୪ଟି ସିଂହ ଏମ୍ବୁଲାନ୍ସକୁ ଘେରିଲା ପରେ, ଏମ୍ବୁଲାନ୍ସରେ ହିଁ ମହିଳା ଦେଲେ ଶିଶୁକୁ ଜନ୍ମ ଦେଲା, ଦେଖନ୍ତୁ ଭିଡିଓ

ଗୁଜୁରାଟରୁ ଏକ ଏମିତି ଘଟଣା ସାମ୍ନାକୁ ଆସୁଛି । ଯାହାକୁ ପଢିବା ପରେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଏଠି ଜଣେ ଗର୍ଭବତ୍ତୀ ମହିଳା ସିଂହମାନଙ୍କ ଉପସ୍ଥିତିରେ ହିଁ ନିଜର ସନ୍ତାନକୁ ଜନ୍ମ ଦେଇଛି । ଗୁଜୁରାଟର ଗଢଡ଼ା ଜିଲ୍ଲାର ଭାକା ଗ୍ରାମର ରହୁଥିବା ଏକ ମହିଳା ଅଫସାନା ସବରିଶ ରଫୀକକୁ ରାତି ପାଖାପାଖି ୧୦.୩୦ରେ ହଠାତ ଲେବର ପେନ ଆରମ୍ଭ ହୋଇଗଲା ।

ଏହା ପରେ ମହିଳାର ଅବସ୍ଥା ଖରାପ ହେଉଥିବାର ଦେଖି ଘର ଲୋକମାନେ ସଙ୍ଗେ ସଙ୍ଗେ ୧୦୮ ନମ୍ବରରେ ଫୋନ କରି ଏକ ଆମ୍ବୁଲାନ୍ସକୁ ଡାକିଲେ । ଏହା ପରେ ଆମ୍ବୁଲାନ୍ସ ଆସିବା ମାତ୍ରେ ହିଁ ମହିଳା ଓ ତାହାର ପରିବାର ଲୋକମାନଙ୍କୁ ନେଇ ଆମ୍ବୁଲାନ୍ସ ହସ୍ପିଟାଲ ଯିବା ପାଇଁ ବାହାରି ଗଲା । କିନ୍ତୁ ଗ୍ରାମରୁ କିଛି ରାସ୍ତା ଯାଇଛନ୍ତି କି ଗିର ଗଢଡ଼ାରୁ ଉନା ରାସ୍ତାରେ ୪ଟି ସିଂହ ତାଙ୍କର ଆମ୍ବୁଲାନ୍ସକୁ ରାସ୍ତାରେ ହିଁ ଅଟକାଇ ଦେଲେ ।

ସିଂହ ଗାଡିର ଠିକ ସାମ୍ନାରେ ହିଁ ଛିଡା ହୋଇଥିଲା । ଏମିତିରେ କେହି ବି ତାଙ୍କୁ ସେହି ସ୍ଥାନରୁ ଘଉଡାଇବା ପାଇଁ ସାହସ କରିଲେ ନାହିଁ । ଏହା ପରେ ମହିଳାର ବଢୁଥିବା ବ୍ୟଥା ଓ ଏହିଭଳି ସ୍ଥିତିକୁ ଦେଖି ଈଏମଟୀ ଓ ପାୟଲଟ ନିଜ ବୁଦ୍ଧିର ଉପଯୋଗ କରି ରାସ୍ତାରେ ହିଁ ମହିଳାର ଡେଲିବରି କରିଲେ ଓ ମହିଳା ଏକ ଝିଅକୁ ଜନ୍ମ ଦେଲେ । ବର୍ତ୍ତମାନ ମା ଓ ଶିଶୁ ଦୁଇ ଜଣ ହିଁ ସୁସ୍ଥ ଅଛନ୍ତି ।

ଏହି ପୁରା ଘଟଣା ସମୟରେ ସିଂହମାନେ ସେହି ଆମ୍ବୁଲାନ୍ସ ଚାରିପଟେ ହିଁ ବୁଲୁ ଥିଲେ । ସବୁଠୁ ଆଶ୍ଚର୍ଯ୍ୟକର କଥା ଏହା ଅଟେ କି ଶିଶୁର ଜନ୍ମ ହେବାର କିଛି ସମୟ ପରେ ହିଁ ସିଂହମାନେ ସେହି ସ୍ଥାନରୁ ଚାଲିଗଲେ ଓ ଏହା ପରେ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ମୀ ଓ ଶିଶିକୁ ଗଢଡ଼ା ହସ୍ପିଟାଲ ନେଇଗଲା । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।