Raj Kundra ଙ୍କ କାରଣରୁ ପ୍ରଥମରୁ ହିଁ କଙ୍ଗାଳ ହେଇ ସାରିଛନ୍ତି Silpa Shetty, ହେଇଥିଲା ବହୁତ ବଡ କ୍ଷତି

ଶିଳ୍ପା ସେଟ୍ଟୀ ଓ ରାଜ କୁନ୍ଦ୍ରା ଏବେ ପ୍ରାୟ ସବୁ ମିଡିଆ ଚ୍ଯାନେଲରେ ହଟ୍ ଟପିକ୍ ପାଲଟିଛନ୍ତି । ଏବେ ସମସ୍ତଙ୍କ ନଜର ଏହି ଦୁହିଁଙ୍କ ଉପରେ ଅଟକି ରହିଛି । ରାଜ କୁନ୍ଦ୍ରାଙ୍କ ଉପରେ ପର୍ଣ୍ଣ ଫିଲ୍ମ ବନାଇବା ଓ ତାକୁ ଆପ୍ ରେ ଅଫଲୋଡ କରିବା ଆରୋପ ଲାଗିଛି ।

ସମସ୍ତେ ଏହା ଜାଣିବାକୁ ଚାହୁଁଛନ୍ତି କି ର୍ରାଜ କୁନ୍ଦ୍ରାଙ୍କ ଉପରେ ଲାଗିଥିବା ଆରୋପ କେତେ ସଠିକ ଅଟେ ଓ ତାଙ୍କର ଏହି କଳା ଧନ୍ଦାରେ ପତ୍ନୀ ଶିଳ୍ପା ସେଟ୍ଟୀଙ୍କ ହାତ ଅଛି କି ନାହିଁ । ତେବେ ଏହି ସମସ୍ତ ପ୍ରଶ୍ନର ଉତ୍ତର ଜନତାଙ୍କୁ ଶୀଘ୍ର ମିଳି ଯାଇପାରେ । ମୁମ୍ବାଇ ପୋଲିସ ଓ କ୍ରାଇମବ୍ରାଞ୍ଚ ଏହି ମାମଲରେ ପ୍ରତିଦିନ ନୂଆ ନୂଆ ଖୁଲାସା କରୁଛନ୍ତି । କେତେବେଳେ ରାଜଙ୍କ ଅଫିସରେ ଛାନଭିନ ହେଉଛି ତ କେତେବେଳ ଶିଳ୍ପାଙ୍କୁ ତାଙ୍କ ସ୍ବାମୀଙ୍କ ସାମନାରେ ବସା ଯାଇ ପଚରା ଉଚରା କରାଯାଉଛି ।

କୁହାଯାଉଛି କି ପଚରା କୁହହର ବେଳେ ଶିଳ୍ପା ସ୍ଵାମୀ ରାଜଙ୍କ ଉପରେ ଖୁବ ଖଫା ହୋଇଥିଲେ । ସେ ଭୋ ଭୋ ହୋଇ କାନ୍ଦିବା ସହ କ୍ରାଇମବ୍ରାଞ୍ଚ ସାମନାରେ ହିଁ ରାଜଙ୍କ ସହ ଝଗଡା କରି ପକାଇଥିଲେ । ଶିଳ୍ପା, ରାଜଙ୍କୁ ରାଗରେ କହିଥିଲେ କି ‘ଏସବୁ କରିବା କଣ ଦରକାର ଥିଲା ? ଆମ ପରିବାରର କେତେ ବଦନାମ ହେଉଛି ତାର କିଛି ଅନ୍ଦାଜା ଅଛି ତୁମକୁ ? କ୍ଯାରିଅରରେ ଏତେ ଆଗକୁ ଆସିବା ପରେ ଏସବୁ କରିବା କଣ ଦରକାର ଥିଲା ?’ ଏହା ସହ ଏହି ବଦନାମୀ ଯୋଗୁଁ ସବୁ ଏଣ୍ଡୋର୍ସ ଭାଙ୍ଗି ପଡୁଛି ବୋଲି କହିଥିଲେ ଶିଳ୍ପା ।

ରାଜ କୁନ୍ଦ୍ରାଙ୍କ ନାମ ପର୍ଣ୍ଣ ଫିଲ୍ମ ସହ ଜଡିତ ହେବା ପରେ ପ୍ରାୟ ସବୁ ବ୍ରାଣ୍ଡସ୍ ତାଙ୍କ ସହ ଓ ଶିଳ୍ପାଙ୍କ ସହ ସବୁ ଡୋର କାଟି ଦେଇଛନ୍ତି । ଏପରି ସ୍ଥିତିରେ ଶିଳ୍ପାଙ୍କୁ ମଧ୍ୟ କିଛି ଆର୍ଥିକ କ୍ଷତି ସହ୍ୟ କରିବାକୁ ପଡୁଛି । ଭବିଷ୍ୟତରେ କୌଣସି ବ୍ରାଣ୍ଡ, ଶୋ ବା ଫିଲ୍ମ ଶିଳ୍ପାଙ୍କୁ ନେବା ଆଗରୁ ଶହେ ଥର ଚିନ୍ତା କରିବ । ଏହି କେସକୁ ନେଇ ଲୋକଙ୍କ ମନରେ ରାଗ ବଢୁଛି । ଏପରି ସ୍ଥିତିରେ ଶିଳ୍ପାଙ୍କ ପାଇଁ ତାଙ୍କର କିଛି କ୍ଷତି ହେଉ ବୋଲି କେହି ଚାହୁଁ ନାହାନ୍ତି । ସିଧା କଥାରେ କହିଲେ ସ୍ବାମୀଙ୍କର ଏହି କଳା କାରନାମା ଯୋଗୁଁ ଶିଳ୍ପାଙ୍କୁ ମଧ୍ୟ ଆର୍ଥିକ ଭାବେ ବହୁତ ବଡ କ୍ଷତି ହୋଇଛି ।

ତେବେ ଏହା ପୂର୍ବରୁ ବି ଶିଳ୍ପାଙ୍କୁ ସ୍ବାମୀଙ୍କ ଯୋଗୁଁ ଏପରି କ୍ଷତି ଉଠାଇବାକୁ ପଡି ସାରିଛି । ୨୦୧୭ ମସିହାରେ ଶିଳ୍ପା ଓ ରାଜଙ୍କ ସପିଙ୍ଗ ଚ୍ଯାନେଲ ‘ବେଷ୍ଟ ଡିଲ’ ବନ୍ଦ ହୋଇ ଯାଇଥିଲା । ଏହି ଚ୍ଯାନେଲକୁ ଦୁହେଁ ଏକାଠି ଖୋଲିଥିଲେ । କିନ୍ତୁ ଏହା ଫ୍ଲପ ହୋଇ ବନ୍ଦ ହୋଇଗଲା । ଚ୍ଯାନେଲ ଏତେ କଙ୍ଗାଳ ହୋଇ ଯାଇଥିଲା ଯେ ସେମାନେ ତାଙ୍କ କର୍ମଚାରୀ ମାନଙ୍କୁ ଦୁଇ ମାସ ଯାଏ ଦରମା ମଧ୍ୟ ଦେଇ ପାରି ନ ଥିଲେ । ଏହି କଥାକୁ ନେଇ କର୍ମଚାରୀମାନେ ବହୁତ ରାଗି ଯାଇଥିଲେ ।

ତେବେ ଏହା ନୋଟବନ୍ଦୀ ସମୟର ଘଟଣା ଅଟେ । ସେଭଳି ସ୍ଥିତିରେ କ୍ୟାଶ ଅନ ଡେଲିଭେରୀ ପାଇଁ କ୍ୟାଶ ନ ଥିବାରୁ ଓ ପଇସାର ଅଭାବ ଯୋଗୁଁ କମ୍ପାନୀର କାର୍ଯ୍ୟ ଠପ ହୋଇଯାଇଥିଲା । ସେହି ସମୟରେ ଆହୁରି ଅନେକ କମ୍ପାନୀଙ୍କୁ ମଧ୍ୟ କ୍ଷତି ଭୋଗିବାକୁ ପଡିଥିଲା । ଏହା ବ୍ଯତୀତ ଶିଳ୍ପା ରାଜଙ୍କ ସହ ଆଇପିଏଲ ଟିମରେ ମଧ୍ୟ ଇନଭେଷ୍ଟ କରିଥିଲେ । ସେଥିରେ ଲାଭ ଠିକ ଭାବେ ମିଳିଥିଲା । ତେବେ ଶୁଣିବାକୁ ମିଳୁଛି ଏହିପରି ଅନେକ ବିଜନେସରେ ଶିଳ୍ପା ତାଙ୍କ ପାର୍ଟନର ଅଟନ୍ତି । ଆମ ପୋଷ୍ଟଟି ଆପଣଙ୍କୁ କିପରି ଲାଗିଲା କମେଣ୍ଟ କରି ଜଣାଇବେ ଓ ପୋଷ୍ଟକୁ ଲାଇକ ଏବଂ ସେୟାର ମଧ୍ୟ କରିବେ ।