ଏବେ ପର୍ଯ୍ୟନ୍ତ ସବୁଠୁ ୟଙ୍ଗେଷ୍ଟ କୁନ୍ତୀ ହେଉଛନ୍ତି ଏହି ଅଭିନେତ୍ରୀ, ବୟସ ଜାଣିଲେ ବିଶ୍ବାସ ହେବନି, ଦେଖନ୍ତୁ ତାଙ୍କର କିଛି ହଟ ଫୋଟୋ

୨୦୧୩ ରେ ଆସିଥିବ ଧାରାବାହିକ ମହାଭାରତ ବର୍ତ୍ତମାନ ପୁଣି ଥରେ ପ୍ରସାରିତ କରାଯାଉଛି । ଏହି ଧାରାବାହିକଟି ଲୋକମାନଙ୍କୁ ମଧ୍ୟ ବହୁତ ଭଲ ଲାଗୁଛି । ଆଜି ଆମେ କଥା ହେବା ଏହି ଧାରାବାହିକରେ କୁନ୍ତୀଙ୍କ ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ଶଫକ ନାଜଙ୍କ ବିଷୟରେ । ମହାଭାରତରେ କୌରବ ଏବଂ ପାଣ୍ଡବ ମାନଙ୍କ ସହିତ ଏକ ମୁଖ୍ୟ ଚରିତ୍ର ଅଛି ଯାହାର ନାମ କୁନ୍ତୀ । କୁନ୍ତୀଙ୍କ ଅଭିନୟ କରୁଥିବା ସମୟରେ ଶଫକଙ୍କୁ ମାତ୍ର ୨୧ବର୍ଷ ହୋଇଥିଲା ଏବଂ ସେ ଏହି ଧାରାବାହିକରେ ୫ଜଣ ବଡ ପୁଅଙ୍କର ମାଆ ହୋଇଥିଲେ । ଶଫକ କହିଛନ୍ତି କି କୁନ୍ତୀ ବହୁତ ଷ୍ଟ୍ରଙ୍ଗ ଚରିତ୍ର ଥିଲା ଏବଂ ମୁଁ ଜାଣିଥିଲି ଏହାକୁ ମୁଁ ହିଁ କରିବି । କିନ୍ତୁ ମୁଁ କୁନ୍ତୀଙ୍କ ଭୂମିକାକୁ ଏକ ଚରିତ୍ର ଭାବେ ନେଇଥିଲି ।

ଯଦି ମୁଁ ଭାବିଥାନ୍ତି କି ମୋର ବୟସ ମାତ୍ର ୨୧ବର୍ଷ ଏବଂ ମୁଁ ପାଣ୍ଡବ ମାନଙ୍କର ମାଆ ଙ୍କ ଭୂମିକାରେ ଅଭନୟ କରିବି ତାହେଲେ ମୋ ପାଇଁ ଏହି ଅଭିନୟ ବହୁତ କଷ୍ଟ ହୋଇଥାନ୍ତା । ଏଥିପାଇଁ ମୁଁ କେବେ ହେଲେ ଏହି କଥା ନ ଭାବି କେବଳ କୁନ୍ତୀଙ୍କର ଅଭିନୟ କରିବା ପାଇଁ ଚେଷ୍ଟା କରିଥିଲି ।

ମହାଭାରତ ସହିତ ଯୋଡି ହୋଇଥିବା ସବୁ ସ୍ମୃତି ବିଷୟରେ କହିବା ସମୟରେ ଶଫକ କହିଛନ୍ତି କି ‘ମୁଁ ଅର୍ଜୁନଙ୍କ ସହିତ ବହୁତ ସିନ କରିଛି ଏବଂ ସବୁଠାରୁ ଭାବପ୍ରବଣ ସିନ ଥିଲା କି ଯେତେବେଳେ ମୋ ପୁଅମାନେ ଯୁଦ୍ଧ କରିବା ପାଇଁ ଯାଉଥିଲେ କିନ୍ତୁ ମୁଁ ଏହା ଚାହୁଁନଥିଲି । ଯେତେବେଳେ ଅର୍ଜୁନ କୁହନ୍ତି କି ମାଆ ତୁମେ ଯଦି ନ କହିବ ତା ହେଲେ ଆମେ ଯିବୁ ନାହିଁ କିନ୍ତୁ ତୁମ ଆଖିରେ ଲୁହ ଆସିବାକୁ ଦେବୁ ନାହିଁ, ସେହି ସିନ କରିବା ପାଇଁ ମତେ ବହୁତ ମଜା ଲାଗୁଥିଲା ।’ ସେଟରେ ସମସ୍ତଙ୍କ ସହିତ ଶଫକଙ୍କ ଭଲ ସମ୍ପର୍କ ଥିଲା ।

ଶଫକ କହିଛନ୍ତି କି ଶାହିର, ସୌରଭ ରାଜ ଏବଂ ବାକି ଅଭିନେତାମାନେ ସମସ୍ତେ ଶୁଟିଙ୍ଗରେ ବହୁତ ମଜା କରୁଥିଲୁ, ବେଳେବେଳେ ସିରିୟସ ସିନରେ ଆମେ ଆମର ହସକୁ ବନ୍ଦ କରିପାରୁ ନଥିଲୁ । ପାଞ୍ଚଜଣଙ୍କ ଭିତରେ ଯଦି ମୋର ପ୍ରିୟ ଲୋକଙ୍କ ବିଷୟରେ କହିବି ତାହେଲେ ମତେ କର୍ଣ ଭୂମିକରେ ଅହମ ଶର୍ମା ଏବଂ ଅର୍ଜୁନ ଭୂମିକାରେ ଶାହିର ଶେଖଙ୍କ ସହିତ ଶୁଟିଙ୍ଗ କରିବା ପାଇଁ ବହୁତ ଭଲ ଲାଗିଥାଏ ।

ସେମାନଙ୍କ ସହିତ ମୋର ସିନ ବହୁତ ଭାବପ୍ରବଣ ଥିଲା । ବର୍ତ୍ତମାନ ଦର୍ଶକ ମାନେ ପୁଣି ଥରେ ମହାଭାରତକୁ ଛୋଟ ପରଦାରେ ଦେଖି ପାରୁଛନ୍ତି ଏହି କଥାରେ ଶଫକ ନାଜ ବହୁତ ଖୁସି ଅଛନ୍ତି । ତାଙ୍କୁ ପ୍ରଶଂସକ ମାନଙ୍କର ବହୁତ ମେସେଜ ଆସୁଛି । ଶଫକ କମେଡି ଶୋ ଚିଡିୟାଘର ରେ ମୟୂରୀର ଚରିତ୍ରରେ ମଧ୍ୟ ଅଭିନୟ କରିସାରିଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।