Rani Mukerji ଓ Juhi Chawla ଙ୍କ ସମେତ ଏହା ଅଟେ Bollywood ର ନଣନ୍ଦ-ଭାଉଜ ଯୋଡି

ବଲିଉଡରେ କଳାକାର ମାନେ ନିଜ ନିଜ ଚରିତ୍ରରେ ବେଶ ସୁନ୍ଦର ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ କରି ପାରିଛନ୍ତି । ଯାହା ଦ୍ଵାରା ଏହି କଳାକାର ମାନେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି ।

ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ଫିଲ୍ମରେ ନଣନ୍ଦ ଓ ଭାଉଜର ସମ୍ପର୍କକୁ ବେଶ ଭଲ ଭାବେ ନିଭାଇଥାନ୍ତି । ଠିକ ସେହିଭଳି ରିୟଲ ଲାଇଫରେ ମଧ୍ୟ ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ନଣନ୍ଦ ଓ ଭାଉଜର ସମ୍ପର୍କକୁ ବେଶ ଭଲ ଭାବେ ନିଭାଇବାରେ ସଫଳ ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା ସେମାନେ କିଏ ।

“ଅନୁଷ୍କା ଶର୍ମା” : ବଲିଉଡରେ ତିନି ଜଣ ଖାନଙ୍କ ସହ କାମ କରିଥିବା ଅଭିନେତ୍ରୀ ଅନୁଷ୍କା ଶର୍ମା ଭାରତର କ୍ରିକେଟରର କ୍ଯାପଟେନ ବିରାଟ କୋହଲିଙ୍କ ସହ ୨୦୧୭ରେ ମ୍ୟାରେଜ କରିଥିଲେ । ବିରାଟଙ୍କ ବଡ ଭଉଣୀ ଭାବନାଙ୍କ ସହ ଅନୁଷ୍କାଙ୍କର ଭଲ ସମ୍ପର୍କ ରହିବା ସହ ଦୁହେଁ କିଛି ଫଙ୍କସନରେ ଏକାଠି ନଜର ଆସିଥାନ୍ତି ।

“ମୀରା ରାଜପୁତ” : ବଲିଉଡର ଚକଲେଟ ହିରୋ ସାହିଦ କପୁର ଅଭିନେତ୍ରୀ ମୀରା ରାଜପୁତଙ୍କ ସହ ମ୍ୟାରେଜ କରିଛନ୍ତି । ସାହିଦଙ୍କର ଭଉଣୀ ସନା କପୁରଙ୍କର ମୀରା ରାଜପୁତଙ୍କ ସହ ଭଲ ସମାର୍କ ସମ୍ପର୍କ ରହିବା ସହ ଦୁହେଁ କୁକ କରିବାକୁ ପସନ୍ଦ କରନ୍ତି । ଦୁହିଙ୍କ ମଧ୍ୟରେ ଭଲ ବଣ୍ଡିଙ୍ଗ ମଧ୍ୟ ରହିଛି ।

“ଦୀପିକା ପାଦୁକନ” : ବଲିଉଡ ଅଭିନେତ୍ରୀ ୨୦୦୨ରେ ଅଭିନେତା ରଣବିର କପୁରଙ୍କ ସହ ବିବାହ କରିବା ପରେ ଭରାପୁରା ପରିବାର ମିଳିଥିଲା । ଦୀପିକାଙ୍କର ନଣନ୍ଦ ରୀତିକାଙ୍କ ସହ ଗଜବ ବଣ୍ଡିଙ୍ଗ ରହିଛି । ରୀତିକା ଦୀପିକାଙ୍କୁ ଘର ପରିବାର କିଛି ନୁସଖା ଶେୟାର କରିଥାନ୍ତି । ଏହା ଛଡା ଦୁହିଙ୍କ ମଧ୍ୟରେ ବୁଝାମଣା ମଧ୍ୟ ଠିକ ରହିଛି ।

 

 

“ଐଶ୍ଵରୀୟା ରାଏ ବଚ୍ଚନ” : ମିସ ୱାର୍ଲ୍ଡ ଜିତିଥିବା ଐଶ୍ଵରୀୟା ରାଏ ବଲିଉଡ ଅଭିନେତା ଅଭିଷେକ ବଚ୍ଚନଙ୍କ ସହ ୨୦୦୭ରେ ମ୍ୟାରେଜ କରିଛନ୍ତି । ଅଭିଷେକଙ୍କ ଭଉଣୀ ଶ୍ଵେତା ନନ୍ଦ ଜଣେ ଡାଇରେକ୍ଟର ଓ ଲେଖକ ଅଟନ୍ତି । ଶ୍ଵେତା ଓ ଐଶ୍ଵରୀୟାଙ୍କ ମଧ୍ୟରେ ଭଲ ବଣ୍ଡିଙ୍ଗ ରହିବା ସହ ଦୁହେଁ ପରସ୍ପରକୁ ସବୁ କାମରେ ସମର୍ଥନ କରିଥାନ୍ତି ।

“ଫରାନହାଜ” : ୮୦ଦଶକରେ ବଲିଉଡରେ ନିଜର ସୁନ୍ଦରତା ପାଇଁ ରାଜ କରିଥିବା ଅଭିନେତ୍ରୀ ଫରାନହାଜ  ୨୦୦୩ରେ ସୁମିତ ସାଇଗଲଙ୍କ ସହ ବିବାହ କରିଥିଲେ । ଫରାନହାଜ ତାଙ୍କର ପ୍ରଥମ ସ୍ଵାମୀ ବିନ୍ଦୁ ଦାରା ସିଂଙ୍କର ତିନି ଭଉଣୀଙ୍କ ସହ ଭଲ ସମ୍ପର୍କ ରହିଛି ।

“ରାନୀ ମୁଖାର୍ଜୀ” : ବଲିଉଡରେ ନିଜର ବେହତରିନ ଅନ୍ଦାଜରେ ଅନେକ ଫିଲ୍ମରେ ନଜର ଆସିଥିବା ଅଭିନେତ୍ରୀ ରାନୀ ମୁଖାର୍ଜୀ ୟସରାଜ କମ୍ପାନୀର ମାଲିକ ଆଦିତ୍ୟ ଚୋପଡାଙ୍କ ସହ ବିବାହ କରିଥିଲେ ମଧ୍ୟ ତାଙ୍କର କେହି ନଣନ୍ଦ ନାହାନ୍ତି । କିନ୍ତୁ ସେ ନିଜେ ନଣନ୍ଦ ଅଟନ୍ତି । ତାଙ୍କର ତାଙ୍କ ଭାଉଜ ଜ୍ଯୋତିଙ୍କ ସହ ବେସ ଭଲ ବଣ୍ଡିଙ୍ଗ ରହିବା ସହ ଦୁହେ ଫେଷ୍ଟିଭାଲରେ ଏକାଠି ନଜର ଆସନ୍ତି । ରାନୀ ଓ ଜ୍ଯୋତିଙ୍କୁ ଦେଖିଲେ ଲାଗିବନି ଯେ ଦୁହେଁ ନଣନ୍ଦ ଭାଉଜ ନୁହେଁ ବରଂ ଦୁହେଁ ବନ୍ଧୁ ବୋଲି ନଜର ଆସନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।