ସଲମାନ ଖାନଙ୍କର ଗୋଟିଏ ଦିନ ଖାଇବାରେ ହୋଇଥାଏ ଏତେ ଟଙ୍କା ଖର୍ଚ୍ଚ, ଜାଣିଲେ ଉଡିଯିବ ହୋସ !

ବଲୀଉଡର ଦବଙ୍ଗ ଖାନ ସଲମାନ ଖାନ ୫୩ ବର୍ଷର ହୋଇ ଯାଇଛନ୍ତି । ଏହା ସତ୍ତ୍ୱେ ବି ସେ ଏକଦମ ଫିଟ ଓ ଯୁବକ ଦେଖା ଯାଆନ୍ତି । ଆପଣଙ୍କୁ କହିଦେଉଛୁ କି ଏହି ବୟସରେ ନିଜକୁ ଫିଟ ଓ ଯୁବକ ରଖିବା ସହଜ କଥା ନୁହେଁ । ଏଥିପାଇଁ ବହୁତ ପରିଶ୍ରମ କରିବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ସଲମାନ ଖାନ ନିଜକୁ ଫିଟ ରଖିବା ପାଇଁ ଗୋଟିଏ ଦିନରେ କଣ କଣ ଖାଇଥାନ୍ତି ଓ ତାଙ୍କର ଗୋଟିଏ ଦିନ ଖାଇବାରେ କେତେ ଟଙ୍କା ଖର୍ଚ ହୋଇଥାଏ ।

ଆପଣଙ୍କୁ କହିଦେଉଛୁ କି ସଲମାନ ଖାନ ସକାଳୁ ସକାଳୁ ଲେମନ ହନୀ ୱାଟର ଏକ ଗ୍ଳାସ ପିଇବାକୁ ପସନ୍ଦ କରନ୍ତି । ଏହା ପରେ କିଛି ସମୟ ପରେ ସେ ପ୍ରୋଟିନ ଦ୍ଵାରା ଭରପୁର ୫ଟି ଅଣ୍ଡା ଖାଆନ୍ତି । କେବେ ସିଝା ତ କେବେ ଆମଲେଟ ରୂପରେ । ଏହା ଛଡା ସେ ସପ୍ତାହର ତିନି ରୁ ଚାରି ଦିନ ସକାଳେ କେବଳ ଫଳ ହିଁ ଖାଆନ୍ତି ।

ସଲମାନ ଖାନଙ୍କୁ ମସାଲେଦାର ଭାରତୀୟ ଖାଦ୍ୟ ଓ ଇଟାଲିୟନ ଖାଦ୍ୟ ବି ବହୁତ ପସନ୍ଦ ଅଟେ । ଏହା ଛଡା ତାଙ୍କୁ ସାଉଥ ଇଣ୍ଡିଆନ ଖାଦ୍ୟ ବି ଭଲ ଲାଗେ । ସେଥିପାଇଁ ସେ ସବୁଦିନ ଗୋଟିଏ ସାଉଥ ଇଣ୍ଡିଆନ ଖାଦ୍ୟ ନିଶ୍ଚିତ ଖାଆନ୍ତି । ଦ୍ଵିପହର ଖାଦ୍ୟରେ ସେ ଗ୍ରୀଲ ଫିଶ ଓ ସାଲାଡ ଖାଆନ୍ତି । ଏତିକି ନୁହେଁ ଏହା ଛଡା ସଲମାନ ରାତିରେ ଚିକେନ ଖାଇବାକୁ ବି ଭଲ ପାଆନ୍ତି ।

ଆପଣଙ୍କୁ କହିଦେଉଛୁ କି ସଲମାନ ନିଜକୁ ଫିଟ ରଖିବା ପାଇଁ ଜିମରେ ବି ବହୁତ ପରିଶ୍ରମ କରନ୍ତି । ସେଥିପାଇଁ ସେ ୱର୍କଆଉଟ ପୂର୍ବରୁ ୨ଟି ଅଣ୍ଡାର କେବଳ ଧଳା ଅଂଶ, ଏମିନୋ ଏସିଡ ଟ୍ୟାବଲେଟ ଓ ପ୍ରୋଟୀନ ଶେକ ପିଅନ୍ତି । ଏହା ପରେ ୱର୍କଆଉଟ ପରେ ସେ ବାଦାମ, ଓଟ୍ସ, ତିନୋଟି ଅଣ୍ଡାର କେବଳ ଧଳା ଅଂଶ, ପ୍ରୋଟିନ ବାର ନିଅନ୍ତି ।

ଏହା ଛଡା ଆପଣଙ୍କୁ କହିଦେଉଛୁ କି ସଲମାନ ଖାନଙ୍କୁ ବିରିୟାନୀ ବହୁତ ପସନ୍ଦ ଅଟେ । ସେ ଫିଲ୍ମ ସେଟ ରେ ପ୍ରାୟତଃ ବିରିୟାନୀ ଖାଆନ୍ତି । ସଲମାନ ଖାନଙ୍କ ଗୋଟିଏ ଦିନର ଖାଇବାର ଖର୍ଚ୍ଚ ଦେଖିଲେ ସମୁଦାୟ ୮୦୦୦ ଟଙ୍କା ପଡିଥାଏ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।