସେ ଲଗାତାର ସଫଳତାର ସିଢି ଚଢିଥିଲେ ।

କିନ୍ତୁ ଏକ ଇଣ୍ଟରଭ୍ୟୁରେ ପଙ୍କଜ ତ୍ରିପାଠୀ ନିଜେ କହିଥିଲେ କି ଗୋଟେ ସମୟରେ ତାଙ୍କ ପତ୍ନୀ ତାଙ୍କ ଖର୍ଚ୍ଚ ତୁଲାଉଥିଲେ । ଫିଲ୍ମରେ ପାଦ ଦେବା ପରେ ମଧ୍ୟ ଗୋଟେ ସମୟରେ ତାଙ୍କ ଜୀବନରେ ବହୁତ ଆର୍ଥିକ ସମସ୍ଯା ଥିଲା । ଏପରିକି ସେ ନିଜ ଘର ଖର୍ଚ୍ଚ ମଧ୍ୟ ଉଠାଇ ପାରୁ ନ ଥିଲେ । ସେହି ସମୟରେ ତାଙ୍କ ପତ୍ନୀ ମୃଦୁଲା ତ୍ରିପାଠୀ ଘର ଚଲାଉଥିଲେ । ପ୍ରାୟ ୨୦୦୪ ରୁ ୨୦୧୦ ପର୍ଯ୍ୟନ୍ତ ସେ କିଛି ମଧ୍ୟ ରୋଜଗାର କରୁ ନ ଥିଲେ । ସେତେବେଳେ ସେ କାମ ମାଗୁଥିଲେ ବି ମିଳୁ ନ ଥିଲା ।

କିନ୍ତୁ ଆଜି ତାଙ୍କୁ କାମ ଦେବାକୁ ପାର୍କିଂ ଲଟ୍ ରେ ବି ନିର୍ଦ୍ଦେଶକ ମାନେ ଅପେକ୍ଷା କରି ରହୁଛନ୍ତି  । ବର୍ତ୍ତମାନ ପଙ୍କଜଙ୍କୁ ଗତ ମାସରେ ରିଲିଜ ହୋଇଥିବା ଫିଲ୍ମ ‘ମିମି’ ରେ  ଦେଖିବାକୁ ମିଳୁଛି । ଏହି ଫିଲ୍ମରେ ସେ ଅଭିନେତ୍ରୀ କ୍ରିତି ସେନନଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ଓ ପଙ୍କଜ ତ୍ରିପାଠୀଙ୍କ ଅଭିନୟକୁ ସମସ୍ତେ ଖୁବ ପ୍ରଶଂସା କରୁଛନ୍ତି । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଚଳିତ ବର୍ଷ ପଙ୍କଜ ତ୍ରିପାଠୀଙ୍କୁ ବେଷ୍ଟ ଆକ୍ଟର ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।