ଏବେ ଆକାଶ ପଥ ଦେଇ ଆତଙ୍କିଙ୍କ ପାଖକୁ ଆସୁଛି ହଥିୟାର, ଡ୍ରୋନ ଖୋଲିଲା ବେଶର୍ମ ପାକର ରହସ୍ୟ

ଆପଣମାନେ ଯଦି ପାକିସ୍ତାନର ଷଡଯନ୍ତ୍ର ବିଷୟରେ ଶୁଣିବେ ତେବେ ଆଚମ୍ବିତ ହୋଇଯିବେ । କହିବାକୁ ଗଲେ ଏହି କଥାର ପ୍ରମାଣ ପୁଣି ଥରେ ପାକ ନିଜର କାମ ଦ୍ଵାରା ଦେଇଛି । ଆତଙ୍କିର ଦେଶ ପାକିସ୍ତାନ ବର୍ତ୍ତମାନ ସୀମାରୁ ଆତଙ୍କିକୁ ସାହାର୍ଯ୍ୟ କରିବା ନିମନ୍ତେ ଗୋଲାବାରୁଦ ପଠାଇବା ପାଇଁ ଆକାଶ ପଥର ବ୍ୟବହାର କରୁଛି । କହିବାକୁ ଗଲେ ବର୍ତ୍ତମାନ ହିଁ ପାକିସ୍ତାନ ତରଫରୁ ପଠାଯାଇଥିବା ଏକ ଡ୍ରୋନକୁ କଠୁଆର ପାନସର ଅଞ୍ଚଳରେ ଧରା ଯାଇଛି । ସୀମା ସୁରକ୍ଷାବଳଙ୍କ ହାତରେ ଲାଗିଥିବା ଏହି ଡ୍ରୋନରେ ବହୁତ ପରିମାଣରେ ହଥିୟାର ଧରା ହୋଇଛି ।

ମିଳିଛି ଇମ୍ପୋଟେର୍ଡ ହଥିୟାର

ମିଳିଥିବା ଡ୍ରୋନରେ ଆମେରିକା କାର୍ବାଇନ ରାଇଫଲ ଓ ଗ୍ରେନେଡ ମିଳଛି । ୟୁଏସ ଦ୍ଵାରା ନିର୍ମିତ ଏମ୪ କାର୍ବାଇନ ସେହି ହଥିୟାର ଅଟେ ଯେଉଁଥିରେ ନାଟୋ ଫୋର୍ସେଜ ତାଲିବାନରେ ଅପରେସନ କରିଥିଲା । ଏହି ହଥିୟାର କୌଣସି ବଡ ଆତଙ୍କି ଷଡଯନ୍ତ୍ର ଆଡକୁ ସଂକେତ କରୁଛି । କାରଣ ମରିଥିବା ଆତଙ୍କି ମାନଙ୍କ ପାଖରୁ ପୂର୍ବରୁ ବି ଏହିଭଳି ହଥିୟାର ମିଳି ସାରିଛି ।

ଆଶଙ୍କା ଆହୁରି ବି ଗଭୀର ସେତେବେଳେ ହୋଇ ଯାଉଛି ଯେତେବେଳେ ଡ୍ରୋନରେ କେବଳ ଏମ ୪ କାର୍ବାଇନ ନୁହେଁ ଅଥବା ଶସ୍ତା ଗ୍ରେନେଡ ବି ମିଳିଛି । ବର୍ତ୍ତମାନ ବିଏସଏଫ ଏହାକୁ ନିଜ କବ୍ଜାରେ ନେଇ ଏହାର ଜିପିଏସକୁ ଟ୍ୟାଗ କରିବା ପାଇଁ ଚେଷ୍ଟା କରୁଛି । ଏହା ଦ୍ଵାରା ଜଣା ପଡିବ କି ହଥିୟାର କେଉଁ ସ୍ଥାନକୁ ପଠା ଯାଉଛି ।