ଆଜିର ରାଶିଫଳ, 10 ନଭେମ୍ବର 2020, ମଙ୍ଗଳବାର, ବଜରଙ୍ଗବଲିଙ୍କ କୃପାରୁ ଏହି ୪ଟି ରାଶିଙ୍କୁ ମିଳିବ କଠିନ ପରିଶ୍ରମର ଫଳ, ଆର୍ଥିକ ସ୍ଥିତି ହେବ ମଝବୁତ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୦ ନଭେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କ ଘରେ ଶୁଭ କାମ ହେବାର ଯୋଗ ଅଛି । ବ୍ୟବସାୟୀକ ମାମଲାରେ ଭାବୁକ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ଧାର୍ମିକ କାମରେ ଭାଗ ନେବେ । ସାମାଜିକ କାମରେ ମାନ ସଂମ୍ମାନ ଏବଂ ପଦ ପ୍ରତିଷ୍ଠାରେ ମଧ୍ୟ ଲାଭ ହେବ । ଯଦି ଆପଣ ଚାକିରି କରିବା ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ତାହେଲେ ଆଜିର ଦିନ ଭଲ ଅଟେ । ଦାମ୍ପତ୍ୟ ଜୀବନରେ ନିକଟତା ଏବଂ ମଧୁରତା ଆସିବ । ସମାଜରେ ଖ୍ୟାତି ମିଳିବ । ପରୀକ୍ଷା କିମ୍ବା ପ୍ରତିଯୋଗୀତା ମାଧ୍ୟମରେ ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ପରିଣାମ ମିଳିବ ।

ବୃଷ

ଆଜି ଆପଣ ସବୁ କାମକୁ ସମୟ ପୂର୍ବରୁ ସଫଳତାର ସହିତ ପୁରା କରିବେ । ଚାକିରି କରିଥିବା ଲୋକଙ୍କୁ ଉଚ୍ଚପଦ ମିଳିବ । ଆପଣଙ୍କ ଜୀବନର ସବୁ ପ୍ରକାରର ସମସ୍ୟା ଦୂର ହୋଇଯିବ । ଆପଣଙ୍କୁ ବହୁତ ପ୍ରଗତି ମିଳିବ ଏବଂ ଧନ ଲାଭ ମଧ୍ୟ ହେବ । ନୂତନ ନିୟମ ଲାଭକାରୀ ହୋଇପାରେ କିନ୍ତୁ ଆଶା ଅନୁସାରେ ଲାଭ ଦେବ ନାହିଁ । ଜୀବନସାଥିଙ୍କ ସହିତ କିଛି ମତଭେଦ ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ଉର୍ଣ୍ଣତି କୌଣସି ବାଧା କାରଣରୁ ଅଟକି ଯାଇପାରେ ।

ମିଥୁନ

ଆପଣଙ୍କ ଜୀବନସାଥୀ ଆପଣଙ୍କ ଭାବନାକୁ ପ୍ରଶଂସା କରିବେ । ବୈବାହିକ ଜୀବନ ଭଲ ରହିବ ଏବଂ ଆପଣଙ୍କର ଆର୍ଥିକ ସ୍ଥିତି ଲଗାତାର ମଝବୁତ ହେବ । କାମବୃତ୍ତି ଏବଂ ଚୋରୀ ଭଳି ଅନୈତିକ ବିଚାର ଉପରେ ସଂଯମ ରଖନ୍ତୁ କାରଣ ଅସନ୍ତୁଷ୍ଟ ହେବା ଦ୍ଵାରା କାମ ବିଗିଡି ଯାଇପାରେ । ବେପାରରେ ଆପଣଙ୍କର ଆୟୋଜନ ସଜ୍ଜିତ ହେବ । ବେପାର ପାଇଁ ବାହାରେ ରହି ପାରନ୍ତି । ଆଜି କାହା ଉପରେ ଆଖି ବନ୍ଦ କରି ବିଶ୍ଵାସ କରନ୍ତୁ ନାହିଁ । ଉଚ୍ଚ ଅଧିକାରୀ ଖୁସି ରହିବେ ।

କର୍କଟ

ଚାକିରି କରିଥିବା ଲୋକଙ୍କ ପାଇଁ କାର୍ଯ୍ୟ କ୍ଷେତ୍ରରେ ଆଜି ବାତାବରଣ ଅନୁକୂଳ ରହିବ । ପୁରୁଣା ବାଦ ବିବାଦ ଦୂର ହୋଇପାରେ । ଆପଣଙ୍କ ଘରକୁ ଅତିଥି ଆସିବେ ଯେଉଁଥି ପାଇଁ ଘରର ଖୁସି ଆହୁରି ବଢିଯିବ । ମନକୁ ଖୁସି ଏବଂ ହାଲକା କରିବା ପାଇଁ ଆପଣ ମନୋରଞ୍ଜନର ସାହାଯ୍ୟ ନେବେ । ପିଲାମାନଙ୍କ ପାଠ ପଢା ଏବଂ ସ୍ୱାସ୍ଥ୍ୟ ପାଇଁ ଚିନ୍ତା ରହିବ । ଅଧିକ ଖର୍ଚ କରନ୍ତୁ ନାହିଁ । କେହି ଆପଣଙ୍କ ପାଖରେ ନିଜ ପ୍ରେମର ପ୍ରକାଶ କରିବେ ।

ସିଂହ

ବୟସ୍କ ଏବଂ ବନ୍ଧୁ ମାନଙ୍କର ସହଯୋଗ ମିଳିବ । ନୂଆ ବନ୍ଧୁ ହେବେ । ଚାକିରି ଏବଂ ବ୍ୟବସାୟରେ ଆୟ ବୃଦ୍ଧି ହେବ । ଶାରୀରିକ ରୂପରେ ଅସୁସ୍ଥ ଏବଂ ମାନସିକ ଚିନ୍ତା ରହିବ । ମାଆଙ୍କ ପ୍ରତି ଅଧିକ ଭାବୁକ ରହିବେ । ବୈଦୁକ ଚର୍ଚାର ପ୍ରସଙ୍ଗ ଉପସ୍ଥିତ ହେବ, କିନ୍ତୁ ବାଦ ବିବାଦକୁ ଦୂର କରିବ । ଆଜି ଭାଗୀଦାରୀ ବ୍ୟବସାୟ ଭଲ ରହିବ କିନ୍ତୁ ଆଜି ଜିଦଖୋର ମନୋଭାବ ଛାଡି ଦିଅନ୍ତୁ । ପରମ ସମ୍ପର୍କ ଭାଙ୍ଗିପାରେ । ଏହା ଆପଣଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିପାରେ ।

କନ୍ୟା

ପରିବାରରେ ଆବଶ୍ୟକ ବିଷୟ ଉପରେ ଚର୍ଚା ହେବ । ସ୍ନେହୀଜନ ଏବଂ ବନ୍ଧୁଙ୍କୁ ମଧ୍ୟ ଏହି ଖୁସିରେ ସହଭାଗୀ କରିବେ । ଦାମ୍ପତ୍ୟ ଏବଂ ବୈବାହିକ ଜୀବନ ସୁଖମୟ ହେବ । ସ୍ଵାମୀ ସ୍ତ୍ରୀଙ୍କ ଭିତରେ ଆହୁରି ମଧୁରତା ବଢିବ । ଆପଣଙ୍କର ଆୟ ବୃଦ୍ଧି ହେବ । ଚାକିରି ଖୋଜୁଥିବା ଲୋକଙ୍କୁ ମଧ୍ୟ ଲାଭ ମିଳିପାରେ । ଏହି ସମୟ ଆପଣଙ୍କ ପାଇଁ ବହୁତ ଖାସ ରହିବ । ବନ୍ଧୁଙ୍କ ସହଯୋଗରେ ଆଜି ରୋଜଗାରର ନୂଆ ସୁଯୋଗ ମିଳିବ ଏବଂ ଆପଣଙ୍କର ଅଟକି ଥିବା କାମରେ ମଧ୍ୟ ଗତି ଆସିବ ।

ତୁଳା

ଆଜି ପରିବାରର ଆୟୋଜନରେ ଭାଗ ନେବେ । ଜୀବନସାଥିଙ୍କ ସହିତ ଭୁଲ ବୁଝାବଣା ପାଇଁ ବିବାଦ ହୋଇପାରେ । ଗ୍ରହଙ୍କ ସଂଯୋଗ ଆପଣଙ୍କ ଅନୁକୂଳ ରହିବ । ଯାହାଦ୍ୱାରା ଆପଣଙ୍କର ବେରୋଜଗାରି ଶେଷ ହୋଇଯିବ ଏବଂ ଆପଣଙ୍କୁ ରୋଜଗାରର ନୂଆ ସୁଯୋଗ ମିଳିବ । ଆପଣଙ୍କୁ ଆପଣଙ୍କ ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ହେବ କାରଣ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ପାରିବାରିକ ବାତାବରଣ ଭଲ ରହିବ, କିନ୍ତୁ ଆପଣଙ୍କୁ ଆଜି ପିଲାଙ୍କ ପ୍ରତି ସଚେତନ ରହିବା ଆବଶ୍ୟକ ଅଟେ ।

ବିଛା

ଆପଣଙ୍କର ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବ କିନ୍ତୁ ସ୍ଵଭାବରେ କ୍ରୋଧର ପରିମାଣ ବଢିପାରେ । କାହା ସହିତ କଥା ହେବା ପୂର୍ବରୁ ଭାବି ନିଅନ୍ତୁ କି ଆପଣଙ୍କୁ କଣ କହିବାର ଅଛି ଏବଂ ନିଜ କଥା ଉପରେ ନିୟତ୍ରଣ ରଖନ୍ତୁ । ବ୍ୟବସାୟ କରୁଥିବା ଲୋକ ପ୍ରଗତି ହାସଲ କରିବେ । ଆର୍ଥିକ ଲାଭ ପାଇଁ କିଛି ଅଧିକ ପରିଶ୍ରମ କରିବାକୁ ପଡିପାରେ । ସମୟ ଅଯୋଥାରେ ନଷ୍ଟ କରନ୍ତୁ ନାହିଁ । ଜୀବନସାଥିଙ୍କ ସହିତ ସମ୍ପର୍କ ମଧୁର ରହିବ । ଭାଗୀଦାରୀ ବ୍ୟବସାୟରେ ଲାଭ ହେବ । ଆଇନ ମାମଲାରେ ସଫଳତା ମିଳିବ ।

ଧନୁ

ଲୁଚି ଥିବା କିଛି କଥା ଆଜି ଆପଣଙ୍କ ସାମନାକୁ ଆସିପାରେ । ଯାତ୍ରା କରିବା ସମୟରେ ଆପଣଙ୍କୁ ସାବଧାନ ରହିବାକୁ ହେବ । ପ୍ରେମ ଜୀବନରେ ଆଗ ଅପେକ୍ଷା ଅଧିକ ସୁଧାର ଆସିବ । ଚାକିରିରେ ଅଧିକ ଦାୟିତ୍ଵ ମିଳିପାରେ । ଅଧିକ ପରିଶ୍ରମ କରିବେ । ଋଣମୁକ୍ତ ହୋଇ ପାରନ୍ତି ଏବଂ ଆର୍ଥିକ ସ୍ଥିତି ମଧ୍ୟ ଭଲ ହୋଇପାରେ । ଆପଣଙ୍କ ଜୀବନକୁ ଆସୁଥିବା ସବୁ ପ୍ରକାରର ସମସ୍ୟା ଦୂର ହୋଇପାରେ । ଆପଣଙ୍କ ଆମଦାନୀରେ ଲାଭ ହୋଇପାରେ ।

ମକର

ଅନେକ ଦିନ ଧରି ଚାଲି ଆସୁଥିବା ସମସ୍ୟାର ଆଜି ଶେଷ ହେବ । ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ । ଅସହାୟ ଲୋକଙ୍କୁ ସାହାଯ୍ୟ କରି ଆପଣ ଖୁସି ହେବେ । କାରୋବାରକୁ ବଢାଇବା ପାଇଁ କିଛି ଟଙ୍କା ଲଗାଇ ପାରିବେ । ରାଜନୀତିରେ ଆପଣ ସଫଳତା ପାଇବେ । ବେପାର ବ୍ୟବସାୟରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ । ପେଟ ଖରାପ ହୋଇପାରେ । ବିବାହିତ ଲୋକଙ୍କ ପାଇଁ ଆପଣଙ୍କ ଜୀବନସାଥୀ ଚାପର ସ୍ରୋତ ହୋଇ ପାରନ୍ତି ।

କୁମ୍ଭ

ଆଜି ଆପଣଙ୍କ କାମ ବିଳମ୍ବରେ ପୁରା ହେବ । ଅଧିକ ପରିଶ୍ରମ କରିବେ କିନ୍ତୁ ଫଳ କମ ମିଳିବ । ଯଦି ଆପଣ ବ୍ୟବସାୟ କରୁଛନ୍ତି, ତାହେଲେ ଆପଣ ବିପଦପୂର୍ଣ ନିବେଶରୁ ଲାଭ ପାଇବେ । ଆପଣ ନିଜର ଉତ୍ସାହ ଏବଂ ସମର୍ପଣ କାରଣରୁ ଆର୍ଥିକ ଅଗ୍ରଗତି କରିବାରେ ସକ୍ଷମ ହେବେ । ସମାଜରେ ଅଗ୍ରୀମ ସ୍ଥାନ ପାଇ ପାରିବେ । ସାମାଜିକ କାମରେ ଭାଗ ନେବେ । ଦିନସାରା ଚିନ୍ତାଧାରାରେ ଉଥାନ ପଥାନ ରହିବ । ଆପଣଙ୍କ ଜିଦ ଅନ୍ୟ ମାନଙ୍କୁ ଅସୁବିଧାରେ ପକାଇପାରେ ।

ମୀନ

ଆଜି ଆପଣ କୌଣସି ବି ମାମଲାରେ ଅଧିକ ଉତ୍ସାହ ଦେଖାନ୍ତୁ ନାହିଁ । ଆପଣଙ୍କ ଉତ୍ସାହ ଆପଣଙ୍କର ହିଁ କ୍ଷତି କରିପାରେ । ଦାମ୍ପତ୍ୟ ଜୀବନରେ ଖୁସି ରହିବ । ଶାରୀରିକ ଭୌତିକ ଖୁସିକୁ ନେଇ ଆପଣଙ୍କ ଜୀବନରେ କିଛି ନୂଆ ଦେଖିବାକୁ ମିଳିବ । କାମ ସହିତ ଯୋଡି ହୋଇଥିବା ସମସ୍ୟା ଶେଷ ହୋଇପାରେ । ପରିଶ୍ରମର ଫଳ ମିଳିବ । ବଡ ଲୋକଙ୍କ ଠାରୁ ସାହାଯ୍ୟ ମଧ୍ୟ ମିଳିବ । ଘର ଠାରୁ ଦୂରରେ ରହୁଥିବା ଲୋକଙ୍କ ପାଇଁ ଘରକୁ ଫେରିବା ପାଇଁ ଏହି ସମୟ ଶୁଭ ଅଟେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।