ଦୁନିଆର ସବୁଠୁ ବଡ ପାପ କଣ ? ଯାହାକୁ ଆପଣ ସବୁବେଳେ କରନ୍ତି, ବିବାହିତ ହୋଇଥିଲେ ନିଶ୍ଚୟ ଦେଖନ୍ତୁ- Chanakya Niti

ଦୁନିଆରେ ଅନେକ ପ୍ରକାରର ଲୋକ ଅଛନ୍ତି । କେହି ନିଜର ଭଲ କାମ ପାଇଁ ପରିଚିତ ତ ଆଉ କେହି ନିଜର ଖରାପ କାମ ପାଇଁ ପରିଚିତ ଅଟନ୍ତି । କେହି ନିଜର ଭଲ କର୍ମ ପାଇଁ ପୂଣ୍ୟ କମାଇଥାନ୍ତି ତ ଆଉ କେହି ନିଜ ଖରାପ କାମ ପାଇଁ ପାପ କମାଇଥାନ୍ତି । ଏମିତି କିଛି ପାପ ଅଛି ଯାହାକୁ ମଣିଷ କରିଲେ ଅନେକ ଦୁଖର ସାମ୍ନା କରିଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ପାପ ବିଷୟରେ କହିବାକୁ ଯାଉଛୁ ଯାହା ଦୁନିଆର ସବୁଠୁ ବଡ ପାପ ହୋଇଥାଏ ।

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏମିତି ଏକ ପାପ ରହିଛି ଯାହାକୁ ମଣିଷ ଜାଣତରେ ହେଉ ବା ଅଜାଣତରେ ହେଉ କରିଲେ ସାତ ଜନ୍ମ ଯାଏଁ ଦୁଖ ପାଇଥାଏ । ଏହି ପାପକୁ କରିଲେ ମଣିଷର ଜୀବନ ବହୁତ କଠୋର ହୋଇଯାଏ । ଦୁନିଆରେ ସବୁଠୁ ବଡ ପାପ ହେଉଛି ଜଣେ ନାରୀକୁ ଅପମାନ ଦେବା ବା ତାକୁ ନି-ର୍ଯ୍ୟା-ତ-ନା ଦେବା । ନାରୀର ଅପମାନକୁ  ପୁରା ଜାତିର ଅପମାନ ବୋଲି ମାନାଯାଏ । ନାରୀକୁ ଅପମାନ କରିଲେ ମଣିଷ ଜୀବନ ବରବାଦ ହୋଇଯାଏ ।

ଭଗବନ ଶ୍ରୀ କୃଷ୍ଣ ମଧ୍ୟ କହିଛନ୍ତି ଯେ ନାରୀକୁ ସମାନ ଦେଲେ ସ୍ଵର୍ଗ ସୁଖ ପ୍ରାପ୍ତ ହୋଇଥାଏ । ଚାଣକ୍ୟ ନୀତି ଓ ଶାସ୍ତ୍ର ଅନୁସାରେ ଗୋଟେ ନାରୀର ଆଖିରୁ ଲୁହ ବୋହିଲେ ପ୍ରଳୟ ସୃଷ୍ଟି ହୋଇଥାଏ । କିନ୍ତୁ ଯେଉଁ ଠାରେ ନାରୀକୁ ସମାନ ମିଳିଥାଏ ସେହିଠାରେ ଦେବା ଦେବୀଙ୍କର ବାସ ହୋଇଥାଏ । ଏହିଭଳି ବ୍ୟକ୍ତିକୁ ସ୍ଵର୍ଗ ସୁଖ ପ୍ରାପ୍ତ ହୋଇଥାଏ । ଗୋଟେ ନାରୀକୁ ଅପମାନ ଦେବା ଯାହା ଭଗବାନଙ୍କୁ ଅପମାନ ଦେବା ସାଥେ ସମାନ ହୋଇଥାଏ ।

ଜଣେ ସ୍ତ୍ରୀ ଘରର ଲକ୍ଷ୍ମୀ ହୋଇଥାଏ । ଘରର ସୁଖ ଶାନ୍ତି ଜଣେ ସ୍ତ୍ରୀ ପାଇଁ ହିଁ ରହିଥାଏ । ଘରର ଲକ୍ଷ୍ମୀକୁ ଇଜ୍ଜତ ନ ଦେଲେ ନିଜର ସମାନ ହାନି ହୋଇଥାଏ । ଯଦି ଆପଣ ମାନେ ନାରୀକୁ ସମାନ ନ ଦେବେ ତେବେ ଆପଣ ନିଜ ଜୀବନରେ ଭୟଙ୍କର ଅସୁବିଧାର ସାମନା କରିବେ । ନାରୀକୁ ସବୁବେଳେ ନିଜ ଠାରୁ ଅଧିକ ସମାନ ଦେବା ଉଚିତ । ଜଣେ ପୁରୁଷ ପାଇଁ ଗୋଟେ ସ୍ତ୍ରୀ ତାର ଉନ୍ନତିର କାରଣ ହୋଇଥାଏ । ଆମେ ଯେମିତି ନିଜ ମାଙ୍କୁ ସମାନ ଦେଇଥାଉ ସେମିତି ନିଜ ସ୍ତ୍ରୀଙ୍କୁ ମଧ୍ୟ ସମାନ ଦେବା ଉଚିତ ।

ଯଦି ଆପଣ ନିଜ ଜୀବନରେ ସଫଳତା ପାଇବାକୁ ଚାହୁଛନ୍ତି ତେବେ ମା ଲକ୍ଷ୍ମୀଙ୍କର ସକାଳୁ ଉଠି ଆରାଧନା କରିବା ଉଚିତ । ଏହା ଫଳରେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ମିଳିଥାଏ । ତେଣୁ ସଦାବେଳେ ମା ଲକ୍ଷ୍ମୀଙ୍କର ପୂଜା ପାଠ ନୀତି ନିୟମ ଅନୁସାରେ କରିବା ଉଚିତ । ତେଣୁ ସବୁ ସମୟରେ ସବୁ କ୍ଷେତ୍ରରେ ନାରୀ ମାନଙ୍କୁ ସମାନ ଦେବା ଉଚିତ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ଟିପ୍ପଣୀଟି ଭଲ ଲାଗିଥାଏ ଗୋଟିଏ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।ଧନ୍ୟବାଦ