ମୃ-ତ୍ୟୁ ଶଯ୍ୟାରେ ପୀ-ଡ଼ି-ତା-ଙ୍କ ଚାଞ୍ଚଲ୍ୟକର ବୟାନ, କହିଲେ କିଛି ଏମିତି କି ଶୁଣି ଆପଣଙ୍କ ଛାତି ଥ-ରି ଉଠିବ, ଦେଖନ୍ତୁ Video

ପ୍ରେମିକ ତା ପ୍ରେମିକାଙ୍କୁ ସ୍ପିରିଟ ପକାଇ ଜାଳି ଦେଇଥିବା ଅଭିଯୋଗରେ ପୁରୁଷୋତ୍ତମପୁର ଥାନାରେ ପ୍ରେମିକଙ୍କ ନାମରେ ଏତଲା ଦିଆ ଯାଇଛି । କିନ୍ତୁ ଗିରଫ ହେବା ପରେ ପ୍ରେମିକ ସେହି ଝିଅଙ୍କୁ ହତ୍ୟା କରି ନାହାନ୍ତି ବୋଲି ସଫେଇ ଦେଉଛନ୍ତି ।

ତେବେ ମୃତ ଯୁବତୀଙ୍କୁ ପୁରୁଷୋତ୍ତମ ପୋଲିସ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରିବା ପରେ ତାଙ୍କୁ ତୁରନ୍ତ ପୁରୁଷୋତ୍ତମପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା । ତେବେ ଏହା ପରେ ପୁରୁଷୋତ୍ତମପୁର ତହସିଲଦାରଙ୍କ ଉପସ୍ଥିତିରେ ଯୁବତୀଙ୍କ ବୟାନ ମଧ୍ୟ ରେକର୍ଡ କରା ଯାଇଥିଲା । ମୃତ୍ୟୁ ପୂର୍ବରୁ ନିଜ ବୟାନରେ ଯୁବତୀ ଜଣଙ୍କୁ ପୋଲିସ ପଚାରିଥିଲା କି, ତାଙ୍କ ପ୍ରେମିକ କଣ ପାଇଁ ସେଠାକୁ ତାଙ୍କୁ ଆଣିଥିଲେ ? ସେ ହିଁ ତାଙ୍କୁ ନିଆଁ ଲଗାଇଥିଲେ କି ଓ କଣ ପାଇଁ ନିଆଁ ଲଗାଇଲେ ?

ଯୁବତୀ ଜଣକ ଉତ୍ତର ଦେଇଥିଲେ କି ମୋତେ ସେ ଭଲ ପାଉଥିଲେ । ସେ ପ୍ରଥମେ କହିଥିଲେ ମୋତେ ବାହା ହେବେ ବୋଲି । କିନ୍ତୁ ପରେ କହିଲେ କି ସେ ତାଙ୍କୁ ବାହା ହୋଇ ପାରିବେନି । ତେବେ ଏହାର କାରଣ କଣ ତାଙ୍କୁ ଯୁବତୀ ପଚାରିବାରୁ ତାଙ୍କ ପ୍ରେମିକ କହିଥିଲେ କି ତାଙ୍କ ଘରେ ଅନ୍ୟ ଝିଅ ସହିତ ବାହାଘର ଠିକ କରି ଦେଇଛନ୍ତି ।

ତେବେ ଯୁବତୀ ବା ପ୍ରେମିକ ଜଣକ ଏହାର ବିରୋଧ କରିବାରୁ ତାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା ପ୍ରେମିକ । ଯୁବତୀ ତାଙ୍କ ବୟାନରେ ସ୍ପଷ୍ଟ ଭାବେ କହିଥିଲେ କି, ତାଙ୍କ ପ୍ରେମିକ ତାଙ୍କୁ ସ୍ପିରିଟ ପକାଇ ଜାଳିବାକୁ ଚେଷ୍ଟା କରିଛି । ତେବେ ଯୁବତୀଙ୍କ ପ୍ରେମିକ ଏହି ଆରୋପକୁ ସିଧାସଳଖ ଅସ୍ଵୀକାର କରିଛନ୍ତି ।

ସୂଚନାରୁ ଜଣା ପଡିଛି କି ଏହି ଦୁହିଁଙ୍କ ମଧ୍ୟରେ ୨୦୧୫ ମସିହାରୁ ପ୍ରେମ ସମ୍ପର୍କ ଥିଲା । ଏପରିକି ୨୦୧୭ରେ ସେମାନେ ଘର ଛାଡି ଫେରାର ମଧ୍ୟ ହୋଇ ଯାଇଥିଲେ । ଯୁବକ ଜଣକ ଭୁବନେଶ୍ବର ଇନ୍ଫୋସିସରେ IT ଡିପାର୍ଟମେଣ୍ଟରେ ଚାକିରି କରନ୍ତି ଓ ପ୍ରେମିକା ଭଞ୍ଜନଗରରେ ଏକ କ୍ଲିନିକରେ ସ୍ୱାସ୍ଥ୍ୟକର୍ମୀ ଭାବେ ଚାକିରି କରୁଥିଲେ ।

ତେବେ ଗତ କିଛି ଦିନ ହେବ ପୁଅ ଘର ଅନ୍ୟ ଝିଅ ସହ ତାଙ୍କର ବିବାହ ଆୟୋଜନ କରୁଥିବା ଖବର ପାଇ ପ୍ରେମିକା ଆସି ପ୍ରେମିକଙ୍କ ସହ ପାଟିତୁଣ୍ଡ କରି ଥିଲେ ଓ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା ।

ତେବେ ପ୍ରେମିକାଙ୍କ ଏହି ବ୍ୟବହାରରେ ଉତ୍ତ୍ୟକ୍ତ ହୋଇ ପ୍ରେମିକ ତାଙ୍କୁ ତରଳ ପଦାର୍ଥ ଢାଳି ନିଆଁ ଲଗାଇଥିବା ଜଣା ପଡିଛି । ତେବେ ପ୍ରେମିକ ତାଙ୍କୁ ହତ୍ୟା କରି ନାହାନ୍ତି ଓ ତାଙ୍କ ପ୍ରେମିକା ଜଣେ ସାଇକାଇଟ୍ରିକ ଙ୍କ ପାଖରେ ଚିକିତ୍ସିତ ହେଉଥିବା ପ୍ରେମିକ ତାଙ୍କ ବୟାନରେ କହିଛନ୍ତି ।