ସ୍ଵାମୀ Raj Kundra ଙ୍କ ଏଭଳି କାମ ପାଇଁ ରାଗି କି ନିଆଁ ବାଣ ହେଇଗଲେ Shilpa, ସମସ୍ତଙ୍କ ଆଗରେ କହିଲେ ” ପରିବାରର କେତେ ବଦନାମୀ…”

ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ଫିଲ୍ମ ମାମଲାରେ ଗିରଫ ହେବା ପରେ ଶିଳ୍ପା ସେଟ୍ଟୀଙ୍କର ମଧ୍ୟ ଖୁବ ବଦନାମ ହେଉଛି । ୧୯ ଜୁଲାଇ ରାତିରେ ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା ।

ଏହା ଅପରେ ମୁମ୍ବାଇ କୋର୍ଟ ଦ୍ଵାରା ତାଙ୍କୁ ୨୩ ଜୁଲାଇ ଯାଏ ହିରାଶତରେ ରଖା ଯାଇଥିଲା ଓ ପରେ ଏହି ଅବଧିକୁ ବଢାଇ ୨୭ ଜୁଲାଇ କରି ଦିଆ ଯାଇଥିଲା । ଏହା ମଧ୍ୟରେ ଯେତେ ସମ୍ଭବ ସେତେ ଯାଞ୍ଚ କାର୍ଯ୍ୟ ଜାରି ରଖିଛି ପୋଲିସ । ଏହା ହେତୁ ପ୍ରତିଦିନ ନୂଆ ନୂଆ ଖୁଲାସା ମଧ୍ୟ ହେଉଛି । ମୁମ୍ବାଇ ପୋଲିସ ରାଜ କୁନ୍ଦ୍ରାଙ୍କ ସହ ତାଙ୍କ ପତ୍ନୀ ଶିଳ୍ପା ସେଟ୍ଟୀଙ୍କୁ ମଧ୍ୟ ପଚରା ଉଚରା କରିଥିଲା । ଏଥିପାଇଁ କ୍ରାଇମବ୍ରାଞ୍ଚ ଟିମ ରାଜଙ୍କୁ ନେଇ ତାଙ୍କ ଘରକୁ ଯାଇଥିଲେ । ସେଠାରେ ଦୁହିଁଙ୍କୁ ସାମନା ସାମନି ବସାଇ ଅନେକ ପ୍ରଶ୍ନ ମଧ୍ୟ କରା ଯାଇଥିଲା ।

ସେହି ସମୟରେ ଶିଳ୍ପାଙ୍କୁ ବହୁତ ରାଗ ଓ ଟେନସନରେ ଦେଖିବାକୁ ମିଳିଥିଲା। ସେ ନିଜର ସମସ୍ତ ରାଗ ରାଜଏନକେ ଉପରେ ଓଗାଳି ଦେଇଥିଲେ । କୁହାଯାଉଛି କି ଏହି ପଚରା ଉଚରା ସମୟରେ ଶିଳ୍ପା ଓ ରାଜଙ୍କ ମଧ୍ୟରେ ବହୁତ ବଡ ଝଗଡା ମଧ୍ୟ ହୋଇ ଯାଇଥିଲା । ଶିଳ୍ପା ଏତେ ଡରି ଯାଇଥିଲେ ଯେ କ୍ରାଇମବ୍ରାଞ୍ଚସାମନାରେ ହିଁ ରାଜଙ୍କ ସହ ଯୁକ୍ତି କରିବା ଆରମ୍ଭ କରି ଦେଇଥିଲେ । ସୂତ୍ର ଅନୁସାରେ ଶିଳ୍ପା ରାଜଙ୍କୁ କହିଥିଲେ କି, ‘ଏହି ସବୁ କରିବାକୁ କଣ ଦରକାର ଥିଲା ?’

 

‘ଏହା ଯୋଗୁଁ ଇଣ୍ଡଷ୍ଟ୍ରିରେ ପରିବାରର କେତେ ବଦନାମୀ ହେଉଛି, ତାର ଅନ୍ଦାଜା ବି ଅଛି ତୁମକୁ ?’ କେବଳ ଏତିକି ନୁହେଁ, ଶିଳ୍ପା ଆହୁରି ମଧ୍ୟ କହିଥିଲେ କି ‘ଏହି ବଦନାମୀ ଯୋଗୁଁ ତାଙ୍କର ଅନେକ ଏଣ୍ଡୋର୍ସ ମଧ୍ୟ ଭାଙ୍ଗି ଯାଇଛି । ପରିବାର ଉପରେ ଏହାର ଗଭୀର ପ୍ରଭାବ ପଡୁଛି । ଏତେ ବାଟ ଆସିବା ପରେ ଏଇ ସବୁ କରିବାକୁ ତୁମକୁ କଣ ଦରକର ଥିଲା ?’ ରାଜ କୁନ୍ଦରାଙ୍କ ପର୍ଣ୍ଣ କେସ ଯୋଗୁଁ ଶିଳ୍ପାଙ୍କର ଯେଉଁ ସବୁ ବ୍ରାଣ୍ଡ ସହ ଟାଇ ଅଫ ଥିଲା ସେହି ସବୁ ଭାଙ୍ଗିବାକୁ ଲାଗୁଛି । ଏବେ କୌଣସି ବ୍ରାଣ୍ଡ, ଶୋ ଓ ଫିଲ୍ମ ତାଙ୍କୁ ନେବାକୁ ଭୟ କରୁଛନ୍ତି ।

ଏହି କାରଣରୁ କ୍ରାଇମବ୍ରାଞ୍ଚ ଏହା ସନ୍ଦେହ କରୁଛି ଯେ, ରାଜଙ୍କ ଏହି କଳା ଧନ୍ଦାର ଖବର ଶିଳ୍ପାଙ୍କୁ ପୂର୍ବରୁ ହିଁ ଜଣାଥିଲା । କିନ୍ତୁ ଏହି ମାମଲାରେ ଶିଳ୍ପାଙ୍କ କେତେ ହାତ ଅଛି ଏହା ପରେ ଖୁଲାସା ହୋଇପାରେ । ଶୁଣା ଯାଉଛି କି ପଚରା ଉଚରା ସମୟରେ ଶିଳ୍ପା ଭୋ ଭୋ ହୋଇ କାନ୍ଦିବାକୁ ଲାଗିଥିଲେ ଓ ବହୁତ ଦୁଃଖୀ ମଧ୍ୟ ଥିଲେ । ସେ ପ୍ରାୟ ଦୁଇ ଘଣ୍ଟା ଧରି ପୋଲିସ ପ୍ରଶ୍ନର ଉତ୍ତର ଦେଇଥିଲେ । ଶିଳ୍ପାଙ୍କୁ ଦୁଃଖୀ ଦେଖି ରାଜ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ, ଶିଳ୍ପା ଏତେ ରାଗିଥିଲେ ଯେ ତାଙ୍କର କିଛି କଥା ମଧ୍ୟ ଶୁଣି ନ ଥିଲେ ।

ଏହି ସବୁ ସୂଚନା ମୁମ୍ବାଇ କ୍ରାଇମବ୍ରାଞ୍ଚର ଜଣେ ଉଚ୍ଚ ଅଧିକାରୀଙ୍କ ଦ୍ଵାରା ମିଳିଥିଲା। ପୋଲିସ ରାଜଙ୍କ ଅଫିସ ମଧ୍ୟ ଛାନଭିନ କରିଥିଲା । ସେଠାରେ ଥିବା ଏକ ଆଲମାରିରୁ ପୋଲିସକୁ ଏମିତି କିଛି ଦସ୍ତାବିଜ ମିଳିଛି ଯେଉଁଥିରେ ଶିଳ୍ପାଙ୍କ ସାଇନ ରହିଛି । କିଛି ସମୟ ପରେ ଶିଳ୍ପା କମ୍ପାନୀର ଡାଇରେକ୍ଟର ପଦରୁ ଇସ୍ତଫା ଦେଇଥିଲେ । ଏହା ହେତୁ ଶିଳ୍ପାଙ୍କ ଉପରେ ପୋଲିସର ସନ୍ଦେହ ବଢୁଛି ।