ପୁଣି ସାମ୍ନାକୁ ଆସିଲା ପ୍ରିୟଙ୍କା ଓ ନିକ ଜୋନସଙ୍କର ଲିପ ଲକ ର ଭିଡିଓ, ଶୋ ମଝିରେ ହିଁ ହେଲେ ରୋମାଣ୍ଟିକ

ବଲୀଉଡର ଦେଶି ଗର୍ଲ ପ୍ରିୟଙ୍କା ଚୋପଡା ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାନ୍ତି । କେବେ ନିଜର ଫିଲ୍ମ କାରଣରୁ ତ କେବେ ନିଜର ସ୍ଵାମୀ ନିକ ଜୋନସଙ୍କ କାରଣର । ଏମିତିରେ ସେ ସବୁବେଳେ ନିଜର ଫ୍ୟାନମାନଙ୍କ ସହିତ ଯୋଡି ହୋଇ ରହିଥାନ୍ତି । ଏବେ ପୁଣି ଥରେ ପ୍ରିୟଙ୍କା ଓ ନିକ ଜୋନସଙ୍କର ଏକ ସୁନ୍ଦର ଭିଡିଓ ସାମ୍ନାକୁ ଆସିଛି । କହିବାକୁ ଗଲେ ପ୍ରିୟଙ୍କା ଚୋପଡା ସ୍ଵାମୀ ନିକ ଜୋନସଙ୍କର ଏକ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ, ଯେଉଁଠି ପୁଣି ଥରେ ଏମାନଙ୍କର ପ୍ରେମ ଚର୍ଚ୍ଚାର ବିଷୟ ହୋଇଗଲା ।

ଏହା ପ୍ରଥମ ଥର ନୁହେଁ, ଯେତେବେଳେ ବି ପ୍ରିୟଙ୍କା ଓ ନିକ ଜୋନସ ସାର୍ବଜନିକ କ୍ଷେତ୍ରରେ ରୋମାଣ୍ଟିକ ହୋଇଗଲେ, ବରଂ ଏହିପରି ବହୁତ ରୋମାଣ୍ଟିକ ଫଟୋ ଓ ଭିଡିଓ ଆମ ପାଖରେ ଅଛି,  ଯେଉଁଥିରେ ଦୁଇ ଜଣଙ୍କ ମଧ୍ୟରେ ଅଲଗା ଅଲଗା କେମେଷ୍ଟ୍ରି ଦେଖିବାକୁ ମିଳେ ଓ ତାହା ବହୁତ ଭାଇରାଲ ମଧ୍ୟ ହୋଇଥାଏ ।

ଶୋ ରେ କିସ କରୁଥିବାର ନଜର ଆସିଲେ ପ୍ରିୟଙ୍କା ଓ ନିକ ଜୋନସ

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଆପଣ ଦେଖି ପାରିବେ କି ପୁଣି ଥରେ ପ୍ରିୟଙ୍କା ଓ ନିକ ଜୋନସ ନିଜର ଭଲ ପାଇବାକୁ ପୁରା ଦୁନିଆ ସାମ୍ନାରେ ଜାହିର କରିଲେ, ଯାହାକୁ ଦେଖି ତାଙ୍କର ଫ୍ୟାନମାନେ ବହୁତ ଖୁସି ବି ହୋଇଗଲେ । କହିବାକୁ ଗଲେ ପ୍ରିୟଙ୍କା ଓ ନିକ ଜୋନସ ପରସ୍ପରକୁ କିସ କରୁଥିବାର ନଜର ଆସିଲେ, ଯାହାର ଏକ ଭିଡିଓ ନିଆଁ ଭଳି ଭାଇରାଲ ହେଉଛି । ଏହି ଭିଡିଓରେ ଦୁଇ ଜଣ ପରସ୍ପର ମଧ୍ୟରେ ପୂରାପୂରି ହଜି ଯାଇଛନ୍ତି ଓ ଦୁନିଆରେ ତାଙ୍କୁ କିଛି ବି ଫରକ ପଡୁନି ।

ପୂର୍ବରୁ ବି କରିସାରିଛନ୍ତି ଏହିଭଳି

ଏହା ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ବି କେତେ ଥର ଏହିଭଳି କାର୍ଯ୍ୟକ୍ରମରେ ଦୁଇ ଜଣ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି । କହିବାକୁ ଗଲେ କିଛି ଦିନ ପୂର୍ବେ ହିଁ ନିକ ଜୋନସ ସ୍ଟେଜ ଉପରେ ହିଁ ପ୍ରିୟଙ୍କାଙ୍କୁ କିସ କରିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ବକ୍ସ ଅଫିସରେ ମିଳି ପାରିଲା ନାହିଁ ପ୍ରିୟଙ୍କାଙ୍କୁ ସଫଳତା

ଦୀର୍ଘ ୩ ବର୍ଷ ପରେ ପ୍ରିୟଙ୍କା ଚୋପଡା ବର୍ତ୍ତମାନ ବଲୀଉଡରେ କମବ୍ୟାକ କରିଲେ, କିନ୍ତୁ ତାଙ୍କୁ ସଫଳତା ମିଳିଲା ନାହିଁ । ଅର୍ଥାତ ତାଙ୍କର ଫିଲ୍ମ “ଦ ସ୍କାଈ ଇଜ ପିଂକ” ରିଲିଜ ତ ହେଲା, କିନ୍ତୁ ଲୋକମାନଙ୍କର ଧ୍ୟାନ ଆକର୍ଷିତ କରି ପାରିଲା ନାହିଁ ।