56 ବର୍ଷ ବୟସରେ ଦ୍ଵିତୀୟ ବିବାହ କଲେ ଖଳନାୟକ Prakash Raj, ଭାଇରାଲ ହେଉଛି ବିବାହ Photo

ବଲୀଉଡ ଓ ସାଉଥ ଇଣ୍ଡଷ୍ଟ୍ରିରେ ନିଜର ଦମଦାର ଅଭିନୟ ପାଇଁ ଜଣା ଯାଉଥିବା ପ୍ରକାଶ ରାଜଙ୍କୁ ଆଜି ପୁରା ଦୁନିଆ ଜାଣିଛି । ନିଜର ଅଭିନୟ ପାଇଁ ତାଙ୍କୁ ବହୁତ ପୁରଷ୍କାର ଦ୍ଵାରା ସମ୍ମାନିତ ବି କରାଯାଇଛି । କହିଦେଉଛୁ କି ୨୯ ବର୍ଷର କ୍ୟାରିୟରରେ ପ୍ରକାଶ ରାଜଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଥର ରାଷ୍ଟ୍ରୀୟ ପୁରସ୍କାର ମିଳିସାରିଛି । କହିଦେଉଛୁ କି ପ୍ରକାଶ ରାଜ ନିଜର ଅଭିନୟ କ୍ୟାରିୟରର ଆରମ୍ଭ ସମୟରେ ଥିଏଟରରେ କାମ କରୁଥିଲେ ।

ଏହା ପରେ ସେ ବଲୀଉଡ ଛଡା କନ୍ନଡ, ତାମିଲ, ତେଲୁଗୁ, ମରାଠୀ, ମଳୟାଳି ଭଳି ପ୍ରାୟତଃ ସବୁ ଭାଷାରେ ଫିଲ୍ମ କରିଛନ୍ତି । ପ୍ରକାଶ ରାଜ ଫିଲ୍ମରେ ବିଭିନ୍ନ ପ୍ରକାରର ରୋଲରେ ନଜର ଆସିଛନ୍ତି କିନ୍ତୁ ଦର୍ଶକମାନେ ତାଙ୍କୁ ଭିଲିୟାନ ରୋଲରେ ଅଧିକ ପସନ୍ଦ କରିଛନ୍ତି । ଅଭିନୟ ଛଡା ପ୍ରକାଶ ରାଜ ସେହି ସମୟରେ ଅଧିକ ଚର୍ଚାରେ ଆସିଲେ ଯେତେବେଳେ ସେ ନିଜର ପତ୍ନୀ ସହ ଦ୍ଵିତୀୟ ଥର ବିବାହ କରିଥିଲେ ।

୨୦୧୦ରେ ପ୍ରକାଶ ରାଜ ପୋନି ବର୍ମାଙ୍କୁ ବିବାହ କରିଥିଲେ । ୧୧ ବର୍ଷ ଏକାଠି ରହିବା ପରେ ୨୪ ଅଗଷ୍ଟକୁ ଏହି ଦମ୍ପତ୍ତି ପୁଣି ଥରେ ବିବାହ କରିଲେ ଓ ଯାହାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ବି ହୋଇଥିଲା । ପ୍ରକାଶ ରାଜ ନିଜର ଏହି ବିବାହର ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ ଓ କହିଥିଲେ କି ତାଙ୍କ ପୁଅ ବେଦାନ୍ତ ତାଙ୍କର ବାହାଘର ପୁଣି ଥରେ ଦେଖିବାକୁ ଚାହୁଁ ଥିଲା । ଯେଉଁ କାରଣରୁ ପୁଣି ଥରେ ସେ ନିଜ ସ୍ତ୍ରୀକୁ ବିବାହ କରିଲେ । ଏହି ସମୟର ପ୍ରକାଶ ରାଜଙ୍କ ଗୋଟିଏ ଫଟୋ ବହୁତ ଚର୍ଚାରେ ରହିଥିଲା ।

ଯେଉଁଥିରେ ସେ ନିଜର ସ୍ତ୍ରୀଙ୍କ ସହ ଲିପଲକ କରୁଥିବାର ନଜର ଆସୁଥିଲେ । କହିଦେଉଛୁ କି ପ୍ରକାଶ ପୋନି ବର୍ମାଙ୍କୁ ଗୋଟିଏ ଗୀତର ଶୁଟିଙ୍ଗ ସମୟରେ ତାଙ୍କୁ ଦେଖିଥିଲେ । ପୋନି ବର୍ମା ସେହି ଗୀତକୁ କୋରିୟୋଗ୍ରାଫ କରିବା ପାଇଁ ଆସିଥିଲେ । ସେମାନେ ବହୁତ ସମୟ ପର୍ଯ୍ୟନ୍ତ ପରସ୍ପରକୁ ଡେଟ କରିଲେ । ପ୍ରକାଶ ରାଜ ପୂର୍ବରୁ ହିଁ ବିବାହିତ ଥିଲେ, କିନ୍ତୁ ୨୦୦୯ରେ ସେ ନିଜର ପ୍ରଥମ ପତ୍ନୀ ଲଲିତା କୁମାରୀଙ୍କ ଠାରୁ ଅଲଗା ହୋଇଗଲେ । ଲଲିତା କୁମାରୀ ଓ ପ୍ରକାଶ ରାଜଙ୍କ ଦୁଇଟି ଝିଅ ଅଛନ୍ତି ଓ ଯେଉଁମାନଙ୍କ ନାଁ ମେଘନା ଓ ପୂଜା ଅଟେ ।

୨୦୧୦ରେ ପ୍ରକାଶ ରାଜ ପୋନି ବର୍ମାଙ୍କୁ ବିବାହ କରିଲେ ଓ ୫୦ ବର୍ଷ ବୟସରେ ତାଙ୍କର ଗୋଟିଏ ପୁଅ ହେଲା ଓ ଯାହାର ନାଁ ସେ ବେଦାନ୍ତ ରଖିଲେ । ବହୁତ କମ ଲୋକମାନେ ଏହା ଜାଣିଛନ୍ତି କି ପ୍ରକାଶ ରାଜ ଫିଲ୍ମି ଦୁନିଆର ଏମିତି ଜଣେ ଅଭିନେତା ଅଟନ୍ତି ଯିଏକି କେବେ ବି ମ୍ୟାନେଜର ରଖି ନାହାନ୍ତି । ଏକ ରିପୋର୍ଟ ଅନୁସାରେ ପ୍ରକାଶ ରାଜ ଗୋଟିଏ ଫିଲ୍ମ ପାଇଁ ପାଖାପାଖି ୨ କୋଟି ଟଙ୍କା ଚାର୍ଜ କରିଥାନ୍ତି ଓ ସେଥିରୁ ୨୦ ପ୍ରତିଶତ ସେ ଚ୍ୟାରୀଟିକୁ ଦାନ କରି ଦିଅନ୍ତି ।