କରୋନାର ପ୍ରଭାବକୁ କମ କରୁଛି ଏହି ୫ଟି ଔଷଧ, ଭ୍ୟାକସିନ ନାହିଁ ତଥାପି ଏମିତି ଠିକ ହେଉଛନ୍ତି କରୋନା ରୋଗୀ

ପୁରା ଦୁନିଆର ସବୁ ଦେଶ ବର୍ତ୍ତମାନ କରୋନା କାରଣରୁ ଚିନ୍ତିତ ଅଛନ୍ତି । ପୁରା ଦୁନିଆରେ ଏହି ମହାମାରୀ ଦ୍ଵାରା ୩ ଲକ୍ଷରୁ ବି ଅଧିକ ଲୋକମାନଙ୍କ ଜୀବନ ଯାଇ ସାରିଛି । ଅନ୍ୟ ପଟେ ୫୧ ଲକ୍ଷରୁ ଅଧିକ ଲୋକମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କିନ୍ତୁ ସବୁ ଦେଶର ଡାକ୍ତରମାନେ ରୋଗୀମାନଙ୍କୁ ବିଭିନ୍ନ ପ୍ରକାରର ଔଷଧ ଦେଇ ଠିକ କରୁଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କରୋନାର ଭ୍ୟାକସିନ ବାହାରି ନାହିଁ ।

କିନ୍ତୁ ଏହା ସତ୍ବେ ବି ଲୋକମାନେ ଠିକ ହେଉଛନ୍ତି । ଏମିତିରେ ସାଧାରଣ ଲୋକମାନଙ୍କ ମନରେ ଏହି ପ୍ରଶ୍ନ ଆସୁଛି କି ରୋଗୀମାନେ କେଉଁ ଔଷଧ ଦ୍ଵାରା ଠିକ ହେଉଛନ୍ତି । ସେଥିପାଇଁ ଆଜି ଆମେ ଆପଣମାନଙ୍କୁ ସେହି ସମସ୍ତ ଔଷଧ ବିଷୟରେ କହିବାକୁ ଯାଉଛୁ । ଯେଉଁ ଔଷଧ ଜରିଆରେ ଲୋକମାନଙ୍କୁ ଠିକ କରା ଯାଉଛି । ଆପଣଙ୍କୁ କହିଦେଉଛୁ କି ବର୍ତ୍ତମାନ ବହୁତ ଦେଶରେ କରୋନାର ଭ୍ୟାକସିନର ଟ୍ରାୟଲ ଆରମ୍ଭ ହୋଇ ସାରିଛି । କିନ୍ତୁ ବର୍ତ୍ତମାନ ଏଥିରେ ବହୁତ ସମୟ ଲାଗିବ ।

ରେମଡେସିବୀର

ରେମଡେସିବୀରର ବ୍ୟବହାର କରୋନା ରୋଗୀମାନଙ୍କୁ ଠିକ କରିବା ପାଇଁ କରାଯାଉଛି । ଏହି ଔଷଧକୁ କରୋନାର ଚିକିତ୍ସାରେ ବ୍ୟବହାର କରିବା ପାଇଁ ଏକ ଔଷଧ କମ୍ପାନୀ ଗିଲିଏଡ ସାଇଂସେଜ ମଞ୍ଜୁରୀ ଦେଇଥିଲା । ଏହି ଔଷଧକୁ ତିଆରି କରିବାର କାମ ଭାରତ ଓ ପାକିସ୍ତାନକୁ ଦିଆ ଯାଇଛି । ଏହି ଔଷଧର ଭାରତ ଓ ପାକିସ୍ତାନକୁ ବହୁତ ବଡ ପରିମାଣରେ କଣ୍ଟ୍ରାକ୍ଟ ଦିଆ ଯାଇଛି ।

କହିଦେଉଛୁ କି ଏହା ଏକ ଆଣ୍ଟିଭାଇରାଲ ଡ୍ରଗ ଅଟେ । କରୋନା ସହ ଲଢିବା ପାଇଁ ଏହି ଔଷଧ ବହୁତ କାରଗାର ପ୍ରମାଣିତ ହେଉଛି । ଏହି ଔଷଧ କରୋନା ଭାଇରସର ଜୀନ୍ସ ଯାନୀ RNAକୁ କମ କରିଥାଏ । ଏହା ସହିତ କରୋନାର ପ୍ରଭାବକୁ ଧୀର କରିଦିଏ । ଏହି କାରଣରୁ କରୋନା ରୋଗୀମାନଙ୍କ ଚିକିତ୍ସା ବହୁତ କମ ଦିନରେ ହୋଇ ଯାଉଛି ।

ଯେଉଁଠି ପ୍ରଥମେ ଏଥିରେ ୧୫ ଦିନ ଲାଗୁଥିଲା ବର୍ତ୍ତମାନ ଏହି ଔଷଧ କାରଣରୁ ଲୋକମାନଙ୍କୁ କେବଳ ୪ ଦିନରେ ଠିକ କରା ଯାଉଛି । କହିଦେଉଛୁ କି ଏହି ଔଷଧର ବ୍ୟବହାର ଇବୋଲା ରୋଗ ସମୟରେ ବି କରା ଯାଇଥିଲା ।

ହାଇଡ୍ରୋକ୍ସିକ୍ଲୋରୋକ୍ୱୀନ ଅର୍ଥାତ HCQ

ଆପଣଙ୍କୁ କହିଦେଉଛୁ କି ପ୍ରାୟତଃ ଜାଗାରେ ଏହାକୁ HCQ ଶର୍ଟ ନେମରେ ବି ଜଣାଯାଏ । ଏହି ଔଷଧକୁ ନେଇ ଗତ କିଛି ଦିନ ତଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଭାରତକୁ ଡିମାଣ୍ଡ କରିଥିଲେ । ଏହା ପରେ ଔଷଧ ନ ଦେବାକୁ ନେଇ ଭାରତ ପରିଣାମ ଭୋଗିବା ପାଇଁ ପ୍ରସ୍ତୁତ ରହୁ ଏହି କଥାକୁ ନେଇ ବି ବହୁତ ଆଲୋଚନା ହୋଇଥିଲା । ଏହା ସତ୍ବେ ଭାରତ ଆମେରିକାକୁ ପ୍ରଥମେ ଏହି ଔଷଧ ଦେଇ ଥିଲା ।

ଏହି ଔଷଧକୁ କରୋନାର ଚିକିତ୍ସା ରୂପରେ ବ୍ୟବହାର କରିବା ପାଇଁ ICMR କହିଥିଲା । ଏହି ଔଷଧର ବ୍ୟବହାର ମାଲେରିଆ ରୋଗୀମାନଙ୍କୁ ଠିକ କରିବା ପାଇଁ କରାଯାଇଥାଏ । କିନ୍ତୁ ଏହି ଔଷଧ ଅଧିକ ପ୍ରଭାବଶାଳି ନୁହେଁ । ଏହା ସତ୍ବେ ଏହାକୁ ଅଧିକ ପରିମାଣରେ ଏହି ଔଷଧକୁ କରୋନା ରୋଗୀମାନଙ୍କୁ ଠିକ କରିବା ପାଇଁ ବ୍ୟବହାର କରାଯାଉଛି ।

ପ୍ଲାଜ୍ମା ଥେରାପୀ ଉପାୟ

ପ୍ଲାଜ୍ମା ଥେରାପୀ ଉପାୟ ଅନୁସାରେ କରୋନା ରୋଗରୁ ମୁକ୍ତ ହୋଇ ସାରିଥିବା ରୋଗୀମାନଙ୍କ ଶରୀରରୁ ପ୍ଲାଜ୍ମା ନେଇ କରୋନା ସଂକ୍ରମିତ ରୋଗୀମାନଙ୍କ ଶରୀର ମଧ୍ୟରେ ଦିଆ ଯାଉଛି । ଏହି କାରଣରୁ ଠିକ ହୋଇସାରିଥିବା ରୋଗୀମାନଙ୍କ ପ୍ଲାଜ୍ମା ସଂକ୍ରମିତ ବ୍ୟକ୍ତିମାନଙ୍କ ଶରୀରରେ ଏଂଟୀବଡୀ ଭଳି କାମ କରୁଛି । କହିଦେଉଛୁ କି ଗତ କିଛି ଦିନ ତଳେ ଦିଲ୍ଲୀ ସରକାର କହିଥିଲେ କି ସେ ପ୍ଲାଜ୍ମା ଥେରେପୀ ଉପରେ କାମ କରୁଛନ୍ତି । ଏହା ସହିତ ଏହା ଜରିଆରେ ଲୋକମାନଙ୍କୁ ଚିକିତ୍ସା ବି କରା ଯାଉଛି ।

ସେପ୍ସିୱୈକ ଔଷଧ

ଏହି ଔଷଧର ଟ୍ରାୟଲ ଚଣ୍ଡୀଗଢ ସ୍ଥିତ ଏକ ମେଡିକାଲ ରିସର୍ଚ ସଂସ୍ଥା PGIMR ଆରମ୍ଭ କରିଛି । ଏହି ଔଷଧକୁ ନେଇ ICMRର କହିବା ଅଟେ କି ଏହି ଔଷଧ ମୃତ୍ୟୁର ଦରକୁ କମ କରିବାରେ ସାହାର୍ଯ୍ୟ କରି ପାରିବ । ଏହି ଔଷଧକୁ ନେଇ ଏକ ଚିକିତ୍ସକ କହିଥିଲେ କି ଏହାକୁ ରୋଗୀମାନଙ୍କୁ ଭ୍ୟାକସିନ ରୂପରେ ଦିଆ ଯାଉଛି । ଏହି ଔଷଧର ବ୍ୟବହାର ଲୋକମାନଙ୍କୁ ପୁଣି ଥରେ କରୋନା ସଂକ୍ରମଣରୁ ବଞ୍ଚାଇ ପାରିବ ।

ଫେବୀପିରବୀର

ଏହି ଔଷଧର ବ୍ୟବହାର ପ୍ରଥମେ ଇନ୍ଫ୍ଲୁଏଂଜା ଭାଇରସ ବିରୁଦ୍ଧରେ କରାଯାଉଥିଲା । ଔଷଧର ପରୀକ୍ଷଣ ବର୍ତ୍ତମାନ ଜାପାନର କରୋନା ସଂକ୍ରମିତ ଲୋକମାନଙ୍କ ଉପରେ କରା ଯାଉଛି । Times Of Indiaର ଏକ ଖବର ଅନୁସାରେ ଏହି ଔଷଧର ପରୀକ୍ଷଣ ଜଲ୍ଦି ହିଁ ଭାରତରେ ଆରମ୍ଭ ହୋଇପାରେ । କୁହାଯାଉଛି କି ଏହି ଔଷଧ ଶରୀରର ବିଭିନ୍ନ ଅଙ୍ଗରେ ଭାଇରସକୁ ବ୍ୟାପିବାକୁ ରୋକିଥାଏ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।