Bollywood ର ଏହି 7 ହୀରୋ ଓ ହିରୋଇନ ମାନଙ୍କର ଆଜି ହେଇ ସାରିଛି ଡିଭୋର୍ସ, 6 ନମ୍ବର ଅଭିନେତା ଦିନେ ନିଜ ସ୍ତ୍ରୀ ଙ୍କୁ ରକ୍ତରେ ଲେଖୁଥିଲେ ଚିଠି

ବଲିଉଡ ଜଗତରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ସୁନ୍ଦର ଅଭିନୟରେ ଦର୍ଶକ ମାନଙ୍କର ହୃଦୟରେ ନିଜ ପାଇଁ ନୂଆ ସ୍ଥାନ ସୃଷ୍ଟି କରି ପାରିଛନ୍ତି । କେହି କଳାକାର ମାନେ ନିଜ ସୁନ୍ଦରତା ତ ଆଉ କେହି କଳାକାର ମାନେ ନିଜର ଷ୍ଟାଇଲ ପାଇଁ ଖୁବ ଚର୍ଚ୍ଚାରେ ରହି ଆସିଛନ୍ତି । କେହି କଳାକାର ମାନେ ନିଜ ନିଜ ଭିତରେ ଭଲ ପାଇ ସବୁ ଦିନ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

କିନ୍ତୁ ଏମିତି କିଛି କଳାକାର ମାନେ ଅଛନ୍ତି ଯେଉଁମାନେ ବିବାହ ବନ୍ଧନରେ ରହି ମଧ୍ୟ ଅନ୍ୟ ସହ ସମ୍ପର୍କ ରଖିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଅଭିନେତା ଓ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ସବୁ ଦିନ ପାଇଁ ନିଜ ପାର୍ଟନରଙ୍କ ଠାରୁ ଅଲଗା ହୋଇ ଯାଇଛନ୍ତି ।

୧- ରୀତିକ ରୋସନ: ବଲିଉଡର ଷ୍ଟାର ରୀତିକ ରୋସନ ଓ ଶୁଜେନ ୨୦୦୦ ମସିହାରେ ଲଭ ମ୍ୟାରେଜ କରିଥିଲେ । ଅନ୍ୟ ଷ୍ଟାର ମାନଙ୍କ ସହ ରିଲେସନ ଥିବାରୁ ଦୀର୍ଘ ୧୩ବର୍ଷ ପରେ ଦୁହେଁ ସବୁ ଦିନ ପାଇଁ ଅଲଗା ହୋଇ ଯାଇଥିଲେ। ତାଙ୍କର ଦୁଇ ପୁଅଙ୍କ ସହ ଦୁହେଁ ଟାଇମ ସ୍ପେନ୍ଡ କରିଥାନ୍ତି ।

୨- ହିମେଶ ରେଶମିଆ : ବଲିଉଡର ମସୁର ଗୀତିକାର ହିମେଶ ରେଶମିଆ ଓ ତାଙ୍କ ସ୍ତ୍ରୀ କୁମ ୧୯୯୪ରେ ବିବାହ କରିଥିଲେ । ସିରିଏଲ ଅଭିନେତ୍ରୀ ସୋନିଆ କପୁରଙ୍କ ସହ ରିଲେସନ ଥିବାରୁ ଦୁହେଁ ୨୩ବର୍ଷର ସମ୍ପର୍କକୁ ଭାଙ୍ଗି ଅଲଗା ହୋଇ ଯାଇଥିଲେ ।

୩- ଅରବାଜ ଖାନ : ଅଭିନେତା ସଲମାନ ଖାନଙ୍କ ଭାଇ ଅରବାଜ ଖାନ ଅଭିନେତ୍ରୀ ମଲ୍ଲିକା ଅରୋଡ଼ା ଖାନ ୧୯୯୮ରେ ଲଭ ମ୍ୟାରେଜ କରିଥିଲେ । ମଲ୍ଲିକା ଖାନଙ୍କ ନାଁ ଅଭିନେତା ଅର୍ଜୁନ କପୁର ଓ ଅରବାଜଙ୍କ ନାଁ କୌଣସି ବିଦେଶୀ ଝିଅ ସହ ଯୋଡା ହୋଇଥିବାରୁ ଦୁହେଁ ୧୮ବର୍ଷ ପରେ ଅଲଗା ହୋଇଥିଲେ ।

୪- ଫରାନ : ବଲିଉଡର ଅଭିନେତା ଓ ଗାୟକ ଫରାନ ଓ ଅଧୁଭା ଭବାନୀ ବାହାଘରର ୧୭ ବର୍ଷ ପରେ ଅଲଗା ହୋଇଥିଲେ । ବର୍ତ୍ତମାନ ଫରାନ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ଡେଟ କରୁଛନ୍ତି ।

୫- ଅମିର ଖାନ : ବଲିଉଡର ଅଭିନେତା ଅମିର ଖାନ ଓ ରିନା ଦତ୍ତା ୧୯୯୬ ରେ ଦୁହିଙ୍କର ଧର୍ମ ଅଲଗା ହୋଇଥିବାରୁ ଲଭ ମ୍ୟାରେଜ କରିଥିଲେ ମଧ୍ୟ ୧୬ବର୍ଷ ପରେ ଅଲଗା ହୋଇଥିଲେ। ଅମିର ଖାନ କିରଣ ରାଓଙ୍କ ସହ ଦିତୀୟ ବିବାହ କରିଥିଲେ । ଖବର ଅନୁସାରେ ଆମିର ଖାନ ରିନା ଙ୍କୁ ବିବାହ କରିବା ପୂର୍ବରୁ ତାଙ୍କୁ ନିଜ ରକ୍ତରେ ପ୍ରେମ ଚିଠି ଲେଖୁଥିଲେ ।

୬- କରିସ୍ମା କପୁର : ବଲିଉଡ ଅଭିନେତ୍ରୀ କରିସ୍ମା କପୁର ୨୦୦୩ରେ ବିଜନେସ ମ୍ୟାନ ସଞ୍ଜୟ କପୁରଙ୍କ ସହ ମ୍ୟାରେଜ କରିଥିଲେ । ଦୁହିଙ୍କ ଭିତରେ ବୁଝାମଣା ଠିକ ନ ଥିବାରୁ ଦୀର୍ଘ ୧୩ ବର୍ଷ ପରେ ଅଲଗା ହୋଇ ଯାଇଥିଲେ । ପରେ ସଞ୍ଜୟ କପୁର ତୃତୀୟ ବିବାହ କରିଥିଲେ । କରିସ୍ମା ବିଳାସ ସନ୍ଦିପଙ୍କୁ ଡେଟ କରୁଛନ୍ତି ।

୭- ସେଫ ଅଲ୍ଲୀ ଖାନ : ବଲିଉଡର ଛୋଟେ ନୱାବ ଅଭିନେତା ସେଫ ଅଲ୍ଲୀ ଖାନ ଓ ଅଭିନେତ୍ରୀ ଅମୃତା ସିଂଙ୍କ ସହ ୧୯୯୧ରେ ବିବାହ ହୋଇଥିଲା । ଅମୃତା ସେଫଙ୍କ ଠାରୁ ୧୧ବର୍ଷ ବଡ ହୋଇଥିବାରୁ ୨୦୦୪ରେ ଦୀର୍ଘ ୧୩ବର୍ଷ ପରେ ଦୁହେ ଅଲଗା ହୋଇ ଯାଇଥିଲେ । ପରେ ସେଫ ଅଭିନେତ୍ରୀ କରିନା କପୁରଙ୍କ ସହ ବିବାହ କରିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।