ଫିଲ୍ମରେ ସଫଳତା ପାଇବା ପାଇଁ ଏହି ଅଭିନେତାମାନେ ବଦଳାଇ ଦେଲେ ନିଜର ନାମ, ପୂର୍ବରୁ ଥିଲା ଏହି ସବୁ ନାମ

ବଲୀଉଡରେ କାମ କରିବା ପାଇଁ ସମସ୍ତଙ୍କର ଇଚ୍ଛା ଥାଏ । କିନ୍ତୁ ସମସ୍ତଙ୍କୁ ଚାନ୍ସ ମିଳିଯିବ ଏହା ଜରୁରୀ ନୁହେଁ । ଯଦି ଚାନ୍ସ ମିଳିବିଯାଉଛି ତେବେ ସଫଳତା ମିଳିବ ଏହାର କୌଣସି ଗ୍ୟାରେଣ୍ଟି ନାହିଁ ।

କିନ୍ତୁ କିଛି କଳକାରଙ୍କ ମଧ୍ୟରେ ଟ୍ୟାଲେଣ୍ଟ ଥାଏ । କିନ୍ତୁ ତାଙ୍କର ଅଜବ ନାମ ଫିଲ୍ମ ମେକର୍ସଙ୍କୁ ଅସୁବିଧାରେ ପକାଇ ଥାଏ । ସେଥିପାଇଁ ଫିଲ୍ମରେ ସଫଳ ହେବା ପାଇଁ କିଛି ଅଭିନେତା ବଦଳାଇ ଦେଲେ ନିଜର ନାମ, ଏମାନଙ୍କ ମଧ୍ୟରୁ ବହୁତ କଳକାରଙ୍କର ନାମ ପୂର୍ବରୁ କିଛି ଅଲଗା ହିଁ ଥିଲା ।

ସଫଳ ହେବା ପାଇଁ ଏହି ଅଭିନେତାମାନେ ବଦଳାଇ ଦେଲେ ନିଜର ନାମ

ମିଥୁନ ଚକ୍ରବର୍ତ୍ତି

ବଲୀଉଡର ଡାନ୍ସର କିଙ୍ଗ ମିଥୁନ ଚକ୍ରବର୍ତ୍ତି ଫିଲ୍ମରେ ଆସିବା ପୂର୍ବରୁ ନକ୍ସଲବାଦୀମାନଙ୍କ ସହ କାମ କରୁଥିଲେ । ତାଙ୍କର ନାମ ଗୌରାଙ୍ଗ ଚକ୍ରବର୍ତ୍ତି ଥିଲା । କିନ୍ତୁ ଫିଲ୍ମରେ ଆସିବା ସମୟରେ ତାଙ୍କର ନାମ ଫିଲ୍ମ ମେକର୍ସଙ୍କୁ ପସନ୍ଦ ଆସିଲା ନାହିଁ ଓ ତାଙ୍କୁ ନିଜର ନାମ ମିଥୁନ ରଖିବାକୁ ପଡିଲା ।

ଅମିତାଭ ବଚ୍ଚନ

ମହାନାୟକ ଅମିତାଭ ବଚ୍ଚନଙ୍କର ଅସଲ ନାମ ଇନକଲାବ ଶ୍ରୀବସ୍ତବ ଅଟେ । କିନ୍ତୁ ଫିଲ୍ମରେ ଆସିବା ପରେ ଲୋକମାନେ ତାଙ୍କୁ ଅମିତାଭ ବଚ୍ଚନ ନାମରେ ଜାଣିଲେ ।

ପ୍ରଭାସ

ଫିଲ୍ମ ବାହୁବଲି ଦ୍ଵାରା ଦୁନିଆସାରା ଫେମସ ହୋଇଥିବା ପ୍ରଭାସଙ୍କର ପୁରା ନାମ ୱେଂକ୍ଟା ସତ୍ୟନାରାୟଣ ପ୍ରଭାସ ରାଜୁ ଉପାଲପତି ଅଟେ । କିନ୍ତୁ ମେକର୍ସମାନେ ତାଙ୍କୁ କେବଳ ପ୍ରଭାସ ନାମରେ ହିଁ ଡାକନ୍ତି ।

ଗୋବିନ୍ଦା

କହିଦେଉଛୁ କି ନିଜର ଡାନ୍ସ ଓ କମେଡି ପାଇଁ ପରିଚିତ ଗୋବିନ୍ଦା ବିହାରର ଅଟନ୍ତି । ତାଙ୍କର ନାମ ଗୋବିନ୍ଦ ଆହୁଜା ଅଟେ ।

ଜନ ଅବ୍ରାହମ

ବଲୀଉଡର ହ୍ୟାଣ୍ଡସମ ହଙ୍କ କୁହା ଯାଉଥିବା ଜନ ଅବ୍ରାହମ ବର୍ତ୍ତମାନ ବହୁତ ଦେଶଭକ୍ତି ଫିଲ୍ମ କରୁଛନ୍ତି । କିନ୍ତୁ ବହୁତ କମ ଲୋକମାନେ ଜାଣିଛନ୍ତି କି ତାଙ୍କର ଅସଲ ନାମ ଫରହାନ ଅବ୍ରାହମ ଅଟେ ।

ଜନୀ ଲିବର

ନିଜର ଅଭିନୟ ଦ୍ଵାରା ଲୋକମାନଙ୍କୁ ଆନନ୍ଦିତ କରାଉଥିବା କମେଡିଆନ ଜନୀ ଲିବରଙ୍କର ନାମ ବୋଧେ ଆପଣ ଶୁଣି ଥିବେ । ତାଙ୍କର ଅସଲ ନାମ ଜନ ରାୱ ପ୍ରକାଶ ରାୱ ଜାନୁମଲା ଅଟେ ।

ଟାଇଗର ଶ୍ରଫ

ନିଜର ଫିଲ୍ମରେ ଆକ୍ଶନ ଓ ଡାନ୍ସ ଦ୍ଵାରା ଟାଇଗର ଶ୍ରଫ ସମସ୍ତଙ୍କୁ ନିଜର ଦିବାନା କରି ଦେଇଛନ୍ତି । ଆମେ ଆପଣଙ୍କୁ କହିଦେଉଛୁ କି ଟାଇଗରଙ୍କର ଅସଲ ନାମ ଜୟ ହେହେମନ୍ତ ଶ୍ରଫ ଅଟେ ।

ସଲମାନ ଖାନ

ବଲୀଉଡର ଦବଙ୍ଗ ସଲମାନ ଖାନଙ୍କର ଦିବାନା ସମସ୍ତେ ଅଟନ୍ତି । ଆପଣଙ୍କର ସୁପରଷ୍ଟାର ସଲମାନ ଖାନଙ୍କର ଅସଲ ନାମ ଅବ୍ଦୁଲ ରାଶିଦ ସଲୀମ ସଲମାନ ଖାନ ଅଟେ ।

ସନୀ ଦେଓଲ

ପଞ୍ଜାବର ଶାନ କୁହାଯାଉଥିବା ଅଭିନେତା ସନୀ ଦେଓଲ ନିଜର ଫିଲ୍ମ ଦ୍ଵାରା ଲୋକମାନଙ୍କ ହୃଦୟରେ ଆଜି ବି ବସିଛନ୍ତି । କହିଦେଉଛୁ କି ତାଙ୍କର ଅସଲ ନାମ ଅଜୟ ସିଂହ ଦେଓଲ ଅଟେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।