ବଲୀଉଡର ଏହି ଷ୍ଟାରମାନଙ୍କ ଅସଲ ନାଁ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ବଲୀଉଡ ଏକ ଏମିତି ଜାଗା ଅଟେ ଯେଉଁଠି ପ୍ରସିଦ୍ଧ ହେବା ପାଇଁ ଓ ଲୋକପ୍ରିୟତା ହାସଲ କରିବା ପାଇଁ କୌଣସି ବି ବ୍ୟକ୍ତି କିଛି ବି କରିବା ପାଇଁ ପ୍ରସ୍ତୁତ ରହିଥାଏ । ଯେଉଁଠି ଗୋଟିଏ ପଟେ ଲୋକମାନେ ନିଜର ପର୍ସନାଳ ଲାଇଫ କିମ୍ବା ନିଜର ସିଦ୍ଧାନ୍ତ ସହିତ ବୁଝାମଣା ବି କରିଥାନ୍ତି । ଅନ୍ୟ ପଟେ ଏଥିପାଇଁ ନିଜର ନାଁକୁ ବି ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ଥାନ୍ତି । ବଲୀଉଡରେ ଆପଣଙ୍କୁ ଏମିତି ବହୁତ ଲୋକ ମିଳିଯିବେ ଯେଉଁମାନେ ଏହି ଫିଲ୍ମ ଇଣ୍ଡଷ୍ଟ୍ରିରେ ଆସିବା ପାଇଁ ନିଜର ନାଁ ବି ବଦଳାଇ ଦିଅନ୍ତି ।

କହିବାକୁ ଗଲେ ଏହି ଷ୍ଟାରମାନଙ୍କ ଅସଲ ନାଁ ଏତେ ଆକର୍ଷକ ହୋଇ ନ ଥାଏ ଓ ମୁହଁରେ ଏହା ସହଜରେ ଉଚ୍ଚାରଣ ହୋଇ ନ ଥାଏ । ଏହି କାରଣ ଅଟେ କି ପ୍ରାୟତଃ ଷ୍ଟାରମାନେ ଫିଲ୍ମରେ ଆସିବା ପରେ କିମ୍ବା ପୂର୍ବରୁ ନିଜର ନାଁ ବଦଳାଇ ଦିଅନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ବଲୀଉଡର କିଛି ଏହିଭଳି ପ୍ରସିଦ୍ଧ ଷ୍ଟାରମାନଙ୍କ ଅସଲ ନାଁ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକମାନେ ଜାଣିଛନ୍ତି ।

କାଜୋଲ

ବଲୀଉଡର ସୁନ୍ଦର ଅଭିନେତ୍ରୀ କାଜୋଲଙ୍କ ପିତାଙ୍କ ନାମ ସୋମୁ ମୁଖାର୍ଜୀ ଥିଲା ଓ ତାଙ୍କ ମାତାଙ୍କ ନାମ ତନୁଜା ମୁଖାର୍ଜୀ ଅଟେ । ନିଜର ମାତା ପିତାଙ୍କ ସମ୍ପର୍କକୁ ଦେଖି କାଜୋଲ କିନ୍ତୁ କେବେ ବି ନିଜ ନାଁ ପଛରେ ଟାଇଟେଲ ଲଗାଇ ନାହାନ୍ତି । ଯଦି ସେ ନିଜ ନାଁ ରେ ଟାଇଟେଲ ଲଗାଇ ଥାନ୍ତେ ତେବେ ସେ କାଜୋଲ ମୁଖାର୍ଜୀ ହୋଇଥାନ୍ତା ।

ରେଖା

ଆଜି ବି ରେଖାଙ୍କ ନାମ ବଲୀଉଡର ସବୁଠୁ ଷ୍ଟାଇଲିଶ ଅଭିନେତ୍ରୀମାନଙ୍କ ମଧ୍ୟରେ ଆସିଥାଏ । ନିଜ ଜମାନାର ରେଖା ସବୁଠୁ ହଟ ଅଭିନେତ୍ରୀ ଥିଲେ । କହିଦେଉଛୁ କି ରେଖାଙ୍କ ପୁରା ନାମ ଭାନରେଖା ଗଣେଶନ ଅଟେ । କିନ୍ତୁ ତାଙ୍କୁ ଲାଗିଲା କି ତାଙ୍କର ଏହି ପୁରା ନାମ ତାଙ୍କର ଏହି ଛବି ସହିତ ମେଲ ଖାଉ ନାହିଁ । ସେଥିପାଇଁ ସେ ନିଜର ନାଁକୁ ଛୋଟ କରି କେବଳ ରେଖା ରଖିଦେଲେ ।

ତବୁ

ଏହି ଅଭିନେତ୍ରୀଙ୍କ ପୁରା ନାମ ତବସୁମ ହାସମୀ ଅଟେ । କିନ୍ତୁ ତବୁଙ୍କୁ ନିଜ ନାଁ ବହୁତ ବଡ ଲାଗୁ ଥିଲା । ସେଥିପାଇଁ ସେ ନିଜର ନାଁକୁ ଛୋଟ କରି ତବୁ ରଖିଦେଲେ ।

ଗୋବିନ୍ଦା

ବଲୀଉଡର ସବୁଠୁ ଲୋକପ୍ରିୟ ଅଭିନେତାମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ଗୋବିନ୍ଦା । ଆପଣଙ୍କୁ କହିଦେଉଛୁ କି ଗୋବିନ୍ଦା କେବେ ବି ନିଜର ନାଁ ପଛରେ ଟାଇଟେଲ ବ୍ୟବହାର କରନ୍ତି ନାହିଁ । ବହୁତ କମ ଲୋକମାନେ ଏହା ଜାଣିଛନ୍ତି କି ତାଙ୍କର ଅସଲ ନାଁ ଗୋବିନ୍ଦ ଅରୁଣ ଆହୁଯା ଅଟେ ।

ଶ୍ରୀଦେବୀ

ବଲୀଉଡର ସୁନ୍ଦର ଅଭିନେତ୍ରୀ ଶ୍ରୀଦେବୀ ବନୀ କପୁରଙ୍କ ସହିତ ବିବାହ କରିବା ପରେ ନିଜର ଟାଇଟେଲ କପୁର ରଖିଦେଲେ । ଆପଣଙ୍କୁ କହିଦେଉଛୁ କି ଶ୍ରୀଦେବୀଙ୍କ ଅସଲ ନାଁ ଶ୍ରୀ ଅମା ୟଙ୍ଗର ଅୟପନ ଥିଲା । କିନ୍ତୁ ବଲୀଉଡରେ ଆସିବା ପୂର୍ବରୁ ସେ ନିଜର ନାଁ ଶ୍ରୀ ଦେବୀ ରଖିଥିଲେ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।