ମାୟାରେ ଅଭିନୟ କରୁଥିବା ଗାର୍ଗୀଙ୍କ ପରିବାର ଆଗରୁ କେବେ ଦେଖି ନଥିବେ

ତରଙ୍ଗ ଟିଭି ରେ ପ୍ରସାରିତ ହୋଇଥିବା ମାୟା ଧାରାବାହିକ ର ଅଭିନେତ୍ରୀ ଗାର୍ଗୀ ଙ୍କୁ କିଏ ନ ଜଣେ । ହିରୋ ନାଗେଶ ଙ୍କ ମା ଭୂମିକାରେ ଅଭିନୟ କରିଛନ୍ତି ଏହି ଚୁଲବୁଲି ନାୟିକା । ଆଗରୁ ନାୟିକା ଭାବରେ ଅଭିନୟ କରୁଥିବା ବେଳେ ଏବେ ମା ଭୂମିକାରେ ଅଭିନୟ କରିଛନ୍ତି ଗାର୍ଗୀ । ଆପଣମାନେ ଜାଣିଥିବେ ମମତା ବୋଲି । ମମତା ଏବେ ମା ଭୂମିକାରେ ଖୁବ ସୁନ୍ଦର ଅଭିନୟ କରୁଛନ୍ତି ।

ଏବଂ ଅଭିନୟକୁ ପୁରା ଜୀବନ୍ତ ଭାବେ ଗଢି ତୋଲୁଚନ୍ତି ଦର୍ଶକ ବନ୍ଧୁ । ଗାର୍ଗୀ ଙ୍କ ପ୍ରକୃତ ନାମ ହେଉଛି ମମତା । ଗାର୍ଗୀ ଙ୍କ ଘରେ ମା, ବାପା, ସାନ ଭଉଣୀ ଏବଂ ତାଙ୍କ ଜେଜେ ମା ରୁହନ୍ତି । ଗାର୍ଗୀ ବରମପୂର ଝିଅ ଅଟନ୍ତି । ସେ ଏବେ ସୁଟିଂ ପାଇଁ ଭୁବନେଶ୍ଵରରେ ରହୁଛନ୍ତି । ଏକ ଫ୍ଲାଟ ରେ ଭଡ଼ାରେ ରହୁଛନ୍ତି । ବରମପୂର ର ଝିଅ ଗାର୍ଗୀ ଆଗରୁ ମଧ୍ୟ ବହୁତ ଧାରାବାହିକ ରେ କାମ କରିଛନ୍ତି ।

ଉଆଁସି କନ୍ୟା, ମୁ ବି ଅର୍ଦ୍ଧାଙ୍ଗିନୀ ଭଳି ବହୁତ ଧାରାବାହିକ ରେ କାମ କରିସାରିଛନ୍ତି ଗାର୍ଗୀ । ଅନେକ ଧାରାବାହିକ ରେ ନିଜ ଦକ୍ଷତା ଦେଖେଇସାରିଚନ୍ତି ଗାର୍ଗୀ । କିନ୍ତୁ ମା ଭୂମିକାରେ ପ୍ରଥମ ଥର ଅଭିନୟ କରି ମାୟା ଧାରାବାହିକ ରେ ଦର୍ଶକ ମାନଙ୍କର ବେଶ ମନ କିଣିଛନ୍ତି ଗାର୍ଗୀ । ତାଙ୍କ ବୟସ ମା ଭୂମିକାରେ ଅଭିନୟ କରିବାର ନଥିଲେ ମଧ୍ୟ ସେ ସେହି ଚରିତ୍ର ଟିକୁ ବେଶ ଭଲ ଭାବରେ ସମ୍ଭାଳିଛନ୍ତି ।

ଏବଂ ଲୋକମାନଙ୍କ ହୃଦୟକୁ ବେଶ ଚୁଇଞ୍ଚନ୍ତି ଗାର୍ଗୀ । ତେବେ ସେ ଆଗକୁ ଆହୁରି ଧାରାବାହିକ କରିବେ ବୋଲି କହିଛନ୍ତି । ଗାର୍ଗୀ ଙ୍କ ଇନ୍ତରେଷ୍ଟ ଗୀତ ଗାଇବା ଏବଂ ନାଚ କରିବା ଉପରେ ରହିଥିବା ବେଳେ ସେ ଗୀତ ଗାଇବା କୁ ବହୁତ ଭଲପାଆନ୍ତି । ସିଦ୍ଧାର୍ଥ ମହାନ୍ତି ହେଉଛନ୍ତି ତାଙ୍କର ବଡ଼ ଆଇଡଲ । ସେ ତାଙ୍କୁ ଦେଖିବାକୁ ଚାହାଁନ୍ତି ବୋଲି ନିଜର ଗୋଟେ ଇଣ୍ଟରଭିଉ ରେ କହିଥିଲେ ଗାର୍ଗୀ ।

ଆଗକୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବୋଲି କହିଥିଲେ ଗାର୍ଗୀ କାରଣ ସେ ଘରର ବଡ଼ ଝିଅ ଅଟନ୍ତି ଏବଂ ତାଙ୍କ ତଳେ ତାଙ୍କର ଗୋଟେ ସାନ ଭଉଣୀ ଅଛି । ସେ ନିଜର ଅଭିନୟ ଦ୍ଵାରା ସମସ୍ତଙ୍କ ମନ କିଣିଛନ୍ତି । ଏବଂ ସମସ୍ତଙ୍କୁ ନିଜର ଦିୱାନା କରିଛନ୍ତି । ଗାର୍ଗୀ ଏମିତି ଅଭିନୟ କରିବେ ଏବଂ ସମସ୍ତଙ୍କୁ ଖୁସି ଦେବେ ବୋଲି କହିଛନ୍ତି ।

ଗାର୍ଗୀ ନିଜର ବେଷ୍ଟ ଦେଇ ଦର୍ଶକ ମାନଙ୍କ ମନ କିଣିବାକୁ ଚାହାନ୍ତି । ଗାର୍ଗୀ ଦେଖିବାକୁ ଖୁବ ସୁନ୍ଦର । ଏବଂ ସେ ଜଣେ କୋମଳ ହୃଦୟର ବ୍ୟକ୍ତି ଅଟନ୍ତି । ସେ ଦେଖିବାକୁ ଯେତିକି ସୁନ୍ଦର ତାଙ୍କ ବ୍ୟବହାର ମଧ୍ୟ ସେତେ ଭଲ । ଗାର୍ଗୀ ନିଜର ଅଭିନୟ ଦ୍ଵାରା ସମସ୍ତଙ୍କୁ ଏମିତି ଖୁସି କରନ୍ତୁ ଏବଂ ନିଜ ଆଗାମୀ ସମୟରେ ବହୁତ ଉନ୍ନତି କରନ୍ତୁ ।

ତେବେ ଆପଣଙ୍କୁ ଗାର୍ଗୀ ଙ୍କ ଅଭିନୟ କେମିତି ଲାଗେ ଆମକୁ ନିଶ୍ଚୟ କମ୍ମେନ୍ଟ କରି ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।