କଣ ପାଇଁ ବିବାହ କରୁ ନାହାଁନ୍ତି Lipi Mohapatra, ଜାଣନ୍ତୁ ଏହା ପଛରେ ଥିବା ରହସ୍ୟ

ଓଡିଆ ଜଗତରେ ପ୍ରସାରିତ ହେଉଥିବା ସିରିଏଲ ଗୁଡିକରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ସାନଦାର ଅଭିନୟରେ ଓଡିଆ ଇଣ୍ଡଷ୍ଟ୍ରିକୁ ବହୁତ ଜବରଦସ୍ତ କାର୍ଯ୍ୟକ୍ରମ ଦେଇ ସାରିଛନ୍ତି । ସିରିଏଲ ଗୁଡିକରେ ଅଭିନୟ କରି କଳାକାର ମାନେ ନିଜର ଷ୍ଟାଇଲ, ଲୁକ, ଅନ୍ଦାଜ ପାଇଁ ସୋସିଆଲ ମିଡିଆରେ ମଧ୍ୟ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । କେତେକ ଅଭିନେତ୍ରୀ ମାନେ ନିଜର ସୁନ୍ଦରତା ପାଇଁ ଫ୍ୟାନ୍ସ ମାନଙ୍କ ହୃଦୟରେ ଘର କରି ରହି ପାରିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ତରଂଗ ଟିଭିରେ ପ୍ରସାରିତ ହେଉଥିବା ତାରା ତାରିଣୀ ସିରିଏଲର ଅଭିନେତ୍ରୀ ତାରିଣୀ ବା ଲିପିଙ୍କ ଜୀବନ କାହାଣୀ ବିଷୟରେ କିଛି କଥା କହିବାକୁ ଯାଉଛୁ  ଓଡିଆ ଅଭିନେତ୍ରୀ ଲିପି ମହାପାତ୍ର ବା ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା “ତାରା ତାରିଣୀ” ସିରିଏଲର ମୁଖ୍ୟ ଅଭିନେତ୍ରୀ ତାରିଣୀ କଟକ ସହରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ଭଲ ପୋଲିସ ଅଫିସର ଅଟନ୍ତି ।

ସେ ତାଙ୍କ ପରିବାର ଲୋକଙ୍କ ସହ ବହୁତ ଖୁସିରେ ଜୀବନ ଅତିବାହିତ କରିଥାନ୍ତି । ପିଲାଦିନୁ ହିଁ ଲିପିଙ୍କର ଅଭିନେତ୍ରୀ ହେବା ଇଚ୍ଛା ରହିଥିଲା । କିନ୍ତୁ ତାଙ୍କ ବାପା ସେ ଜଣେ ଆପିଏସ ଅଫିସର ହୁଅନ୍ତୁ ବୋଲି ଚାହୁଥିଲେ । କିନ୍ତୁ ଲିପି ତାଙ୍କ ବାପାଙ୍କ ଇଚ୍ଛାକୁ ପୂରଣ ନ କରି ଅଭିନୟ ଦୁନିଆକୁ ବାଛିଥିଲେ । ଲିପି ପ୍ରଥମେ ଅନେକ ଆଲବମରେ ଅଭିନୟ କରି ନିଜର ସାନଦାର ପର୍ଫୋମାଂସ ଦେଇ ସାରିଛନ୍ତି । ଏହା ପରେ ସେ ଓଡିଆ ଚଳଚିତ୍ରରେ ମଧ୍ୟ ଅଭିନୟ କରିବାର ସୁଯୋଗ ପାଇଥିଲେ ।

ତାଙ୍କର ବ୍ୟାଡ ଗାର୍ଲ ଫିଲ୍ମଟି ବହୁତ ଜବରଦସ୍ତ ହୋଇଥିଲା । ଏଥି ପାଇଁ ସେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଘର କରି ପାରିଥିଲେ । ଏହା ପରେ ସେ ଟିଭିରେ ହେଉଥିବା କାର୍ଯ୍ୟକ୍ରମରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ସେମାନଙ୍କ ମଧ୍ୟରୁ ତରଂଗ ଚ୍ୟାନେଲରେ ପ୍ରସାରିତ ହେଉଥିବା “ତାରା ତାରିଣୀ” ସିରିଏଲଟି ଖୁବ ଲୋକପ୍ରିୟ ହୋଇ ପାରିଛି । ଏହି ସିରିଏଲରେ ଅଭିନେତ୍ରୀ ଲିପି ତାରିଣୀ ଭୂମିକାରେ ଅଭିନୟ କରୁଛନ୍ତି ।

ଏହି ସିରିଏଲରେ ସେ ଜଣେ ଭଲ ପ୍ରେମିକା ହେବା ସହ ଜଣେ ଭଲ ବୋହୁ, ଭଲ ସ୍ତ୍ରୀ ଓ ଭଲ ମା ହେବାର ଅଭିନୟ ବହୁତ ନିପୁଣ ଭାବେ ନିଭାଇଛନ୍ତି । ଏହି ସିରିଏଲରେ ମୁଖ୍ୟ ଅଭିନେତା ରୂପମଙ୍କ ସହ ତାରିଣୀଙ୍କର ପ୍ରଚୁର ଭଲ ପାଇବା ଦେଖା ଯାଇଛି । ଦୁହେଁ ପରସ୍ପର ସହ ସବୁ ପରିସ୍ଥିତିକୁ ଏକାଠି ମିଶି ସାମନା କରିଥାନ୍ତି । ଏହାଛଡା ତାରିଣୀଙ୍କର ଏହି ସିରିଏଲରେ ଦୁଇଟି ଝିଅ ମଧ୍ୟ ଅଛନ୍ତି ଯାହାଙ୍କର ନାମ ତାରା ଓ ତାରିଣୀ ଅଟେ ।

ସେ ତାଙ୍କ ଦୁଇ ଝିଅକୁ ବହୁତ ଭଲ ପାଇବା ଦେବା ସହ ତାଙ୍କୁ ଉଚିତ ଅନୁଶାସନରେ ରଖିଛନ୍ତି । ଏହି ସିରିଏଲରେ ଅଭିନୟ କରି ଲିପି ବା ତାରିଣୀ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ବର୍ତ୍ତମାନ ଲିପିଙ୍କୁ ୩୭ ବର୍ଷ ହୋଇଥିଲେ ମଧ୍ୟ ସେ ବିବାହ କରି ନାହାନ୍ତି । କାରଣ ବିବାହ କରିବା ଫଳରେ ଅଭିନୟ ଦୁନିଆରୁ ଦୂରେଇ ଯିବା ସାହ ବାଧା ସୃଷ୍ଟି ହେବ ବୋଲି ସେ ଏ ପର୍ଯ୍ୟନ୍ତ ଏକା ନିଜର ଜୀବନ ଅତିବାହିତ କରୁଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ପୋଷ୍ଟଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।