2021 ରେ କେଉଁ Bollywood ଫିଲ୍ମ ବକ୍ସ ଅଫିସରେ ହେବା ନଂ ୧, ଏହି 4ଙ୍କ ଭିତରେ ହେବ କଡା ଟକ୍କର

୨୦୨୧ ମସିହାରେ ଏକ ଠୁ ବଳି ଏକ ଭଲ ଫିଲ୍ମ ରିଲିଜ୍ ହେବାକୁ ଯାଉଛି । ସେଥି ମଧ୍ୟରୁ ୪ଟି ଏପରି ଫିଲ୍ମ ଅଛି ଯାହା ପାଇଁ ଦର୍ଶକ ସବୁଠୁ ବେଶୀ ଉତ୍ସୁକ ଅଛନ୍ତି । ତେବେ ପ୍ରଶ୍ନ ଉଠୁଛି କି ସେହି ୪ଟି ଫିଲ୍ମ ମଧ୍ୟରୁ କେଉଁ ଫିଲ୍ମ ବକ୍ସ ଅଫିସରେ ସବୁଠୁ ବେଶୀ କମାଲ କରିବ ବା ନଂ-୧ ହେବ । ଯଦିଓ ଏହି ସବୁ ଫିଲ୍ମ ଗୁଡ଼ିକ ଅଲଗା ଅଲଗା ରିଲିଜ୍ ହେବ । କିନ୍ତୁ ରୋଜଗାର ମାମଲାରେ ଦର୍ଶକଙ୍କ ନଜର ଏହି ଫିଲ୍ମ ଗୁଡ଼ିକ ଉପରେ ରହିବ । କେଉଁ ଫିଲ୍ମ ୧୦୦ କୋଟିରେ ପ୍ରଥମେ ପହଞ୍ଚିବ ବା ୫୦୦ କୋଟି କମାଉଥିବା କେଉଁଟି ପ୍ରଥମ ଫିଲ୍ମ୍ ହେବ ଏହା ଦେଖିବାକୁ ସମସ୍ତେ ଅନାଇ ବସିବେ ।

କେ.ଜି.ଏଫ୍-୨

୨୦୨୧ ମସିହାର ସବୁଠୁ ଚାହିଦା ଫିଲ୍ମ ହେଉଛି କେ.ଜି.ଏଫ୍-୨ । ବାହୁବଳୀ ସମୟରେ ଯେପରି ଦର୍ଶକଙ୍କ ମନରେ ଉତ୍ସୁକତା ଥିଲା ଏହି ଫିଲ୍ମକୁ ନେଇ ଠିକ୍ ସେପରି କ୍ରେଜ୍ ରହିଛି । ଏହା ସାଉଥ୍ ର ଫିଲ୍ମ ହେଲେ ମଧ୍ୟ ଏହାର ଲୋକପ୍ରିୟତା ସାଉଥ୍ ରୁ ନେଇ ନର୍ଥ ଯାଏ ରହିଛି । ହିନ୍ଦୀ ଦର୍ଶକ ମଧ୍ୟ କେ.ଜି.ଏଫ୍-୧ ପରେ କେ.ଜି.ଏଫ୍-୨ ର ପ୍ରତୀକ୍ଷାରେ ଅଛନ୍ତି । ଖାସ୍ କଥା ହେଉଛି ଏହି ଫିଲ୍ମର ଦ୍ଵିତୀୟ ଭାଗରେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ମଧ୍ୟ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି । ସେଥିରୁ ସ୍ପଷ୍ଟ ହେଉଛି ୟଶ୍ ଓ ସଞ୍ଜୁଙ୍କୁ ଏକା ସାଥିରେ ସ୍କ୍ରୀନରେ ଟକ୍କର ଦେଉଥିବା ଦେଖିବା ଦର୍ଶକଙ୍କ ପାଇଁ ଖୁବ୍ ମଜାଦାୟକ ହେବ ।

ପଠାନ୍

ପଠାନ୍ ହେଉଛି ଶାହରୁଖ ଖାଁ ଙ୍କ କମ୍ ବ୍ୟାକ୍ ଫିଲ୍ମ । ଯାହା ୟଶରାଜ୍ ଫିଲ୍ମ ପରି ବଡ଼ ବ୍ୟାନର୍ ରେ ବନୁଛି । ଏହି ଫିଲ୍ମରେ ଶାହରୁଖଙ୍କ ବିପରୀତରେ ଅଭିନୟ କରୁଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ ଓ ଅଭିନେତା ଜନ୍ ଇବ୍ରାହିମ୍ ଖଳନାୟକ ଅଛନ୍ତି । ଏହି ଫିଲ୍ମରେ ଶାହରୁଖ ବହୁତ ଗୁଡ଼ିଏ ଆକ୍ସନ କରୁଥିବାର ଦେଖା ଯିବେ । ଖାସ୍ କଥା ହେଉଛି ଏହି ଫିଲ୍ମରେ ସଲମାନ୍ ଖାଁ ମଧ୍ୟ କ୍ୟାମିଓ କରିଛନ୍ତି । ଫିଲ୍ମଟି ବ୍ଲକ୍ ବଷ୍ଟର ହେବା ପରି ସବୁ ବିଷୟ ଏଥିରେ ରହିଛି ।

ରାଧେ

ସଲମାନ୍ ଖାଁ ଓ ଇଦ୍ ପର୍ବ ର ଯୋଡ଼ି ନିଆରା । ୨୦୨୧ ଇଦ୍ ରେ ସେ ରାଧେ ରିଲିଜ୍ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ପୋଲିସ ଭୂମିକାରେ ସଲମାନ୍ ଙ୍କ ସ୍ୱାଗ୍, ପ୍ରଭୁଦେବା ଙ୍କ ନିର୍ଦ୍ଦେଶନା ଏହି ଫିଲ୍ମକୁ ନିଶ୍ଚୟ ବ୍ଲକ୍ ବଷ୍ଟର କରିବ ।

ସୂର୍ଯ୍ୟବଂଶୀ

ଅକ୍ଷୟ କୁମାରଙ୍କ ପ୍ରସଂଶକଙ୍କୁ କେବେ ଠୁ ଏହି ଫିଲ୍ମର ପ୍ରତୀକ୍ଷା ରହିଛି । କରୋନା ନ ହୋଇଥିଲେ ଏହି ଫିଲ୍ମ ବକ୍ସ ଅଫିସରେ ଧମାକା କରି ସାରନ୍ତାଣି । ଏବେ ଏହା ୨୦୨୧ରେ ରିଲିଜ୍ ହେବ । ଯେଉଁଥିରେ ଅକ୍ଷୟ କୁମାର ପୋଲିସ ଅଫିସର୍ ଭୂମିକାରେ ଅଭିନୟ କରିଛନ୍ତି । ଏଥିରେ ସେ ଖୁବ୍ ସାରା ଆକ୍ସନ କରିବେ ଓ ଫିଲ୍ମରେ ରୋହିତ ସେଟ୍ଟି ନିର୍ଦ୍ଦେଶନା ଦେଇଛନ୍ତି । ରିଲିଜ୍ ହେଉ ହେଉ ଏହି ଫିଲ୍ମ୍ ହାଉସଫୁଲ୍ ନିଶ୍ଚୟ ହେବ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।