ପ୍ରେମରେ ଅନ୍ଧ ହେଇଛନ୍ତି ଭାରତୀୟ ଟିମର ଏହି ୪ ଜଣ ଖେଳାଳି, ବିବାହିତ ମହିଳାମାନଙ୍କ ସହ କରି ବସିଲେ ପ୍ରେମ!

ଭାରତୀୟ କ୍ରିକେଟ ଟିମ ବିଶ୍ଵର ସବୁଠୁ ଚର୍ଚିତ କ୍ରିକେଟ ଟିମ ମଧ୍ୟରୁ ଗୋଟିଏ ଅଟେ । ଯିଏ ସର୍ବଦା ନିଜର କିଛି ନା କିଛି କାରଣ ଦ୍ଵାରା ଚର୍ଚାରେ ରହିଥାଏ । କହିବାକୁ ଗଲେ ଭାରତୀୟ କ୍ରିକେଟ ଖେଳାଳି ବି ସର୍ବଦା ନିଜର ଖେଳ କିମ୍ବା ନିଜର ପର୍ସନାଲ ଲାଇଫ କାରଣରୁ ପୁରା ଦୁନିଆର ମିଡିଆରେ ଥାଆନ୍ତି । କିନ୍ତୁ ଆଜି ଆମେ ଏହି ପୋସ୍ଟରେ ଆପଣଙ୍କୁ କହିବାକୁ ଯାଉଛୁ କି କିଛି ଏମିତି ଭାରତୀୟ ବ୍ୟାଟ୍ସମ୍ୟାନ ଓ ଦ୍ରୁତଗାମୀ ବୋଲରମାନଙ୍କ ବିଷୟରେ ଯେଉଁମାନେ ବିବାହିତ ମହିଳାମାନଙ୍କୁ ହିଁ ନିଜର ହୃଦୟ ଦେଇ ବସିଲେ । ତେବେ ଆସନ୍ତୁ ଜାଣିବା ତାଙ୍କର ନାମ-

୧. ଅନିଲ କୁମ୍ବଲେ

ଅନିଲ କୁମ୍ବଲେ ଭାରତୀୟ କ୍ରିକେଟ ଟିମର ପୂର୍ବତମ ସ୍ପିନର ଅଟନ୍ତି । ତାଙ୍କର ପ୍ରେମ ଜୀବନ ବିଷୟରେ କହିବା ତ ସେ ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରିଥିଲେ । ଅନିଲ କୁମ୍ବଲେ ଚେତନାଙ୍କ ସହ ବିବାହ କରିଥିଲେ ଓ ଚେତନା ଜଣେ ବିବାହିତା ମହିଳା ଥିଲେ । ବର୍ତ୍ତମାନ ଦୁଇ ଜଣଙ୍କ ପ୍ରେମ ଜୀବନ ଠିକ ଚାଲିଛି ଓ ଏମାନେ ପରସ୍ପରକୁ ବହୁତ ହିଁ ପ୍ରେମ କରନ୍ତି ।

୨. ଭେଙ୍କଟେଶ ପ୍ରସାଦ

ଭେଙ୍କଟେଶ ପ୍ରସାଦ ବି ଭାରତୀୟ କ୍ରିକେଟର ରହି ସାରିଛନ୍ତି । ଯିଏ ଭାରତୀୟ କ୍ରିକେଟ ଟିମ ପାଇଁ ବହୁତ ଭଲ ପ୍ରଦର୍ଶନ ବି କରିଛନ୍ତି । ତାଙ୍କର ବିବାହ ଜୟନ୍ତୀ ସହ ହୋଇଥିଲା ଯିଏକି ବୟସରେ ତାଙ୍କ ଠାରୁ ୯ ବର୍ଷ ବଡ ଥିଲେ । ଆପଣଙ୍କୁ କହିଦେଉଛୁ କି ଅନିଲ କୁମ୍ବଲେ ହିଁ ଭେଙ୍କଟେଶ ଓ ଜୟନ୍ତୀଙ୍କ ସାକ୍ଷାତ କରାଇଥିଲେ । ପୂର୍ବରୁ ଜୟନ୍ତୀଙ୍କ ବିବାହ ଅନ୍ୟ ଏକ ବ୍ୟକ୍ତି ସହ ହୋଇ ସାରିଥିଲା ।

୩. ମୁରଲୀ ବିଜୟ

ମୁରଲୀ ବିଜୟଙ୍କ ପ୍ରେମ କାହାଣୀ ବିଷୟରେ ସମସ୍ତେ ଭଲ ଭବାରେ ଜାଣିଛନ୍ତି । ସେ ଭାରତୀୟ କ୍ରିକେଟ ଟିମର ୱିକେଟକିପର ଓ ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକଙ୍କ ପତ୍ନୀ ନିକିତାଙ୍କ ସହ ବିବାହ କରିଛନ୍ତି । ଯେତେବେଳେ ଦିନେଶ କାର୍ତ୍ତିକଙ୍କୁ ଜଣା ପଡିଲା କି ନିକିତାଙ୍କର ମୂରଲୀଙ୍କ ସହ ଅଫେୟାର ଚାଲିଛି ତେବେ ଦିନେଶ କାର୍ତ୍ତିକ ନିକିତାଙ୍କୁ ଡିଭୋର୍ସ ଦେଇ ଦେଲେ ଓ ଯାହା ପରେ ନିକିତା ମୂରଲୀ ବିଜୟଙ୍କ ସହ ବିବାହ କରିନେଲେ ।

୪. ଶିଖର ଧବନ

ଭାରତୀୟ କ୍ରିକେଟ ଟିମର ଓପନର ଶିଖର ଧବନ ବି ଜଣେ ବିବାହିତା ମହିଳାଙ୍କୁ ବିବାହ କରିଛନ୍ତି । କହିଦେଉଛୁ କି ତାଙ୍କର ପତ୍ନୀ ଆୟଶା ମୁଖର୍ଜୀ ପୂର୍ବରୁ ହିଁ ବିବାହିତ ଓ ଦୁଇଟି ପିଲାର ମା’ ଥିଲେ । କିନ୍ତୁ ଏହା ସତ୍ତ୍ୱେ ବି ଶିଖର ଧବନ ତାଙ୍କ ସହ ବିବାହ କରିଲେ ଓ ଆଜି ଦୁଇ ଜଣ ପରସ୍ପର ସହିତ ବହୁତ ଖୁସିରେ ଅଛନ୍ତି ।