ଟ୍ରମ୍ଫ ପୁଣି କହିଲେ– ଚୀନଠୁ ହିଁ ଆସିଛି କରୋନା, ଆମେରିକା ଏମିତି ନେବ ପ୍ରତିଶୋଧ

ପୁରା ଦୁନିଆରେ କରୋନା ଭାଇରସ ବିସ୍ତାର କରି ସାରିଛି । ଏହି କରୋନା ଭାଇରସ ଦ୍ଵାରା ବର୍ତ୍ତମାନ ସବୁ ଦେଶ ବହୁତ ଗଭୀର ଚିନ୍ତାରେ ଅଛନ୍ତି କି କେଉଁଭଳି ଭାବରେ ଏହାର ଚିକିତ୍ସା କରାଯିବ । କିନ୍ତୁ କହିବାକୁ ଗଲେ ଏହି ଭାଇରସ ଦ୍ଵାରା ଆମେରିକାର ସବୁଠୁ ଅଧିକ କ୍ଷତି ହୋଇଛି । କାରଣ ଏଠି ସଂକ୍ରମିତଙ୍କ ସଂଖ୍ୟା ଅନ୍ୟ ଦେଶମାନଙ୍କ ତୁଳନାରେ ବହୁତ ଅଧିକ ଅଟେ । ଆପଣଙ୍କୁ କହିଦେଉଛୁ କି ବର୍ତ୍ତମାନର ରିପୋର୍ଟ ଅନୁସାରେ ଆମେରିକାରେ ୧୬ ଲକ୍ଷରୁ ବି ଅଧିକ ଲୋକମାନେ ଏହି ଭାଇରସ ଦ୍ଵାରା ଆକ୍ରାନ୍ତ ହୋଇ ସାରିଛନ୍ତି ।

କିନ୍ତୁ ଏହା ସହିତ ୪ ଲକ୍ଷ ପାଖାପାଖି ଲୋକମାନେ ସୁସ୍ଥ ବି ହୋଇ ସାରିଛନ୍ତି ଓ ସବୁଠୁ ଦୁଃଖର କଥା ଏହା ଅଟେ କି ୯୬ ହଜାରରୁ ବି ଅଧିକ ଲୋକମାନଙ୍କର ଏହି ରୋଗରେ ମୃତ୍ୟୁ ହୋଇ ସାରିଛି । ଏହା ସହିତ ଆମେରିକାରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଥିପାଇଁ ଆମେରିକା କେବଳ ଚୀନକୁ ହିଁ ଦାୟୀ କରୁଛି ଓ ନିଜ ଦେଶର ଏହିଭଳି ଅବସ୍ଥା ପାଇଁ କେବଳ ଚାଇନାକୁ ହିଁ ଦୋଷୀ ବୋଲି କହୁଛି ।

ଆମେରିକାର କହିବା ଅଟେ କି କରୋନା ଭାଇରସ ଚୀନର ବୁହାନ ଲ୍ୟାବରୁ ହିଁ ତିଆରି କରା ଯାଇଛି । ଚୀନ ଜାଣି ଶୁଣି ଏହି ଭାଇରସକୁ ବ୍ୟାପିବାକୁ ଦେଇଛି । ଆମେରିକାର ରାଷ୍ଟ୍ରପତି ଟ୍ରମ୍ଫ କହିଛନ୍ତି କି କରୋନା ଭାଇରସ ଏକ ଜୈବିକ ହଥିୟାର ଅଟେ । ଯାହାକୁ ଆମେରିକାକୁ ଟାର୍ଗେଟ କରି ଆକ୍ରମଣ କରା ଯାଇଛି । ଆମେରିକା ଏହାର ପ୍ରତିଶୋଧ ନିଶ୍ଚିତ ନେବ । କହିବାକୁ ଗଲେ ବର୍ତ୍ତମାନ ସମୟରେ କରୋନାକୁ ନେଇ ଆମେରିକା ଚୀନକୁ ଘେରିବା ଆରମ୍ଭ କରି ଦେଇଛି ।

ଆମେରିକା ଚୀନକୁ ଆର୍ଥିକ ରୂପରେ ବହୁତ ବଡ ଝଟକା ଦେଇଛି । ଚୀନ ଠାରୁ ଅରବ ଅରବ ଡଲାରର ନିବେଶ ଫେରାଇ ନେଇଛି । ଏହା ସହିତ ନିଜର କମ୍ପାନୀମାନଙ୍କୁ ଚୀନକୁ ଛାଡିବା ପାଇଁ ଆଦେଶ ବି ଦେଇ ସାରିଛି । ଟ୍ରମ୍ଫ ଏହା ବି କହିଲେ କି ଆମେରିକା ବର୍ତ୍ତମାନ ଚୀନ ଠାରୁ କୌଣସି ବି ପ୍ରକାରର ସମ୍ପର୍କ ରଖିବାକୁ ଚାହୁଁ ନାହିଁ ।

ମିଳିଥିବା ସୂଚନା ଅନୁସାରେ ଆମେରିକା ଚୀନ ଉପରେ ଆର୍ଥିକ ପ୍ରତିବନ୍ଧ ଲଗାଇବାର ବି ପୁରା ପ୍ରସ୍ତୁତି କରୁଛି । ଏହା ସହିତ ଚୀନ ଉପରେ ସୈନ୍ୟ କାର୍ଯ୍ୟକାରୀ କରିବାର ଯୋଜନା ବି କରୁଛି । ଏହା ଦ୍ଵାରା ଆସନ୍ତା ସମୟରେ ଚୀନକୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିପାରେ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।