ପୁରୀରେ ଘଟିଲା ଅଲୌକିକ ଘଟଣା, ନନ୍ଦିଘୋଷ ରୁ ମନ୍ଦିର ପର୍ଯ୍ୟନ୍ତ ପଡିଛି ମହାପ୍ରଭୁ Sri Jagannatha ଙ୍କ ପାଦଚିହ୍ନ, ଏବେ ହିଁ କରନ୍ତୁ ଦର୍ଶନ…

ବନ୍ଧୁଗଣ ଜଗନ୍ନାଥଧାମ ପୁରୀରେ ଘଟିଛି ଏଭଳି ଏକ ଅଲୌକିକ ଘଟଣା । ଯାହା ଶୁଣିଲେ ଆପଣଙ୍କ ହାତ ଭାବବିହ୍ଵଳ ହୋଇ ଯୋଡି ହୋଇଯିବ ମହାପ୍ରଭୁ ଶ୍ରୀ ଜାଗନ୍ନାଥଙ୍କ ଉଦ୍ଦେଶ୍ୟରେ । ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ରଥ ନନ୍ଦିଘୋଷରୁ ପହଣ୍ଡି ସାରି ଅଳପ ମଣ୍ଡପକୁ ବାହୁଡିବା ବାଟରେ ମିଳିଛି ଶତାଧିକ ପାଦ ଚିହ୍ନ ।

ତେବେ ମହାପ୍ରଭୁ ଙ୍କର ଘୋଷଯାତ୍ରା ଶେଷ ହେଲା ପରେ ଏପରି ଏକ ବିରଳ ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି । ମହାପ୍ରଭୁଙ୍କ ୧୩ ଦିନର ଘୋଷଯାତ୍ରା ପର୍ବ ଶେଷ ହୋଇଛି ଓ ବଡ ଭାଇ ବଳଭଦ୍ର ଏବଂ ସାନ ଭଉଣୀ ସୁଭଦ୍ରାଙ୍କ ସହ ରତ୍ନା ବେଦିକୁ ବିଜେ କରିଛନ୍ତି ମହାପ୍ରଭୁ । ତେବେ ଶ୍ରୀ ଜୀଉ ଶ୍ରୀମନ୍ଦିର ଯିବା ପରେ ସିଂହଦ୍ୱାରରେ ପଡିଥିବା ପାଦ ଚିହ୍ନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ପ୍ରଭୁ ସୁଦର୍ଶନଙ୍କ ପରେ ବଡ ଠାକୁର ବଳଭଦ୍ର ଓ ମା ସୁଭଦ୍ରା ଶ୍ରୀମନ୍ଦିରକୁ ବିଜେ କରିଥିଲେ ଓ ଶେଷରେ କାଳିଆ ଠାକୁର ଶ୍ରୀମନ୍ଦିରରେ ବିଜେ କରିଥିଲେ । ତେବେ ଶୁକ୍ରବାର ଦିନ  ବଡ ଠାକୁର ଓ ମା ସୁଭଦ୍ରା ଯିବା ବେଳେ ସିଂହଦ୍ଵାରରେ ସେଭଳି କିଛି ପାଦ ଚିହ୍ନ ଦେଖିବାକୁ ମିଳି ନ ଥିଲା । କିନ୍ତୁ କାଳିଆ ସାଆନ୍ତ ନନ୍ଦିଘୋଷରୁ ଓହ୍ଲାଇ ଶ୍ରୀମନ୍ଦିରକୁ ଯିବା ପରେ ସିଂହଦ୍ଵାରରେ ଶତାଧିକ ପାଦ ଚିହ୍ନ ଦେଖିବାକୁ ମିଳିଛି ।

ତେବେ ନନ୍ଦିଘୋଷ ରଥ ଠାରୁ ସିଂହଦ୍ଵାରର ଅରୁଣ ସ୍ତମ୍ଭ ପର୍ଯ୍ୟନ୍ତ ଲମ୍ବିଥିବା ଏହି ପାଦଚିହ୍ନକୁ ଦେଖିବା ପାଇଁ ସେଠାରେ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କ ଭିଡ ଜମିଥିଲା । ହଳଦିଆ ରଙ୍ଗର ଏହି ପାଦ ଚିହ୍ନକୁ ସେଠାରେ ଉପସ୍ଥିତ ପୋଲିସ ଅଧିକାରୀଙ୍କ ସମେତ ସାମ୍ବାଦିକ ମାନେ ମଧ୍ୟ ମୁଣ୍ଡିଆ ମାରି ଆଶୀର୍ବାଦ ଗୁହାରି କରିଛନ୍ତି ।

ତେବେ ଶ୍ରୀମନ୍ଦିର ସାମନାରେ ପଡିଥିବା ସେହି ଶତାଧିକ ପାଦ ଚିହ୍ନକୁ ନେଇ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରକାର ପ୍ରଶ୍ନ ଉଠୁଛି କି, ଏହା ଆଉ ପ୍ରଭୁ ଜଗନ୍ନାଥଙ୍କ ପାଦ ଚିହ୍ନ ନୁହେଁ ତ ? ଭକ୍ତମାନେ ଏହା ଦେଖି ଭାବବିହ୍ଵଳ ହୋଇ ପଡ଼ୁଛନ୍ତି ଓ ସେହି ଚିହ୍ନ ଆଗରେ ମଥା ଟେକି ଆଶୀର୍ବାଦ ଭିକ୍ଷା କରୁଛନ୍ତି ।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏହିପରି ଲୀଳା ଭକ୍ତ ମାନେ ମଧ୍ୟ ବୁଝି ପାରୁ ନାହାନ୍ତି । ତେବେ ଏପରି ଏକ ଅଲୌକିକ ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଆପଣଙ୍କୁ ଏହି ପାଦ ଚିହ୍ନ ବିଷୟରେ କଣ ଲାଗୁଛି ଆମକୁ ନିଶ୍ଚୟ କମେଣ୍ଟ କରି ଜଣାଇବେ ଓ ଆମ ପୋଷ୍ଟକୁ ଲାଇକ ଏବଂ ସେୟାର ମଧ୍ୟ କରିବେ । କମେନ୍ଟ କରନ୍ତୁ ଜୟ ଜଗନ୍ନାଥ