୯୭୨ ବର୍ଷ ପରେ ଶନି ଜୟନ୍ତୀରେ ଏହି ୪ଟି ଗ୍ରହଙ୍କ ଦୁର୍ଲଭ ସଂଯୋଗ, ଶନି ଗୁରୁ ରହିବେ ଗୋଟିଏ ହିଁ ରାଶିରେ, ଜାଣନ୍ତୁ କଣ ରହିବ ଦେଶ ଓ ଆପଣଙ୍କ ଉଆପରେ ଏହାର ପ୍ରଭାବ

୨୨ ମେ ଶୁକ୍ରବାର ଜ୍ୟେଷ୍ଠ ମାସରେ ଅମାବାସ୍ୟା ହେବା ଦ୍ଵାରା ଶନି ଜୟନ୍ତୀ ପାଳନ କରାଯିବ । ଏହି ପର୍ବ ଉପରେ ଗ୍ରହମାନଙ୍କର ବିଶେଷ ସ୍ଥିତି କାରଣରୁ ୯୭୨ ବର୍ଷ ପରେ ଦୁର୍ଲଭ ସଂଯୋଗ ହେଉଛି । ଏହି ଶନି ଜୟନ୍ତୀରେ ଚାରୋଟି ଗ୍ରହ ଗୋଟିଏ ହିଁ ରାଶିରେ ରହିବେ ଓ ଶନି ସହିତ ବୃହସ୍ପତି ମକର ରାଶିରେ ରହିବେ । ଗ୍ରହମାନଙ୍କ ଏହିଭଳି ସ୍ଥିତି ୨୧ ମେ ୧୦୪୮ ରେ ହୋଇଥିଲା । ବର୍ତ୍ତମାନ ଏହିଭଳି ସଂଯୋଗ ଆସନ୍ତା ୫୦୦ ପର୍ଯ୍ୟନ୍ତ ବି ହେବ ନାହିଁ ।

ଦୁର୍ଲଭ ଗ୍ରହ ସ୍ଥିତିରେ ଦେଶ ଉପରେ ପ୍ରଭାବ

ଶନି ଜୟନ୍ତୀ ମାନେ ଜ୍ୟେଷ୍ଠ ମାସର ଅମାବାସ୍ୟାକୁ ଶନି ନିଜେ ରାଶି ମକରରେ ବୃହସ୍ପତିର ସାଥ ରହିବେ । ଏହି ଗ୍ରହମାନଙ୍କ କାରଣରୁ ଦେଶରେ ନ୍ୟାୟ ଓ ଧର୍ମ ବଢିବ । ପ୍ରାକୃତିକ ବିପର୍ଯୟ ଓ ମହାମାରୀ ଠାରୁ ଜିତି ଭାରତ ଏକ ଶକ୍ତିଶାଳୀ ଦେଶ ରୂପରେ ସାମ୍ନାକୁ ଆସିବ । ଦେଶରେ ଆର୍ଥିକ ଗତିବିଧି ବଢିବ । ଶ୍ରମିକ ବର୍ଗ ଓ ତଳ ସ୍ତରର ଉପରେ କାମ କରୁଥିବା ଲୋକମାନଙ୍କ ପାଇଁ ଭଲ ସମୟ ଆରମ୍ଭ ହେବ । ଚାଷ ଅଧିକ ହେବ । ପନିପରିବା ଓ ଖାଦ୍ୟ ପଦାର୍ଥକୁ ଅନ୍ୟ ଜିନିଷର ଉତ୍ପାଦନ ବଢିବ ।

ଶନି ଜୟନ୍ତୀରେ ବୃଷ ରାଶିରେ ସୂର୍ଯ୍ୟ, ଚନ୍ଦ୍ର, ବୁଧ ଓ ଶୁକ୍ର ଏକ ସାଥିରେ ରହିବେ । ଏହି ୪ଟି ଗ୍ରହ କାରଣରୁ ଦେଶରେ ଅର୍ଥ ବ୍ୟବସ୍ଥା ବଢିବ । ଦେଶର ଆଇନ ବ୍ୟବସ୍ଥା ଓ ବ୍ୟାପାରିକ ନୀତି ଗୁଡିକ ବଦଳି ଯିବ । ବିଶ୍ଵରେ ଭାରତର ପ୍ରସିଦ୍ଧି ବଢିବ । ବିଶ୍ଵ ଦ୍ଵିତୀୟ ଦେଶ ଭାରତକୁ ସହଯୋଗ କରିବ । ବଡ ପ୍ରଶାସନିକ ପଦର ଦାୟିତ୍ଵ ନିଭାଇ ଥିବା ମହିଳାମାନଙ୍କ ପ୍ରଭାବ ବଢିବ ।

ସ୍କନ୍ଦପୁରାଣ ଅନୁସାର ଶନିର ଜନ୍ମ

ସ୍କନ୍ଦପୁରାଣର କାଶୀଖଂଡ କଥା ଅନୁସାରେ ରାଜା ଦକ୍ଷଙ୍କ ପୁତ୍ରୀ ସଂଜ୍ଞାର ବିବାହ ବିବାହ ସୂର୍ଯ୍ୟ ଦେବତାଙ୍କ ସହିତ ସାଥ ହୋଇଛି । ଏହା ପରେ ସଜ୍ଞା ୱୈବସ୍ୱତ ମନୁ, ଯମରାଜ ଓ ଯମୁନାଙ୍କୁ ଜନ୍ମ ଦେଲେ । କିନ୍ତୁ ସୂର୍ଯ୍ୟଙ୍କ ତେଜ ଅଧିକ ହେବା କାରଣରୁ ସଂଜ୍ଞା ଚିନ୍ତିତ ଥିଲେ । ଏହା ପରେ ସଂଜ୍ଞା ନିଜର ଛାୟା ସୂର୍ଯ୍ୟଙ୍କ ପାଖରେ ଛାଡି ତପସ୍ୟା କରିବାକୁ ଚାଲିଗଲେ । କିନ୍ତୁ ଏହି କଥା ସୂର୍ଯ୍ୟଙ୍କୁ ଜଣା ନ ଥିଲା ।

ଏହା ପରେ ଛାୟା ଓ ସୂର୍ଯ୍ୟଙ୍କ ବି ୩ଟି ସନ୍ତାନ ହେଲା । ଯାହାକି ଶନିଦେବ, ମନୁ ଓ ଭଦ୍ରା (ତାପ୍ତୀ ନଦୀ) ଥିଲେ । ଛାୟା ପୁତ୍ର ହେବା କାରଣରୁ ଶନିଦେବଙ୍କ ରଙ୍ଗ କଳା ଅଟେ  । ଯେତେବେଳେ ସୂର୍ଯ୍ୟ ଦେବଙ୍କୁ ଛାୟା ବିଷୟରେ ଜଣା ପଡିଲା ତେବେ ସେ ଛାୟାକୁ ଅଭିଶାପ ଦେଲେ । ଏହା ପରେ ଶନିଦେବ ଓ ସୂର୍ଯ୍ୟ ପିତା ପୁତ୍ର ହେବା ସତ୍ବେ ବି ପରସ୍ପରର ଶତ୍ରୁ ହୋଇଗଲେ ।

ଜ୍ୟୋତିଷରେ ଶନି

୯ଟି ଗ୍ରହରେ ଶନି ୭ ମ ଗ୍ରହ ଅଟନ୍ତି । ଏହା ବହୁତ ଧୀରେ ଧୀରେ ଚାଲିବା ବାଲା ଗ୍ରହ ଅଟେ । ଏହା ଏକ ରାଶିରେ ପାଖପାଖି ୩୦ ମାସ ଅର୍ଥାତ ୨.୫ ବର୍ଷ ପର୍ଯ୍ୟନ୍ତ ରହିଥାଏ । କୁମ୍ଭ ଓ ମକର ରାଶି ବାଲା ଲୋକମାନଙ୍କ ଉପରେ ଶନିର ପୁରା ପ୍ରଭାବ ରହିଥାଏ । କାରଣ ଏହା ଶନିର ହିଁ ରାଶି ଅଟେ । ଶନିଙ୍କୁ କୃର ଓ ନ୍ୟାୟ ଗ୍ରହ କୁହାଯାଏ । ଏହା ଭଲ ଓ ଖରାପ କାର୍ଯ୍ୟର ଫଳ ଅଧିକ ଡେରିରେ ଦେଇଥାନ୍ତି ।

କିନ୍ତୁ ଏହାର ପ୍ରଭାବ ବହୁତ ଅଧିକ ପ୍ରଭାବଶାଳି ହୋଇଥାଏ । ଶନିର ଭଲ ଫଳ ଦ୍ଵାରା ଚାକିରି ଓ ବିଜନେସରେ ଉନ୍ନତି, ସମ୍ପତ୍ତି, ଧନଲାଭ ଓ ରାଜନୀତିରେ ବଡ ପଦ ମିଳିଥାଏ । ଶନି ଅଶୁଭ ପ୍ରଭାବ ଦ୍ଵାରା କରଜ, ଆଘାତ, ଦୁର୍ଘଟଣା, ରୋଗ, ଧନହାନୀ, ଜେଲ ଓ ବିବାଦ ହେବାକୁ ଲାଗିଥାଏ । ଏହା ଦ୍ଵାରା ଆପଣ ନିଜ ଲୋକମାନଙ୍କ ଠାରୁ ବି ଦୂରେଇ ଯିବେ ।

ତେଲ ଚଢାନ୍ତୁ, କଳା ରାଶି ଓ ମୁଗ ଦାନ କରନ୍ତୁ

ଶାସ୍ତ୍ର ଅନୁସାରେ ଯେଉଁଠି ସବୁ ଦେବୀ ଦେବତାଙ୍କ ପୂଜା ସକାଳେ ହୋଇଥାଏ ଅନ୍ୟ ପେଟ ସନ୍ଧ୍ୟା ସମୟରେ ଶନିଦେବଙ୍କ ପୂଜା କରିବାର ମହତ୍ଵ ଅଧିକ ଅଟେ । ଶନି ଜୟନ୍ତୀ ପର୍ବରେ ଭଗବାନ ଶନିଦେବଙ୍କୁ ରାଶିର ତେଲ ଚଢାଇବା ଉଚିତ । ଏହା ସହିତ ହିଁ କଳା କପଡା ବି ଚଢାନ୍ତୁ । ଶମୀ ଗଛର ପତ୍ର ଓ ଅପରାଜିତାର ନୀଳ ଫୁଲକୁ ଖାସରୂପରେ ଏମାନଙ୍କ ପୂଜାରେ ସାମିଲ କରିବା ଉଚିତ ।

ରାଶି, ମୁଗ, କଳା କମ୍ବଳ, ବାଦାମ, ଲୁହା, କୋଇଲା ଏହି ବସ୍ତୁ ଉପରେ ଶନିଙ୍କର ପ୍ରଭାବ ହୋଇଥାଏ । ସେଥିପାଇଁ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ସନ୍ଧ୍ୟା ସମୟରେ ଏହାର ଦାନ କରିବା ଉଚିତ । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।