ପେଟ ଓ ଲିଭର ପାଇଁ ବେସ୍ଟ ହୋଇଥାଏ କଞ୍ଚା ଆମ୍ବ, ମୂଳରୁ ଶେଷ ହୋଇଯାଏ ଏହି ୪ ଟି ରୋଗର ସମସ୍ୟା

ଗରମ ଦିନ ଆସିବା ମାତ୍ରେ ହିଁ ଲୋକମାନଙ୍କୁ ଫଳର ରାଜା ମାନେ ଆମ୍ବର କଥା ମାନେ ପଡିଯାଏ । କହିବାକୁ ଗଲେ ପାଚିଲା ଆମ୍ବ ଆମକୁ ସ୍ଵାଦିଷ୍ଟ ଲାଗିଥାଏ କିନ୍ତୁ କଞ୍ଚା ଆମ୍ବ ଆମ ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ । କଞ୍ଚା ଆମ୍ବ ସ୍ଵାଦରେ ଖଟା ଲାଗିଥାଏ । ଏହା ଦ୍ଵାରା ବିଭିନ୍ନ ପ୍ରକାର ଚଟପଟୀ ଡିଶେଜ ବି ପ୍ରସ୍ତୁତ କରାଯାଏ । କିନ୍ତୁ ଏହା ଆମ ପେଟ ଓ ଲିଭର ପାଇଁ ସବୁଠୁ ଭଲ ହୋଇଥାଏ । ଯେଉଁଥିରେ ଗୋଟିଏ ନୁହେଁ ବହୁତ ଭଲ ଗୁଣ ଅଛି ।

ପେଟ ଓ ଲିଭର ପାଇଁ ବେସ୍ଟ ହୋଇଥାଏ କଞ୍ଚା ଆମ୍ବ

କଞ୍ଚା ଆମ୍ବରେ ସିଟ୍ରିକ, ଅକ୍ସେଲିକ, ସକ୍ସୀନିକ ଓ ମୈଲାଇସ ନାମକ ଏସିଡ ମିଳିଥାଏ । ଯେଉଁ କାରଣରୁ ଏହାର ସ୍ଵାଦ ଖଟା ଲାଗେ । ଚାଲନ୍ତୁ ଜାଣିବା କଞ୍ଚା ଆମ୍ବର ଗୁଣ ବିଷୟରେ ।

ଗରମ ଦିନରେ ଲୂ ରୁ ବଞ୍ଚାଏ

ଗରମ ଦିନ ମୌସମରେ ହୀଟ ସ୍ଟ୍ରୋକ ମାନେ ଲୂ ଲାଗିବାର ଡର ଥାଏ ଓ କିନ୍ତୁ କଞ୍ଚା ଆମ୍ବର ସେବନ ଦ୍ଵାରା ଆପଣ ଏଥିରୁ ବଞ୍ଚି ପାରିବେ । କହିବାକୁ ଗଲେ ଆମ୍ବକୁ ପୋଟୈଶିୟମର ବହୁତ ଭଲ ସ୍ରୋତ ମନାଯାଏ । ଯେଉଁ କାରଣରୁ ଏହା ଶରୀରରେ ସୋଡିୟମର ମାତ୍ରାକୁ କନ୍ଟ୍ରୋଲ କରି ଶରୀରରେ ପାଣିର ମାତ୍ରାକୁ ବୁଦ୍ଧି କରିଥାଏ । ସେଥିପାଇଁ ଗରମ ଦିନରେ କଞ୍ଚା ଆମ୍ବର ସେବନ କରିବା ଲାଭଦାୟକ ହୋଇଥାଏ ।

ପେଟ ପାଇଁ ଅଟେ ଲାଭଦାୟକ

ଗରମ ଦିନରେ ପ୍ରାୟତଃ ତେଲ – ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ଵାରା ପେଟରେ ବିଭିନ୍ନ ପ୍ରକାରର ସମସ୍ୟା ଆରମ୍ଭ ହୋଇଯାଏ । କଞ୍ଚା ଆମ୍ବରେ ଫାଇବାର ହୋଇଥାଏ ଓ ଏଥିରେ ଥିବା କେତେକ ଏସିଡ୍ସ ଅନ୍ତ ଗୁଡିକରେ ଯାଇ ପାଚନ ରସର ଉତ୍ପାଦନକୁ ବଢାଇଥାଏ । ଯେଉଁଥିରେ ପେଟ ସହ ଜଡିତ ସମସ୍ୟା ଦୂର ହୋଇଯାଏ ।

ଲିଭର ପାଇଁ ଅଟେ ଲାଭଦାୟକ

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି କଞ୍ଚା ଓ ସବୁଜ ଆମ୍ବ ଲିଭର ପାଇଁ ବହୁତ ଲାଭଦାୟକ ପ୍ରମାଣିତ ହୋଇଥାଏ । କହିବାକୁ ଗଲେ କଞ୍ଚା ଆମ୍ବ ଖାଇବା ଦ୍ଵାରା ଶରୀରର ଅନ୍ତ ଗୁଡିକର ଭଲ ଭାବରେ ସଫା ହୋଇଥାଏ । ଯାହା ଦ୍ଵାରା ବାଇଲ ଜୂସ (ଲିଭରରେ ବାହାରୁଥିବା ରସ)ର ଉତ୍ପାଦନକୁ ବଢାଇବାକୁ ଲାଗେ ।

ଓଜନ କମ କରିଥାଏ କଞ୍ଚା ଆମ୍ବ

ପାଚିଲା ଆମ୍ବ ଦ୍ଵାରା ଶରୀରର ଓଜନ ବଢିଥାଏ ଯେତେବେଳେ କି କଞ୍ଚା ଆମ୍ବ ଦ୍ଵାରା ଶରୀର ଓଜନ ହ୍ରାସ ହୋଇଥାଏ । ଏଥିପାଇଁ ଆପଣଙ୍କୁ ସବୁଦିନ ଗୋଟିଏ କଞ୍ଚା ଆମ୍ବ କୌଣସି ନା କୌଣସି ରୂପରେ ଖାଇବା ଉଚିତ । କଞ୍ଚା ଆମ୍ବର ବିଭିନ୍ନ ପ୍ରକାର ପୋଷାକ ତତ୍ଵ ଓଜନକୁ କମ କରିଥାଏ ।

କୋଲେସ୍ଟ୍ରଲକୁ କରେ କମ

ଯଦି ଆପଣ କଞ୍ଚା ଆମ୍ବକୁ କିଛି କିଛି ସମୟ ମଧ୍ୟରେ ସେବନ କରୁଛନ୍ତି ତେବ ଆପଣଙ୍କର ଶରୀରର କୋଲେସ୍ଟ୍ରଲର ମାତ୍ରା କମ ହୋଇଯାଏ । ଆମ୍ବରେ ଥିବା ବିଟାମିନ ସୀ, ଫାଇବର ଓ ପେକ୍ଟିନ କୋଲେସ୍ଟ୍ରଲକୁ କମ କରିଥାଏ । ଏହା ଛଡା ଏହା ଟ୍ରାଈଗ୍ଲିସରାଇଡ୍ସର ମାତ୍ରାକୁ ବି କମ କରିଥାଏ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।