ଜାଣନ୍ତୁ କୋରନା କାଳରେ କ’ଣ ଖାଇବେ ଓ କ’ଣ ଖାଇବେନି ? Health Tips

ଆମ ଦେଶରେ ଯେପରି ଭାବେ ଦିତୀୟ ସୋପାନ ଭାବେ କରୋନା ବଢିବାରେ ଲାଗିଛି ତାହାର ଅନ୍ତ କେବେ ହେବ ତାହା କିଛି କହି ହେବ ନାହି । ଏହି ସମୟରେ ସବୁ ବ୍ୟକ୍ତିଙ୍କୁ କେଉଁ ଭଳି ଖାଦ୍ଯ ଖାଇବା ଉଚିତ ତାହାର ତାଲିକା ନିମ୍ନରେ ଦିଆଗଲା ।କରୋନା ସମୟରେ ଯେତେ ଦୂର ସମ୍ଭବ ଘରେ ତିଆରି ହେଉଥିବା ଖାଦ୍ଯ ଖାଇବା ଉଚିତ । ବାହାରର କୌଣସି ଜିନିଷ ଖାଇବା ଉଚିତ ନୁହେ । ଏହା ଫଳରେ ଆମ ଶରୀରରେ ଅନେକ ପ୍ରକାରର ରୋଗ ଦେଖା ଯାଇଥାଏ ।

ଫାଷ୍ଟଫୁଡ ଓ ଫ୍ରୋଜନ ଫୁଡ ଖାଇବା ଆମ ସ୍ୱାସ୍ଥ୍ୟ ପକ୍ଷେ ହିତକାରକ ହୋଇ ନଥାଏ । ତେଣୁ ଯେତେ ଦୂର ସମ୍ଭବ ଏହି ସବୁ ଖାଦ୍ଯ ଠାରୁ ଦୂରେଇ ରହିବା ଉଚିତ । ଗର୍ଭବତୀ ମହିଳା ମାନେ ଏହି ସମୟରେ ୨୦୦୦ରୁ କ୍ୟାଲେରୀରୁ ଅଧିକ ଖାଦ୍ଯ ଖାଆନ୍ତୁ । ଗର୍ଭବତୀ ମହିଳା ମାନେ ନିଜର ଓ ନିଜ ଛୁଆର ସୁରକ୍ଷା ପାଇଁ ବାହାରର କୌଣସି ଖାଦ୍ଯ ଖାଇବା ଉଚିତ ନୁହେ । ଗର୍ଭବତୀ ମହିଳା ମାନେ ମାଣ୍ଡିଆ, ଛୋଟ ମାଛ, ସବୁଜ ପନିପରିବା, ଶାଗ, କ୍ଷୀର, ଫଳ ଆଦି ଖାଇବା ଉଚିତ ।

ଏହା ଫଳରେ ମା ଓ ଛୁଆ ସୁରକ୍ଷିତ ରହିଥାନ୍ତି । ଏହାଛଡା ଅଧିକରୁ ଅଧିକ ପାଣି ପିଇବା ଉଚିତ । ବୟସ୍କ ଲୋକ ମାନେ ଏହି ସମୟରେ ୧୬୦୦ କିଲୋ କ୍ୟାଲେରୀରୁ ଅଧିକ ଖାଦ୍ଯ ଖାଇବା ଉଚିତ । ବୟସ୍କ ଲୋକ ମାନେ ହାଲକା ଖାଦ୍ଯ ଖାଇବା ଉଚିତ ଯାହା ଫଳରେ ସେମାନଙ୍କର ହଜମ ଶକ୍ତି ହୋଇ ପାରିବ । ଦହି ମଧ୍ୟ ସବୁ ବ୍ୟକ୍ତି ଖାଇ ପାରିବେ ଯାହା ସ୍ୱାସ୍ଥ୍ୟ ପାଇଁ ହିତକାରକ ହୋଇଥାଏ । ୧୮ ବର୍ଷରୁ କମ ବଯସର ପିଲା ମାନେ ନିଜକୁ ସୁରକ୍ଷା ରଖିବା ପାଇଁ ଅଧିକ ମାତ୍ରାରେ ସବୁଜ ପନିପରିବା ଖାଆନ୍ତୁ ।

ବାହାରର କୌଣସି ଖାଦ୍ଯ ଖାଇବା ଉଚିତ ନୁହେ । କୋଶଳା ଶାଗ, ସଜନା ଶାଗ, କ୍ୟାପ୍ସିଗମ ଖାଇବା ଫଳରେ ଏଥିରେ ଥିବା ଭିଟାମିନ-ସି ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିବାରେ ସାହାଜ୍ଯ କରିଥାଏ । ସକାଳୁ ସୂର୍ଯ୍ୟ କିରଣରେ କିଛି ସମୟ ପାଇଁ ଠିଆ ହୁଅନ୍ତୁ ନଚେତ କ୍ଷୀର ଜାତୀୟ ଖାଦ୍ଯ ଖାଆନ୍ତୁ । ଏହା ଫଳରେ ଆମ ଶରୀରରେ ଇମ୍ୟୁନୀଟି ଶକ୍ତିର ବୃଦ୍ଧି ହୋଇଥାଏ । ଡାଇବେଟିସ ଥିବା ବ୍ୟକ୍ତି ସବୁଜ ପନି ପରିବା ଖାଇବା ସହ ମେଥି ପାଉଡରକୁ ପାଣିରେ ମିଶାଇ ପିଆନ୍ତୁ ।

ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତି ଲୁଣ ଜାତୀୟ ଖାଦ୍ଯରୂ ଦୂରେଇ ରୁହନ୍ତୁ । ବର୍ତ୍ତମାନ ସମୟ ଅତି ଶୋଚନୀୟ ହୋଇ ଥିବାରୁ ଏହି ରୋଗ ଥିବା ବ୍ୟକ୍ତି ମାନେ ସକାଳୁ ବ୍ୟାୟାମ, ଯୋଗ ଆଦି କରିବା ଉଚିତ । ସକାଳୁ ଯେତେ ସମ୍ଭବ ହାଲକା ଖାଇବା ଯେମିତି ଫଳ, ବିସ୍କେଟ ଆଦି ଖାଇବା ଉଚିତ । ଅଫିସରେ କାମ କରୁଥିବା ବ୍ୟକ୍ତି ଦିନ ସମୟରେ ଫଳ, ଦହି ସରବତ, ପଇଡ ପାଣି ଆଦି ନେଇ ପାରିବେ । ପ୍ରତିଦିନ ଖାଇବାରେ ସାଲାଟ ଆଡ କରନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ । ଧନ୍ୟବାଦ