ଯେତେବେଳେ ପିତା Raj Kapoor ଙ୍କ କାରଣରୁ Rishi Kapoor ଙ୍କୁ Padmini Kolhapure ମାରିଥିଲେ 8 ଟି ଚାପୁଡା, ଲାଲ ହେଇଯାଇଥିଲା ଗାଲ

ହିନ୍ଦୀ ସିନେମାର ଦିବଙ୍ଗତ ଓ ଦିଗଜ ଅଭିନେତା ରିଷି କପୁର, ହିନ୍ଦୀ ସିନେମାରେ ବହୁତ ବଡ ନାମ କମାଇଥିଲେ । ସେ କପୁର ଖାନଦାନର ସବୁଠୁ ବଡ ଓ ସଫଳ ଅଭିନେତାଙ୍କ ମଧ୍ୟରୁ  ଜଣେ। ଫିଲ୍ମରେ ମୁଖ୍ୟ ଅଭିନେତା ଭାବେ କାମ କରିବା ସହ ସେ ଶିଶୁ କଳାକାର ଭାବେ ମଧ୍ୟ ବଲିଉଡରେ କାମ କରି ସାରିଛନ୍ତି । ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରାୟ ମୁଖ୍ୟ କଳାକାର ଭାବେ ପ୍ରାୟ ୪୭ ବର୍ଷ କାମ କରିଛନ୍ତି । ନିଜ ସମୟର ପ୍ରାୟ ସମସ୍ତ ବଡ ଅଭିଏନେତାଙ୍କ ସହ କାମ କରିଥିଲେ ରିଷି କପୁର ।

ସେହିପରି ଲୋକପ୍ରିୟ ଅଭିନେତ୍ରୀ ପଦ୍ମିନୀ କୋହ୍ଲାପୁରେଙ୍କ ସହ ମଧ୍ୟ ତାଙ୍କ ଯୋଡି ଖୁବ ଜମୁଥିଲା । ଦୁହେଁ ଫିଲ୍ମ ‘ପ୍ରେମ ରୋଗ’ ରେ ଏକାଠି କାମ କରିଥିଲେ । ଆଜିଠୁ ୩୯ ବର୍ଷ ପୂର୍ବେ ରିଲିଜ ହୋଇଥିବା ଏହି ଫିଲ୍ମ ଖୁବ ହିଟ ହୋଇଥିଲା ଏବଂ ଦର୍ଶକଙ୍କ ହୃଦୟ କିଣି ନେଇଥିଲା । ଅଭିନେତ୍ରୀ ପଦ୍ମିନୀ କୋହ୍ଲାପୁରେ ସମ୍ପର୍କରେ ହିନ୍ଦୀ ସିନେମାର ଅନ୍ଯତମ ଦିଗଜ ଅଭିନେତା ଶକ୍ତି କପୁରଙ୍କ ଶାଳି ହେବେ । ଖାସ କଥା ହେଉଛି ଫିଲ୍ମଟି ରିଷି କପୁରଙ୍କ ବାପା ତଥା ଦିଗଜ ଅଭିନେତା, ନିର୍ମାତା ଏବଂ ନିର୍ଦ୍ଦେଶକ ରାଜ କପୁର ନିର୍ଦେଶିତ କରିଥିଲେ ।

ଏହି ଫିଲ୍ମ ସହ ଅନେକ ରୋଚକ କାହାଣୀ ଯୋଡି ହୋଇ ରହିଛି । ଫିଲ୍ମରେ ପଦ୍ମିନୀ ଜଣେ ବିଧବା ଝିଅର ଭୂମିକରେ ଅଭିନୟ କରିଥିଲେ । ବିଧବା ପଦ୍ମିନୀ କୁଆଁରା ରିଷି କପୁରଙ୍କୁ ପ୍ରେମ କରି ବସିଥିଲେ । ଏହି ଫିଲ୍ମରେ ଗୋଟିଏ ସିନ ଥିଲା ଯେଉଁଥିରେ ପଦ୍ମିନୀ ରାଗରେ ରିଷି କପୁରଙ୍କୁ ଚା-ପୁ-ଡା ମା-ରି-ବା-ର ଥିଲା । ସ୍କ୍ରିପ୍ଟ ଅନୁସାରେ ରିଷି କପୁର ପଦ୍ମିନୀଙ୍କୁ ପ୍ରେମ ନିବେଦନ କରିବେ ଓ ପଦ୍ମିନୀ ତାଙ୍କୁ ଚା-ପୁ-ଡା ମା-ରି-ବେ । ପଦ୍ମିନୀ ସେହି ସମୟରେ ନୂଆ ରୂପେ ଅଭିନୟ ଦୁନିଆରେ ପାଦ ଦେଇଥିବାରୁ, ଏହି ସିନ ତାଙ୍କୁ ଅନେକ ଥର ଦୋହରାଇବାକୁ ପଡିଥିଲା ।

ଏଥିପାଇଁ ପଦ୍ମିନୀଙ୍କୁ ଗୋଟିଏ ପରେ ଗୋଟିଏ ଅନେକ ଚା-ପୁ-ଡା ମା-ରି-ବା-କୁ ପଡିଥିଲା ରିଷି କପୁରଙ୍କୁ । ରାଜ କପୁର ପରଫେକ୍ଟ ଶ-ଟ ନେବା ପାଇଁ ପଦ୍ମିନୀଙ୍କ ଦ୍ଵାରା ରିଷି କପୁରଙ୍କୁ ୮ଟି ଚା-ପୁ-ଡା ଲ-ଗାଇଥିଲେ । ଯାହାପରେ ଏହି ସିନ ପୁରା ହୋଇ ପାରିଥିଲା । ସେପଟେ ୮ଟା ଚା-ପୁ-ଡା ଖାଇବା ପରେ ରିଷିଙ୍କ ଅବସ୍ଥା ଖରାପ ହୋଇ ଯାଇଥିଲା ଓ ତାଙ୍କ ଗାଲ ଲାଲ ହୋଇ ଯାଇଥିଲା । ଏହି ଫିଲ୍ମରେ ଏହି ଦୁହିଁଙ୍କ ବ୍ଯତୀତ ଶମୀ କପୁର, ତନୁଜା ଓ ନନ୍ଦାଙ୍କ ପରି ଦିଗଜ ଅଭିନେତ୍ରୀ ମଧ୍ୟ କାମ କରିଥିଲେ । ଏହିପରି ପୋଷ୍ଟ ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।