ଏହା ହେଉଛି Bollywood ର 4 ଟି ବେଷ୍ଟ ନଣନ୍ଦ – ଭାଉଜ ଯୋଡି, ନିଜ ଭଉଣୀଙ୍କ ଠାରୁ ବି ଅଧିକ ଭଲ ପାଆନ୍ତି ଏମାନେ ପରସ୍ପରକୁ

କୁହାଯାଏ କି ଗୋଟେ ଝିଅର ବାହାଘର ଯେତେବେଳେ ହୋଇଯାଏ ତେବେ ତାଙ୍କ ସହିତ ଅନେକ ନୁଆ ସମ୍ପର୍କ ଯୋଡ଼ି ହୋଇଯାଏ । ଭାଉଜ ଓ ନଣନ୍ଦର ସମ୍ପର୍କ ଏହି ସବୁ ସମ୍ପର୍କ ମଧ୍ୟରେ ବହୁତ ଖାସ ହୋଇଥାଏ । କହିବାକୁ ଗଲେ ଏହି ସମ୍ପର୍କ ବହୁତ ଖଟା ମିଠା ହୋଇଥାଏ । ଯେଉଁ ଭଲ ପାଇବା ନଣନ୍ଦ ଓ ଭାଉଜର ସମ୍ପର୍କରେ ଦେଖାଯାଇଥାଏ ଏହା ଅନ୍ୟ କୌଣସି ସମ୍ପର୍କରେ ଦେଖିବାକୁ ମିଳି ନଥାଏ । ଯେଉଁ ପ୍ରକାରରେ ମାମୁଲି ଲୋକଙ୍କ ଜୀବନରେ ଏହି ସମ୍ପର୍କର ମହତ୍ୱ ରହିଥାଏ ।

ସେହିପରି ବଲିଉଡ କଳାକାର ମାନେ ମଧ୍ୟ ଏହି ସମ୍ପର୍କକୁ ସଜାଡି କି ରଖିଥାନ୍ତି । ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ ବଲିଉଡର କିଛି ଏମିତି ନଣନ୍ଦ ଓ ଭାଉଜଙ୍କ ଯୋଡିମାନଙ୍କ ସହ ମିଳେଇବାକୁ ଯାଉଛୁ ଯାହା ଆପଣ ପ୍ରଥମେ କେବେ ଦେଖି ନଥିବେ ।

୧.ଏଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ସ୍ଵେତା ନନ୍ଦା

ବଲିଉଡର ଦ୍ଵିତୀୟ ସବୁଠୁ ଚର୍ଚ୍ଚିତ ନଣନ୍ଦ ଓ ଭାଉଜଙ୍କ ଯୋଡି ଏଶ୍ୱର୍ଯ୍ୟା ରାୟ ଓ ସ୍ଵେତା । ଦୁହେଁ ବହୁତ ଥର ବଡ଼ ବଡ଼ ଇଭେଣ୍ଟ ଓ ବାହାଘରରେ ଏକା ସହ ଦେଖା ଯାଆନ୍ତି । ସ୍ଵେତା ନନ୍ଦା ‘କଫି ୱିଥ କରନ ‘ ସୋରେ ମଧ୍ୟ କହିଥିଲେ କି ସେ ଏଶ୍ୱର୍ଯ୍ୟା ରାୟଙ୍କୁ ବହୁତ୍ ଭଲ ପାଆନ୍ତି ଓ ସେ ଖୁସି ମଧ୍ୟ ବହୁତ୍ ଅଛନ୍ତି କାହିଁକି ନା ଅଭିଷେକ ଓ ଏଶ୍ୱର୍ଯ୍ୟା ଏକା ସହ ଅଛନ୍ତି ।

୨. ରାଣୀ ମୁଖାର୍ଜୀ ଓ ଜ୍ୟୋତି ମୁଖାର୍ଜୀ

ବଲିଉଡର ସୁନ୍ଦରୀ ଅଭିନେତ୍ରୀ ରାଣୀ ମୁଖାର୍ଜୀ ନିଜ ଭାଉଜ ଜ୍ୟୋତି ମୁଖାର୍ଜୀଙ୍କର ବହୁତ ନିକଟତ୍ତର ଅଟନ୍ତି । ତାଙ୍କ ଭାଇ କେବେ ବି ନିଜ ପରିବାରର କିଛି ଦାୟିତ୍ବ ଗଭୀରତା ସହ କେବେ ନେଇ ନାହାନ୍ତି । ସେଥିପାଇଁ ରାଣୀ ନିଜର ଭାଉଜ ଓ ତାଙ୍କ ପିଲାଙ୍କ ଦାୟିତ୍ବ ଉଠେଇ ଥିଲେ । ରାଣୀ ମୁଖାର୍ଜୀ ଓ ତାଙ୍କର ନଣନ୍ଦ ଜ୍ୟୋତି ମୁଖାର୍ଜୀଙ୍କ ମଧ୍ୟରେ ଭଲ ସମ୍ପର୍କ ଦେଖିବାକୁ ମିଳେ ।

୩. କରିନା କପୁର ଖାନ ଶୋହା ଅଲି ଖାନ

ଏହି ଲିଷ୍ଟରେ ସର୍ବ ପ୍ରଥମେ ଏହି ଯୋଡି ଅଛନ୍ତି କାହିଁକି ନା ଏହି ଦୁଇ ଜଣଙ୍କ ମଧ୍ୟରେ ନିଜ ଭଉଣୀ ଭଳି ସମ୍ପର୍କ ଅଛି । କରିନା ଓ ସୋହାଙ୍କ ଏହି ଯୋଡି ସବୁବେଳେ ଏକା ସହିତ ଥିବାର ଦେଖା ଯାଇଥାନ୍ତି । ସବୁବେଳେ ଏକାସହ ଦୁହେଁ ହଲିଡେଜରେ ବୁଲିବାର ଦେଖା ଯାଆନ୍ତି । ଦୁହେଁ ଦୁହିଁଙ୍କୁ ବହୁତ୍ ଭଲ ପାଆନ୍ତି । ଯାହା ସୋସିଆଲ ମିଡିଆରେ ଦେଖା ଯାଇଛି ।

୪. ସୋନାକ୍ଷି ସିହ୍ନା ଓ ତରୁଣା ଅଗ୍ରୱାଲ

ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ଓ ଚର୍ଚିତ ଅଭିନେତ୍ରୀ ସୋନାକ୍ଷି ସିହ୍ନାଙ୍କ ବିଷୟରେ ସବୁଲୋକ ଜାଣିଛନ୍ତି ଓ ତାଙ୍କ ଭାଉଜଙ୍କ ନାମ ତରୁଣା ଅଗ୍ରୱାଲ । ବହୁତ୍ କମ୍ ଲୋକ ଜାଣିଥିବେ କି ତରୁଣା ୨୦୧୫ ରେ ବିବାହ କରିଥିଲେ । ଏହି ନଣନ୍ଦ ଓ ଭାଉଜଙ୍କର ନିଜ ଭିତରେ ବହୁତ ଭଲ ପାଇବା ଅଛି । ତରୁଣା ମଧ୍ୟ ତାଙ୍କୁ ନିଜ ଛୋଟ ଭଉଣୀ ଭଳି ଭଲ ପାଆନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।