Malaika Arora ଖୋଲିଲେ ରାଜ, କହିଲେ ପୁଣି ଥରେ ହେବାକୁ ଚାହେଁ ଖାନ ପରିବାରର ବୋହୁ

ବଲିଉଡ ରେ ସବୁବେଳେ ଏମିତି କିଛି ନା କିଛି ଘଟିଥାଏ ଯାହା ସବୁବେଳେ ଚର୍ଚ୍ଚାରେ ରହିଥାଏ । ଏବେ କିଛି ଦିନ ତଳେ କରୋନା କାରଣରୁ ଚାଲିଥିବା ଲକ ଡାଉନରେ ସେଲିବ୍ରିଟିଙ୍କ ଥ୍ରୋବ୍ୟାକ ଫଟୋ ଓ ଭିଡିଓ ବହୁତ ଭାଇରାଲ ହେଉଥିଲା । ଏହି ସମୟରେ ମଲାଇକା ଆରୋଡାଙ୍କର ଏକ ଭିଡିଓ ଜବରଦସ୍ତ ଭାଇରାଲ ହେବାରେ ହେଇଥିଲା । ମଲାଇକା ନିଜ ଅଫେୟାର କୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଏବେ ଆସନ୍ତୁ ଜାଣିବା କଣ ଅଟେ ପ୍ରକୃତ ଘଟଣା ।

ପ୍ରକୃତରେ, ମଲାଇକାଙ୍କ ଏହି ଭିଡିଓ କରନ ଜୋହରଙ୍କ ଫେମଶ ସୋ କଫି ୱିଥ କରଣ ର ଅଟେ । ମଲାଇକା ଏହି ଭିଡିଓରେ ଏକ ବହୁତ ବଡ଼ କଥାର ଖୁଲାସା କରିବାର ନଜର ଆସିଥିଲେ । ଏହି ଭିଡିଓରେ ମଲାଇକା କହିଥିଲେ କି ପ୍ରଥମ ଥର ଯେତେବେଳେ ସେ ଖାନ ପରିବାରରେ ପାଦ ରଖିଥିଲେ, ତେବେ ସେଠିକାର ମାହୋଲ କେମିତି ଥିଲା, ମଲାଇକା କୁହନ୍ତି କି ପ୍ରଥମଥର ମୁଁ ଖାନ ପରିବାର ର ଘରକୁ ଦେଖି ପୁରାପୁରି ଆଶ୍ଚର୍ଯ୍ୟ ହୋଇ ଯାଇଥିଲି ।

କଫି ୱିଥ କରଣ ସୋ ରେ ମଲାଇକା କହିଲେ ଯେବେ ସେ ପ୍ରଥମ ଥର ଅର୍ବାଜଙ୍କ ଘରକୁ ଗଲେ ତେବେ ତାଙ୍କ ପରିବାର ର ଲୋକମାନେ ମୋର ଭଲ ଭାବେ ସ୍ବାଗତ କଲେ ଓ ସେଠିକାର ସବୁ ଲୋକ ମୁଁ ଯିବା ଦ୍ୱାରା ବହୁତ ଖୁସି ହୋଇ ଥିଲେ । ମଲାଇକା ସୋହେଲଙ୍କ ବିଷୟରେ କହିଲେ କି ମୁଁ ଦେଖିଲି ସୋହେଲଙ୍କର ସୁନ୍ଦର ଚୁଟି ଥିଲା ଓ ସେ ଡେନିମ ଶର୍ଟ୍ସ ପିନ୍ଧି ଛାତ ଉପରେ ଖରା ପୁଆଉଥିଲେ । ତାଙ୍କୁ ଦେଖି ମୋତେ ଲାଗିଲା ବିଲକୁଲ ମୋ ଘର ଭଳି ପରିବେଶ ଅଛି ।

ଖାନ ପରିବାର ବହୁତ ମଡର୍ନ ପରିବାର ଅଟେ

ମଲାଇକା ଏହି ଭିଡିଓରେ ଆଗକୁ କହୁଛନ୍ତି କି, ଖାନ ପରିବାର ଗୋଟେ ଏମିତି ପରିବାର ଅଟେ ଯେଉଁମାନେ କେବେ ମୋ ଉପରେ ପ୍ରେସର ପକାଇ ନାହାନ୍ତି । ଖାନ ପରିବାର କେବେ ବି କହି ନାହାନ୍ତି କି ତୁମକୁ ଏମିତି ହେବା ଦରକାର ବା ତୁମକୁ ଏହି ନିୟମକୁ ପାଳନ କରିବା ଦରକାର । ମଲାଇକା କଫି ୱିଥ କରଣ ସୋରେ ସ୍ପଷ୍ଟ ଭାବରେ କହିଛନ୍ତି କି ଅରବାଜଙ୍କ ପରିବାର ଲୋକେ କୌଣସି ନିୟମକୁ ଜବରଦସ୍ତି ଫଲୋ କରିବାକୁ କହି ନାହାନ୍ତି । ଅରବାଜଙ୍କ ପରିବାର ଲୋକେ ପ୍ରଥମ ଦିନ ହିଁ ମନ ଖୋଲିକି ମୋ ସ୍ବାଗତ କରିଥିଲେ, ମୁଁ ସେହି ସମୟକୁ କେବେ ବି ଭୁଲି ପାରିବି ନାହିଁ ।

ମୋ ଏକ୍ସ ଶାଶୁମା ମୋ କାମର ଫ୍ୟାନ ଥିଲେ

ମଲାଇକା ଅରବାଜ ଖାନଙ୍କ ମା’ଙ୍କ ବିଷୟରେ ବହୁତ ବଡ଼ ଖୁଲାସା କରିଛନ୍ତି । ନିଜର ଏକ୍ସ ଶାଶୁ ମା’ଙ୍କ ବିଷୟରେ ସେ କହିଲେ କି ସେ ମୋ କାମର ବହୁତ ପ୍ରଶଂସା କରନ୍ତି । ସେମିତିରେ ପୁରା ପରିବାର ମୋ କାମକୁ ପସନ୍ଦ କରୁଥିଲେ, କିନ୍ତୁ ଅରବାଜଙ୍କ ମା ଖାସ କରି ମୋ ପ୍ରଶଂସା କରୁଥିଲେ । ଏହାର କାରଣ କହିବାକୁ ଯାଇ ମଲାଇକା କହିଲେ, ମୋ ଉପରେ କାମକୁ ନେଇ କେବେ ବି ପ୍ରେସର ପକାଯାଇ ନାହିଁ । ସେଥିପାଇଁ ମୁଁ ନିଜ କାମ ସବୁ ଭଲ ଭାବରେ କରିପାରେ ।

ପୁଣି ବିବାହ କରିବାକୁ ଚାହୁଁଛି ଖାନ ପରିବାରରେ

ମଲାଇକା ନିଜ ଭିଡିଓରେ କହିଲେ କି, ଖାନ ପରିବାର ବହୁତ ମଡର୍ନ ପରିବାର ଅଟେ । ତାଙ୍କର ଜୀବନ ବଞ୍ଚିବାର ଶୈଳୀ ବହୁତ ମଡର୍ନ ଅଟେ । ସେ କହିଲେ କି ଖାନ ପରିବାରରେ ନା କେବଳ ମୋର ବରଂ ସେ ଘରେ ଯିଏ ବି ପାଦ ପକାଇ ଥାଏ, ସମସ୍ତଙ୍କ ସହିତ ସେମାନେ ଏମିତି ହିଁ ବ୍ୟବହାର କରିଥାନ୍ତି, ମୁଁ ଭାଗ୍ୟବାନ କି ଖାନ ପରିବାରର ବୋହୁ ହେଲି । ମଲାଇକା ଏହା ମଧ୍ୟ କହିଲେ କି ଯଦି ମୁଁ ଦ୍ଵିତୀୟ ଥର ଜନ୍ମ ନିଏ ତେବେ ମୁଁ ସେହି ଘରେ ହିଁ ବିବାହ କରିବାକୁ ଚାହିଁବି । ମଲାଇକା ଓ ଅରବାଜଙ୍କ ମଧ୍ୟରେ ୨୦୧୭ ରେ ଡିଭୋର୍ସ ହୋଇ ସାରିଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।