ଏମିତି ହିଁ ମିଳି ନାହିଁ ସାରାଙ୍କୁ “ସିମ୍ବା”, କହିଲେ କି ଫିଲ୍ମରେ କାମ କରିବା ପାଇଁ ମୋତେ ରୋହିତଙ୍କ ସାମନାରେ କରିବାକୁ ପଡିଥିଲା..

ସାରା ଅଲୀ ଖାନ ବଲୀଉଡର ନୂଆ ଅଭିନେତ୍ରୀ ହେବାକୁ ଯାଉଛନ୍ତି । ତାଙ୍କର ପ୍ରଥମ ଫିଲ୍ମ ‘କେଦାରନାଥ’ ବକ୍ସ ଅଫିସରେ ସୁପରହିଟ ହୋଇଛି । ଦର୍ଶକମାନେ ଏହି ଫିଲ୍ମକୁ ଏବଂ ସାରାଙ୍କୁ ବହୁତ ପସନ୍ଦ କରିଛନ୍ତି । ଏହି ଫିଲ୍ମରେ ତାଙ୍କ ସହିତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଥିଲେ । ଏହା ପରେ ୨୮ ଡିସେମ୍ବରରେ ସାରାଙ୍କର ଦୁତ୍ଵିୟ ଫିଲ୍ମ ‘ସିମ୍ବା’ ମଧ୍ୟ ରିଲିଜ ହୋଇଛି ଏବଂ ଏହା କିଛି ଦିନ ମଧ୍ୟରେ ୧୦୦ କୋଟି କ୍ଲବରେ ମଧ୍ୟ ସାମିଲ ହୋଇ ଯାଇଛି ।

ସିମ୍ବା ଫିଲ୍ମକୁ ରୋହିତ ସେଟ୍ଟୀ ଡାୟରେକ୍ଟ ଏବଂ କରଣ ଜୋହର ପ୍ରୋଡ୍ଯୂସ କରିଛନ୍ତି । ଫିଲ୍ମରେ ରଣବୀର ସିଂହ ସାରା ଅଲୀ ଖାନଙ୍କର ହିରୋ ଅଟନ୍ତି । ସାରା ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ଏବଂ ତାଙ୍କର ହୃଦୟ ମଧ୍ୟ ବହୁତ ଭଲ ଅଟେ ।

ଲୋକମାନଙ୍କ ପ୍ରତି ତାଙ୍କର ବହୁତ ଭଲ ପାଇବା ଅଛି ଏବଂ ସମସ୍ତେ କହୁଛନ୍ତି କି ସାରା ପ୍ରଥମ ଏମିତି ଏକ ଷ୍ଟାର କିଡ୍ସ ଅଟନ୍ତି ଯାହାଙ୍କର ଟିକେବି ଗର୍ବକି ଅହଂକାର ନାହିଁ । କିନ୍ତୁ ବର୍ତ୍ତମାନ ସାରା ଏମିତି ଏକ କଥା ବିଷୟରେ କହିଛନ୍ତି ଯାହାକୁ ଆପଣ ମାନେ ଶୁଣି ଆଶ୍ଚର୍ଯ୍ୟ ହୋଇ ଯିବେ । ସେ କହିଲେ କି ଲୋକମାନ ଭାବନ୍ତି କି ଷ୍ଟାର କିଡ୍ସ ଅଟନ୍ତି ତେବେ କାମ ସହଜରେ ମିଳିଯିବ କିନ୍ତୁ ଏହା ସତ ନୁହେଁ ।

ହାତ ଯୋଡିଛନ୍ତି, ମୈସେଜ କରିଛନ୍ତି, ତେବେ ଯାଇ ମିଳିଛି କାମ

ସାରା ଅଲୀ ଖାନ କହିଲେ କି ତାଙ୍କୁ ରୋହିତଙ୍କର ଫିଲ୍ମ ସିମ୍ବାରେ କାମ କରିବା ପାଇଁ ବହୁତ ପ୍ରକାର ଚେଷ୍ଟା କରିବାକୁ ପଡିଥିଲା । ଏତେ ସହଜରେ ଫିଲ୍ମ ତାଙ୍କୁ ମିଳି ନଥିଲା । ସାରା କହିଲେ କି କେତେ ଦିନ ପର୍ଯ୍ୟନ୍ତ ଲଗାତାର ରୋହିତଙ୍କୁ ମୈସେଜ କରି କାମ ମାଗୁଥିଲେ କିନ୍ତୁ ରୋହିତଙ୍କ ତରଫରୁ କିଛି ରିପ୍ଲାଈ ଆସୁ ନଥିଲା । କିନ୍ତୁ ଦିନେ ରୋହିତ ଦେଖିଲେ କି ସାରାଙ୍କର ବହୁତ ମୈସେଜ ଆସିଛି ତେବ ଯାଇ ସେ ତାଙ୍କୁ ଡାକିଥିଲେ ।

ସାରା କହିଲେ କି ସେ ରୋହିତଙ୍କର ବହୁତ ବଡ ଫ୍ୟାନ ଅଟନ୍ତି ଏବଂ ତାଙ୍କର ଇଛା ଥିଲା କି ସେ ତାଙ୍କ ସହିତ କାମ କରିବେ ବୋଲି । ସେ କହିଲେ କି ରୋହିତ ଏବଂ ରଣବୀରଙ୍କ ସହିତ କାମ କରିବା ତାଙ୍କ ପାଇଁ ସୌଭାଗ୍ୟର କଥା ଅଟେ ।

ମୈନେଜମେଂଟ ବିନା ଦେଖା କରିବାକୁ ଯାଇଥିଲେ ସାରା

ସାରା କହିଲେ କି କେଦାରନାଥ ଶୁଟିଙ୍ଗ ସମୟରେ ହିଁ ସେ ବହୁତ ଅସୁବିଧା ଦେଖିଥିଲେ ଏବଂ ଏହା ମଧ୍ୟରେ ସେ ରୋହିତଙ୍କ ସହିତ ଦେଖା କରିବା ପାଇଁ ଯାଇଥିଲେ । ସେହି ସମୟରେ ତାଙ୍କୁ ଜଣାନଥିଲା କି ଫିଲ୍ମ କେଦାରନାଥ ହିଟ ହେବ କି ଫ୍ଲପ । ସେ ରୋହିତଙ୍କୁ ମେସେଜ କରୁଥିଲେ କି ମୋତେ କାମ ଦିଅନ୍ତୁ । ସେ କହିଲେ କି ଥରେ ସେ ରୋହିତଙ୍କ ଅଫିସକୁ ନିଜର ମୈନେଜମେଂଟ ଟିମ ବିନା ହିଁ ତାଙ୍କୁ ଦେଖା କରିବାକୁ ଯାଇଥିଲେ ।

ଏହା ଦେଖି ରୋହିତ ବହୁତ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ ରୋହିତ କେବେ ଭାବି ନଥିଲେ କି ସାରା ନିଜର ମୈନେଜମେଂଟ ଟିମ ବିନା ହିଁ ତାଙ୍କ ପାଖକୁ ଆସିବେ ବୋଲି । ସାରା ହାତ ଯୋଡି ରୋହିତଙ୍କୁ କାମ ପାଇଁ କହିଥିଲେ । ଫିଲ୍ମ ସିମ୍ବାରେ କାମ ଦେବା ପାଇଁ ରୋହିତଙ୍କୁ ସାରା ଧନ୍ୟବାଦ ଜଣାଇ ଛନ୍ତି ।