ଏମାନେ ହେଉଛନ୍ତି କୁମ କୁମ ଭାଗ୍ୟର ଆକ୍ଟର ମାନକର ରିଅଲ ଲାଇଫ ସ୍ତ୍ରୀ, ଅଭିଙ୍କ ସ୍ତ୍ରୀ ପ୍ରଜ୍ଞାଠୁ ବି ଅଧିକ ସୁନ୍ଦର

ଜୀ ଟିଭିରେ ପ୍ରସାରିତ ହେଉଥିବା ସିରିୟଲ କୁମ କୁମ ଭାଗ୍ୟକୁ ଆପଣ ସମସ୍ତେ ଦେଖୁଥିବେ । ଏହି ସିରିୟଲ ୧୫ ଏପ୍ରିଲ ୨୦୧୪ରେ ପ୍ରସାରିତ ହୋଇଥିଲା । ଏହି ସିରିୟଲକୁ ଏକତା କପୁରଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିଲା । ଏହା ଛଡା ଏହାର ନିର୍ଦେଶକର ଦାୟିତ୍ଵ ମୁଜମ୍ମିଲ ଦେସାଈ ଓ ଶରଦ ୟାଦବଙ୍କ ଉପରେ ଅଛି । ଏହାର ମୁଖ୍ୟ କିରଦାର ଶବ୍ବୀର ଅହଲୁବାଲିୟା ଓ ସୃତି ଝା ଅଟେ । ଏହି ସିରିୟଲକୁ ସବୁ ଦର୍ଶକମାନଙ୍କ ଦ୍ଵାରା ବହୁତ ଭଲ ପାଇବା ବି ମିଳିଛି ।

ଏହା ସହିତ ଏହି ସିରିୟଲରେ କାମ କରୁଥିବା ସବୁ କଳାକାରମାନେ ବି ବହୁତ ଫେମସ ଅଟନ୍ତି । ଏହି ସିରିୟଲରେ ଅଭିନେୟ କରୁଥିବା ସବୁ କିରଦାର ପ୍ରତି ଘରେ ଘରେ ପରିଚିତ ଅଟନ୍ତି । ଆପଣମାନେ ଏହି ସିରିୟଲରେ ଅଭିନୟ କରୁଥିବା ସବୁ କଳାକାରମାନଙ୍କୁ ନିଶ୍ଚିତ ଚିହ୍ନିଥିବେ । ଏମିତିରେ ଆଜି ଆମେ ଆପଣଙ୍କୁ ଏହି ସିରିୟଲରେ ଅଭିନୟ କରୁଥିବା କଳାକାରମାନଙ୍କର ଜୀବନସାଥି ବିଷୟରେ କହିବୁ ।

ଆଲିୟା ମେହେରା

ଏହି ସିରିୟଲରେ ନଜର ଆସୁଥିବା ଆଲିୟା ମେହେରାଙ୍କ ଅସଲ ନାମ ଶିଖା ସିଂହ ଅଟେ । ଶିଖା ସିଂହଙ୍କ ବିବାହ ୨୦୧୬ରେ ହୋଇ ଯାଇଛି ଓ ତାଙ୍କର ସ୍ଵାମୀଙ୍କ ନାଁ କରଣ ସାହା ଅଟେ ।

ଆକାଶ ମେହେରା

ଆକାଶ ମେହାରାଙ୍କ ରୋଲକୁ ଅଭିନୟ କରୁଥିବା ଅଭିନେତାଙ୍କ ଅସଲ ନାମ ଅଙ୍କିତ ମୋହନ ଅଟେ । ଅଙ୍କିତ ମୋହନ ୨୦୧୫ରେ ଅଭିନେତ୍ରୀ ରୁଚି ସବର୍ନାଙ୍କୁ ବିବାହ କରିଛନ୍ତି ।

ବୁଲବୁଲ ଅରୋଡା ଓ ପୂରବ ଖନ୍ନା

ଅଭିନେତ୍ରୀ ବୁଲବୁଲ ଅରୋଡାଙ୍କ ଅସଲ ନାମ ମୃନାଲ ଠାକୁର ଅଟେ ଓ ଅଭିନେତା ପୂରବ ଖନ୍ନାଙ୍କ ଅସଲ ନାମ ଅର୍ଜିତ ତନେଜା ଅଟେ । ଖବର ଅନୁସାରେ ଏହି ଦୁଇ ଜଣ ପରସ୍ପରକୁ ବହୁତ ସମୟ ହେବ ଡେଟ କରୁଛନ୍ତି ।

ତନୁଶ୍ରୀ

ତନୁଶ୍ରୀର କିରଦାରରେ ନଜର ଆସୁଥିବା ଅଭିନେତ୍ରୀଙ୍କ ନାଁ ଲୀନା ଜୁମାନୀ ଅଟେ । ଲୀନା ଜୁମାନୀ ୨୦୧୩ରେ ରାହୁଲ ସଚଦେବାଙ୍କ ସହ ବିବାହ କରିଛନ୍ତି ।

ଅଭିଷେକ ପ୍ରେମ ମେହେରା

ଏହି ସିରିୟଲର ମୁଖ୍ୟ ଅଭିନେତା ଅଭିଷେକ ପ୍ରେମ ମେହେରାଙ୍କ ଅସଲ ନାମ ଶବ୍ବୀର ଅହଲୁବାଲିୟା ଅଟେ । ଶବିରଙ୍କ ସୁନ୍ଦର ପତ୍ନୀଙ୍କ ନାଁ କାଞ୍ଚି କଲ ଅଟେ ।

ପ୍ରଜ୍ଞା

ପ୍ରଜ୍ଞାଙ୍କ ଅସଲ ନାଁ ସ୍ରୁତି ଝା ଅଟେ । ଅଭିନେତ୍ରୀ ସ୍ରୁତି ଝା ଓ ଟିଭି ଅଭିନେତା କୁନାଲ କପୁର ଦୁଇ ଜଣ ବହୁତ ସମୟ ହେବ ପରସ୍ପରକୁ ଡେଟ କରୁଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।