Katrina ଓ Vicky ଙ୍କ ବିବାହର ପ୍ରଥମ ଭିଡିଓ ଆସିଲା ସାମ୍ନାକୁ, କିଛି ଏମିତି ଅନ୍ଦାଜରେ ହେଲା ବନ୍ଧୁ ମାନଙ୍କ ଗ୍ରାଣ୍ଡ Welcome, ଦେଖନ୍ତୁ Video

କ୍ଯାଟ୍ରିନା କେଫ ଓ ବିକି କୌଶଲଙ୍କ ବିବାହର ରୀତିନୀତି ଡିସେମ୍ବର ୭ରୁ ଆରମ୍ଭ ହୋଇ ସାରିଲାଣି । ବିବାହରା ଆୟୋଜନ ରାଜସ୍ଥାନର ସବାଇ ମାଧୋପୁରର ସିକ୍ସ ଫୋର୍ଟ ବରବାଡାରେ କରା ଯାଇଛି । ଦୁହେଁ ନିଜର ପରିବାର ସହ ଡିସେମ୍ବର ୬ରେ ସେଠାରେ ପହଞ୍ଚି ସାରିଛନ୍ତି । ଦୁହିଙ୍କର ମ୍ୟାରେକୁ ନେଇ ଫ୍ୟାନ୍ସ ମାନେ ଖୁସି ପ୍ରକାଶ କରିବା ସହ ଏହି ବିବାହର ସବୁ ରସମକୁ ଫ୍ୟାନ୍ସ ମାନେ ଦେଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏହି ଭିତରେ ୱେଡିଙ୍ଗ ମେନୁ ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଏହି ଭିଡିଓରେ ଅତିଥି ମାନଙ୍କର କିପରି ଭାବେ ସ୍ଵାଗତ କରା ଯାଉଛି ତାହା ନଜର ଆସୁଛି । ବିବାହ ପାଇଁ କିଲ୍ଲାକୁ ସୁନ୍ଦର ଭାବେ ସଜା ଯାଇଛି । ବିବାହରେ ଯୋଗ ଦେବାକୁ ଆସିଥିବା ଅତିଥିଙ୍କ ସ୍ଵାଗତ କରିବା ପାଇଁ ଝାଲେରୀକୁ ସୁନ୍ଦର ଭାବେ ସଜାଯାଇ ମୁଖ୍ୟ ଗେଟରେ ଲଗା ଯାଇଛି । କିଲାରେ ବାଣରେ ହେଭି ଲାଇଟ ଲଗା ଯାଇଛି । ଖାସ କଥା ହେଉଛି ଅତିଥିଙ୍କ ସ୍ଵାଗତ ପାଇଁ କିଛି ଲୋକ ମାନେ ଫିଲ୍ମ ଯୋଦ୍ଧା ଅକବରର ଗୀତ ଖ୍ଵାଜା ମେରେ ଖ୍ଵାଜା ଗାଉଛନ୍ତି ।

ଅତିଥିଙ୍କ ସ୍ଵାଗତର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ବିବାହରେ ମୋବାଇଲ ଫୋନ ବୟାନ କରାଯାଇ ଥିଲା । ତେବେ କିପରି ଏହି ଭିଡିଓ ଭାଇରାଲ ହେଲା ତାହା ପ୍ରଶ୍ନ ଉଠୁଛି । ଶୁକ୍ରବାର ଦିନ ବିକି ଓ କ୍ଯାଟ୍ରିନାଙ୍କ ବିବାହକୁ ନେଇ ସବାଇ ମୋଦ୍ଧାପୁରରେ ଜିଲ୍ଲା ଅଧିକାରୀ ରାଜେନ୍ଦ୍ର କିଶାନଙ୍କ ଅଧକ୍ଷତାରେ ବୈଠକ ହୋଇଥିଲା ।

 

View this post on Instagram

 

A post shared by Instant Bollywood (@instantbollywood)

ଏଥିରେ ବେଡିଙ୍ଗ ପ୍ଲାନର, ହୋଟେଲ ମାଲିକ, ପୋଲିସ ଅଧ୍ୟକ୍ଷକଙ୍କ ସହ ବଡ ଅଧିକାରୀ ଉପସ୍ଥିତି ଥିଲେ । କଲେକ୍ଟର ମିଡିଆକୁ ସୂଚନା ଦେଇଥିଲେ କି ବିଭା ଆୟୋଜନ ଡିସେମ୍ବ ୭ରୁ ୧୦ ଯାଏଁ ଚାଲିବ । ଏହି ବିବାହରେ ୧୨୦ ଜଣ ଲୋକ ଆସିବା ସହ କୋରୋନା ଗାଇଡ ଲାଇନ ଲାଗୁ ରହିବ ।

ଏହି ହୋଟେଲରେ ୪୮ଟି ରୁମ ଥିବା ବେଳେ ଗୋଟିଏ ଦିନର ଭଡା ହେଉଛି ୫୦ହଜାରରୁ ୭ ଲକ୍ଷ । ଦୁହିଙ୍କର ସ୍ପେଶାଲ ବିବାହ ସୁଟରେ ରହିବ ଯାହାର ଗୋଟିଏ ଦିନର କିରାୟା ହେଉଛି ୭ଲକ୍ଷ ଟଙ୍କା । ବିବାହରେ ଯୋଗ ଦେବାକୁ ଆସିଥିବା ଅତିଥିଙ୍କ ସୁରକ୍ଷା ପାଇଁ ଓ ଗାଡିର ଡ୍ରାଇଭରଙ୍କ ପାଇଁ ଆଖପାଖରେ ଥିବା ଧର୍ମଶାଳା ଓ ରୁମ ବୁକ କରା ଯାଇଛି ।

ବିକି କ୍ଯାଟ୍ରିନା ନିଜ ମ୍ୟାରେଜରେ କୌଣସି ରିସ୍କ ନ ନେଇ କଡା ସୁରକ୍ଷା ବ୍ୟବସ୍ଥା କରିଛନ୍ତି । ଏହି ବିଭାରେ ମିଡିଆ ମାନଙ୍କର ପ୍ରବେଶ ନିଷେଧ ହେବା ସହ ମୋବାଇଲ ଫୋନ ବ୍ୟାନ କରା ଯାଇଛି । ଦୁହେଁ ନିଜର ମ୍ୟାରେଜର ରସମକୁ ପ୍ରାଇଭେଟ ରଖିବା ପାଇଁ ସ୍ଥିର କରିଛନ୍ତି । ଡିସେମ୍ବର ୭ରେ ଦୁହିଙ୍କର ସଙ୍ଗୀତ ସେରିମନି ରଖା ଯାଇଥିଲା ।

ସଙ୍ଗୀତରେ ଦୁହେଁ ସିଂ ଇଜ କିଂ ର ଗୀତ ଟେରି ଓର ରେ ପରଫୋମ କରିଥିଲେ । ଡିସେମ୍ବର ୮ରେ ଦୁହିଙ୍କର ହଳଦୀ ରସମ ହେବ । ୯ରେ ଦ୍ଵିପହରରେ ସେହେରା ରସମ ହେବା ପରେ ରାତିରେ ବିବାହ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।