ବୁମରାଙ୍କ ଜୀବନରେ ଏହି ଆକ୍ଟ୍ରେସଙ୍କ ଏଣ୍ଟ୍ରି , ଲକଡାଉନ ପରେ ମିଳିବ ଖୁସି ଖବର

କ୍ରିକେଟର ଓ ବଲିଉଡ ଆକ୍ଟ୍ରେସଙ୍କର ପୁରୁଣା ସମ୍ପର୍କ ରହିଛି , ନବାବ ପଟୌଦିଙ୍କ ଠୁ ନେଇ ବିରାଟ-ଅନୁଷ୍କା ପର୍ଯ୍ୟନ୍ତ ସମ୍ପର୍କକୁ ନାମ ଦେଇ ସାରିଛନ୍ତି । ଏବେ ଏହି ସୁଚିରେ ଆଉ ଗୋଟେ ନା ସାମିଲ ହୋଇପାରେ , କୁହା ଯାଉଛି କି ଟିମ୍ ଇଣ୍ଡିଆର ଷ୍ଟାର ସ୍ପିଡ ବୋଲର ଜସ୍ପ୍ରିତ ବୁମରାହ ଆକ୍ଟ୍ରେସ ଅନୁପମା ପରମେସ୍ଵରନଙ୍କୁ ଡେଟ କରୁଛନ୍ତି । ଅନୁପମା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରନ୍ତି । କୁହାଯାଉଛି କି ଦୁହେଁ ଏହି କିଛି ଦିନ ହେବ ବହୁତ ମିଶୁଛନ୍ତି ଓ କଥାବାର୍ତ୍ତା ମଧ୍ୟ ହେଉଛନ୍ତି ।

ସୋସିଆଲ ମିଡିଆରେ ଫଲୋ

ଜସ୍ପ୍ରିତ ବୁମରାହ ଓ ଅନୁପମା ଦୁହେଁ ଦୁହିଁଙ୍କୁ ସୋସିଆଲ ମିଡିଆରେ ଫଲୋ କରିଥାନ୍ତି , ସ୍ପିଡ ବୋଲର ଅନୁପମାଙ୍କ କେତେକ ଟୁଇଟ୍ସ ଓ ତାଙ୍କ ଫଟୋକୁ ଲାଇକ ବି କରିଥାନ୍ତି । କିଛିଦିନ ହେବ ବୁମରାହଙ୍କ ସହିତ ଅଫେୟାରକୁ ନେଇ ଅନୁପମାଙ୍କୁ ଗୋଟେ ପ୍ରେସ କଂଫରେନ୍ସରେ ପ୍ରଶ୍ନ ମଧ୍ୟ ପଚରା ଯାଇଥିଲା , କିନ୍ତୁ ସେ ଡେଟିଙ୍ଗକୁ ନେଇ ମନା କରିଦେଲେ କହିଲେ ସେ ଖାଲି ମୋର ଭଲ ସାଙ୍ଗ ଅଟନ୍ତି , ଏହାଠୁ ଅଧିକ ଆଉ କିଛି ବି ନୁହେଁ ।

ସାଉଥ ପିଲ୍ମରେ କାମ

୨୩ ବର୍ଷୀୟ ଆକ୍ଟ୍ରେସ ଅନୁପମା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ କେତେକ ବଡ଼ ଫିଲ୍ମରେ କାମ କରିଛନ୍ତି , ତାଙ୍କୁ ୨୦୧୫ ରେ ରିଲିଜ ହୋଇଥିବା ପ୍ରେମମ ରୁ ତାଙ୍କୁ ବହୁତ ଲୋକ ପ୍ରିୟତା ମିଳିଥିଲା ,ଏହା ସହିତ ହିଁ ସେ ସତାମନମ ଭବତି , ନଟସର୍ବଭୂମା ଓ ବନଧି ଓକାଦେ ଜିନ୍ଦେଗି ଭଳି ଫିଲ୍ମରେ କାମ କରିଛନ୍ତି , ଅଭିନୟ ପାଇଁ ସେ ତିନୋଟି ବଡ଼ ଆୱାର୍ଡ ମଧ୍ୟ ଜିତି ସାରିଛନ୍ତି ।

ରାଶିଙ୍କ ସହିତ ମଧ୍ୟ ଯୋଡା ହୋଇଥିଲା ଏହି ଖେଳାଳିଙ୍କ ନା

ମିଡ଼ିଆ ରିପୋଟରଙ୍କ ଅନୁସାରେ ଷ୍ଟାର କ୍ରିକେଟର ବର୍ତ୍ତମାନ ସୋସିଆଲ ମିଡିଆରେ ଅନୁପମାଙ୍କର ପୋଷ୍ଟ ଉପରେ ବହୁତ ରିଆକ୍ଟ୍ କରୁଛନ୍ତି । ଏହା ପୂର୍ବରୁ ବୁମରାହଙ୍କ ନା ଆକ୍ଟ୍ରେସ ରାଶି ଖନାଙ୍କ ସହ ଯୋଡି ହୋଇଥିଲା । ସେତେବେଳେ ମଧ୍ୟ ଏହି ଦୁଇଜଣ ଦୁହିଁଙ୍କ ବିଷୟରେ କହିଥିଲେ କି ଆମେ ଦୁହେଁ ଖାଲି ଭଲ ସାଙ୍ଗ, ଏହା ବ୍ଯତୀତ ଆଉ କିଛି ନୁହେଁ । ରାଶି ବଲିଉଡ଼ ଫିଲ୍ମ ମାଡ୍ରାସ କ୍ୟାଫେରେ ଜନ ଆବ୍ରାହମଙ୍କ ସହିତ କାମ କରି ସାରିଛନ୍ତି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।