ନିଜ ଝିଅ Nysa ଙ୍କ ସହିତ ଏମିତି ବ୍ୟବହାର କରିଥାନ୍ତି Ajay Devgn, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ବାପା ତାର ଝିଅ ପାଇଁ ହିରୋ ବି ହେଇ ପାରେ ଓ ଭିଲେନ ମଧ୍ୟ ହେଇ ପାରେ, ଏହା ସେହି ବାପାଙ୍କ ଉପରେ ପୁରା ନିର୍ଭର କରିଥାଏ କି ସେ ନିଜ ଝିଅ ସହିତ କେଉଁପରି ଭାବେ ବ୍ୟବହାର କରୁଛନ୍ତି । ଆଜିର ଆଧୁନିକ ଯୁଗରେ ସମୟ ସହିତ ବହୁତ୍ କିଛି ବଦଳି ଗଲାଣି । ଏମିତିରେ ଆପଣ ନିଜ ଝିଅକୁ ପାଳି ପୋଷି ବଡ଼ କରିବାର ପ୍ରଣାଳି ଓ ଚିନ୍ତାଧାରା ବି ମଧ୍ୟ ବଦଳାଇବା ଦରକାର, ଆଜି ଆମେ ଆପଣଙ୍କୁ ବଲିଉଡ ଆକ୍ଟର ଅଜୟ ଦେବଗନଙ୍କ ଉଦାହରଣ ଦେଉଛୁ, ଅଜୟ ନିଜ ଝିଅ ନ୍ୟାସା ଦେବଗନଙ୍କୁ ବହୁତ ଭଲ ପାଆନ୍ତି । ଏମାନେ ପରସ୍ପର ର ବହୁତ ନିକଟତ୍ତର ଅଟନ୍ତି । ନିଜ ଝିଅକୁ ବଡ଼ କରିବାର ଶୈଳୀ ଅଜୟ ଦେବଗନଙ୍କର ବହୁତ ନିଆରା ଅଟେ । ଆପଣଙ୍କୁ ବି ଅଜୟଙ୍କ ଠାରୁ ପ୍ୟାରେଣ୍ଟିଙ୍ଗର କିଛି ଖାସ ଶିଖିବାର ଅଛି ।

୧. ପ୍ରୋଟେକ୍ସନ ଓ ସପୋର୍ଟ

ସବୁବାପା ନିଜ ଝିଅକୁ ନେଇ ପ୍ରୋଟେକ୍ଟିଭ ନିଶ୍ଚୟ ହୋଇଥାନ୍ତି । ଅଜୟ ଦେଭଗନଙ୍କର ମଧ୍ୟ ଏହି ଅବସ୍ଥା ଅଟେ, ଯେବେ ବି କେହି ନ୍ୟାସାଙ୍କୁ ଟ୍ରୋଲ କରି ମଜାକ ବନାଇଥାନ୍ତି ତେବେ ଅଜୟ ସାମ୍ନାକୁ ଆସି ତାଙ୍କୁ ଭଲରେ ଜବାବ ଦେଇଥାନ୍ତି, ସେ କେତେଥର ଲୋକଙ୍କୁ କ୍ଳୀୟର ମେସେଜ ଦେଇ ସାରିଛନ୍ତି ଝିଅ ଯାହା ଚାହିଁବ ତାହା କରିପାରିବ । ଯେମିତି ଇଛା ସେମିତି ଜୀବନ ବଞ୍ଚିବ ।

ଏଥିପାଇଁ ଅନ୍ୟ ଲୋକଙ୍କୁ ଏହି ବିଷୟରେ ନିଜର ମୁଣ୍ଡ ପୁରେଇବା ଆବଶ୍ୟକ ନାହିଁ, ଯେବେ ଗୋଟେ ବାପା ତା ପିଲାକୁ ନେଇ ପ୍ରୋଟେକ୍ଟିଭ ହେବେ ଓ ତାଙ୍କର ସବୁ ସ୍ଥିତିରେ ସପୋର୍ଟ କରିବେ ତେବେ ସେ ବହୁତ କନଫିଡେଣ୍ଟ ଅନୁଭବ କରିବେ ।

୨. କ୍ୟାରିୟର ଚୟସ ଉପରେ ପ୍ରେସର ପକାନ୍ତୁ ନାହିଁ

ନ୍ୟାସା ବଡ଼ ହେଇ କଣ ହେବାକୁ ଚାହୁଁଛନ୍ତି ଓ କେଉଁ ପ୍ରକାରର ଜବ କରିବାକୁ ଚାହୁଁଛନ୍ତି ଏହି ବିଚାର ଅଜୟ ନିଜ ଝିଅ ଉପରେ ଛାଡ଼ି ଦେଇଛନ୍ତି, ଅଜୟ ଗୋଟେ ଥର ଏହି କଥା ବିଷୟରେ ଏକ ଇଣ୍ଟରଭିଉ ରେ କରିଥିଲେ କି ମାଆ ବାପାଙ୍କୁ ନିଜର ଚୟେସ ତାଙ୍କ ପିଲାଙ୍କ ଉପରେ ରଖିବା କଥା ନୁହେଁ, ଏମିତି କରିବା ଦ୍ଵାରା ସେ ମାନସିକ ପ୍ରେସରରେ ଥାଆନ୍ତି ଓ କେବେ କେବେ ଡିପ୍ରେଶନକୁ ମଧ୍ୟ ଚାଲି ଯାଇଥାନ୍ତି ।

୩. ସାଙ୍ଗ ହୁଅନ୍ତୁ

ଆପଣଙ୍କୁ ନିଜ ଝିଅ ସହିତ ଗୋଟେ ରାଗି ବାପା ବଦଳରେ ଫ୍ରେଣ୍ଡଲି ସାଙ୍ଗ ହୋଇ କି ରହିବା ଦରକାର, ଏହା ଦ୍ଵାରା ଝିଅ ନିଜ ବାପାଙ୍କୁ କିଛି ଲୁଚାଇ ନଥାନ୍ତି ଓ ସବୁକଥା ଏବଂ ଅସୁବିଧା ଖୋଲି କି ସେୟାର କରିଥାନ୍ତି । ଏହା ଦ୍ଵାରା ସେ ଆପଣଙ୍କ କଥା ମଧ୍ୟ ଚୁପଚାପରେ ଶୁଣି ବି ଥାଆନ୍ତି । ଅଜୟଙ୍କର ନିଜ ଝିଅ ନ୍ୟାସା ସହ ସାଙ୍ଗ ଭଳି ସମ୍ପର୍କ ରହିଛି ।

୪. ପର୍ଯ୍ୟାପ୍ତ ସମୟ ବିତାଇବା


ଅଜୟ ସେମିତିରେ ବହୁତ ବ୍ୟସ୍ତ ରହୁଥିବା ଅଭିନେତା ଅଟନ୍ତି କିନ୍ତୁ ଏହା ପରେ ବି ସେ ତାଙ୍କ ଝିଅ ସହିତ ସମୟ ବିତେଇବା ପାଇଁ ସମୟ ବାହାର କରିଥାନ୍ତି, ନ୍ୟାସା ସିଙ୍ଗାପୁରରେ ପଢ଼ାପଢ଼ି କରୁଛନ୍ତି ଏମିତିରେ ତାଙ୍କୁ ଏକୁଟିଆ ଅନୁଭବ ନ ହେଉ ବୋଲି ଅଜୟ ସୁଟିଙ୍ଗ ସରିବା ପରେ ସିଧା ସିଙ୍ଗାପୁରକୁ ଫ୍ଲାଇଟ ଧରି ନିଅନ୍ତି, ଅଜୟଙ୍କ ଭଳି ଆମକୁ ମଧ୍ୟ ପର୍ଯ୍ୟାପ୍ତ ସମୟ ନିଜ ପିଲାଙ୍କ ସହିତ କଟାଇବା କଥା ।

୫. ମନ ପସନ୍ଦର କପଡା ପିନ୍ଧିବା ପାଇଁ ସ୍ଵାଧୀନତା

ଭାରତୀୟ ସମାଜରେ ଲୋକଙ୍କ ଚିନ୍ତାଧାରା ଝିଅମାନଙ୍କ କପଡା ଠୁ ମଧ୍ୟ ଛୋଟ ହୋଇଥାଏ, ଏବେ ଯୁଗ ବଦଳି ଗଲାଣି । ସବୁ ପିଲା ଆଧୁନିକ ଜୀବନ ବଞ୍ଚିବା ପାଇଁ ଚାହୁଁଛନ୍ତି । ଏମିତିରେ ତାଙ୍କୁ ତାଙ୍କ ପସନ୍ଦର କପଡା ପିନ୍ଧିବାର ସ୍ଵାଧୀନତା ହେବା ଦରକାର । ଯଦି ତାଙ୍କୁ ସବୁ କଥାରେ ଅଟକା ଯାଏ ତେବେ ତାଙ୍କର କନ୍ଫିଡେନ୍ସ ଲେଭଲ କମ ହୋଇପାରେ, ଏହି କାରଣ ପାଇଁ କେବେ ବି ଅଜୟ ନ୍ୟାସାଙ୍କ କପଡା ପିନ୍ଧିବା ଚୟସ ଉପରେ ତାଙ୍କୁ ମନା କରି ନାହାନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।