ଏମାନେ ହେଲେ Sunny Deol ଙ୍କ 2 ଜଣ ବଡ ଭଉଣୀ, ୬୦ ବର୍ଷ ପରେ ଆଜି ଏମତି ବିତାଉଛନ୍ତି ଜୀବନ

୮୪ ବର୍ଷୀୟ ଧର୍ମେନ୍ଦ୍ର ଏବେ ପର୍ଯ୍ୟନ୍ତ ବଲିଉଡ୍ ଇଣ୍ଡଷ୍ଟ୍ରିରେ ୬୦ ବର୍ଷରୁ ମଧ୍ୟ ଅଧିକ ସମୟ ବିତାଇ ସାରିଲେଣି । ଧର୍ମେନ୍ଦ୍ର ୧୯୬୦ ମସିହାରେ ଫିଲ୍ମ ଦିଲ୍ ଭି ତେରା ହମ୍ ଭି ତେରେ ରୁ ବଲିଉଡ୍ ରେ ପାଦ ଦେଇଥିଲେ ।

ଏବେ ପର୍ଯ୍ୟନ୍ତ ତାଙ୍କର ତିନୋଟି ପିଢ଼ି ଫିଲ୍ମ ଦୁନିଆରେ ପାଦ ଦେଇ ସାରିଲେଣି । ତାଙ୍କ ପୁଅ ସନି ଦେଓଲ ଓ ବବି ଦେଓଲଙ୍କୁ ତ ସମସ୍ତେ ଜାଣିଛନ୍ତି, ତେବେ ଆଜି ଆମେ ତାଙ୍କର ଦୁଇ ଝିଅ ଅଜିତା ଓ ବିଜେତାଙ୍କ ବିଷୟରେ ଜାଣିବା । କିଛି ଦିନ ତଳେ ବବି ଦେଓଲ ନିଜ ବଡ଼ ଭଉଣୀ ଅଜିତା ଦେଓଲଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ ।

ଯେଉଁଥିରେ ଭାଇ ଭଉଣୀଙ୍କ ସୁନ୍ଦର ବନ୍ଧନ ଦେଖିବାକୁ ମିଳିଥିଲା । ତେବେ ବବି ଦେଓଲ କିଛି ଦିନ ପୂର୍ବରୁ ଆମେରିକା ଯାଇଥିଲେ ଓ ସେଠାରେ ନିଜ ଭଉଣୀଙ୍କ ସହ ଦେଖା କରିଥିଲେ । ଧର୍ମେନ୍ଦ୍ର ଦୁଇଟି ବିବାହ କରିଥିଲେ । ତାଙ୍କ ପ୍ରଥମ ପତ୍ନୀଙ୍କ ନାମ ପ୍ରକାଶ କୌର ଓ ଦ୍ଵିତୀୟ ପତ୍ନୀ ହେଉଛନ୍ତି ଅଭିନେତ୍ରୀ ହେମା ମାଳିନୀ । ଦୁଇ ପତ୍ନୀଙ୍କ ଠାରୁ ଧର୍ମେନ୍ଦ୍ରଙ୍କର ଚାରୋଟି ଝିଅ ହୋଇଥିଲେ ।

ହେମା ମାଳିନୀଙ୍କ ଦୁଇ ଝିଅ ଇଶା ଓ ଆହନାଙ୍କୁ ସମସ୍ତେ ଜାଣିଛନ୍ତି । ମାତ୍ର ପ୍ରଥମ ପତ୍ନୀଙ୍କ ଝିଅ ଅଜିତା ଓ ବିଜେତା ସବୁବେଳେ ଲାଇମ୍ ଲାଇଟ୍ ରୁ ଦୂରେଇ ରହିଛନ୍ତି । ସେମାନଙ୍କୁ କୌଣସି ପାରିବାରିକ କାର୍ଯ୍ୟରେ ମଧ୍ୟ ଦେଖିବାକୁ ମିଳୁନାହିଁ । ମିଡ଼ିଆ ରିପୋର୍ଟ ଅନୁସାରେ ସେମାନେ ଆମେରିକାର କାଲିଫର୍ଣ୍ଣିଆରେ ରୁହନ୍ତି । ଅଜିତାଙ୍କ ବିବାହ କିରଣ ଚୌଧୁରୀଙ୍କ ସହ ହୋଇଥିଲା ଓ ସେ ନିଜ ସ୍ଵାମୀଙ୍କ ସହ କାଲିଫର୍ଣ୍ଣିଆରେ ରୁହନ୍ତି ।

ଧର୍ମେନ୍ଦ୍ର ନିଜ ଦ୍ଵିତୀୟ ଝିଅ ବିଜେତାଙ୍କ ନାମରେ ବିଜେତା ପ୍ରଡକ୍ସନ ପ୍ରାଇଭେଟ୍ ଲିମିଟେଡ ନାମକ ଏକ ପ୍ରଡକ୍ସନ ହାଉସ୍ ଖୋଲିଛନ୍ତି । ବିଜେତାଙ୍କ ବିଷୟରେ ବର୍ତ୍ତମାନ ବିଶେଷ ଖବର ନ ଥିଲେ ମଧ୍ୟ, ସେ ନିଜ ଭଉଣୀ ଅଜିତାଙ୍କ ସହ ଆମେରିକା ରେ ରୁହନ୍ତି ବୋଲି ଜଣା ପଡିଛି । ୧୯୫୪ ମସିହାରେ ଧର୍ମେନ୍ଦ୍ର, ପ୍ରକାଶ କୌରଙ୍କୁ ବିବାହ କରିଥିଲେ । ସେମାନଙ୍କର ୪ ସନ୍ତାନ ସନି, ବବି, ଅଜିତା ଓ ବିଜେତା ଅଟନ୍ତି ।

ଏହା ପରେ ଧର୍ମେନ୍ଦ୍ର ଧର୍ମ ପରିବର୍ତନ କରି ୧୯୮୦ ମସିହାରେ ହେମାମାଳିନୀଙ୍କୁ ବିବାହ କରିଥିଲେ । ସେମାନଙ୍କ କେବଳ ଦୁଇଟି ଝିଅ ଇଶା ଓ ଆହନା । ଧର୍ମେନ୍ଦ୍ର ଙ୍କ ର ଚାରୋଟି ନାତି ମଧ୍ୟ ଅଛନ୍ତି । ଧର୍ମେନ୍ଦ୍ରଙ୍କ ପୁଅ ବବି ଦେଓଲ ଫିଲ୍ମ ଜଗତରେ କିଛି ଖାସ୍ ପ୍ରଦର୍ଶନ ଦେଖାଇ ପାରି ନ ଥିଲେ ମଧ୍ୟ, ବଡ଼ ପୁଅ ସନି ଦେଓଲ ଅନେକ ସମୟ ଧରି ଫିଲ୍ମ ଜଗତରେ ରାଜ୍ କରିଥିଲେ ।

ଏବେ ସନି ଦେଓଲଙ୍କ ପୁଅ କରଣ ଦେଓଲ ମଧ୍ୟ ଇଣ୍ଡଷ୍ଟ୍ରି ପାଦ ଦେଇ ସାରିଲେଣି । ତେବେ ତାଙ୍କ ବଡ଼ ଦୁଇ ଭଉଣୀ ଅଜିତା ଓ ବିଜେତା କେବଳ ଛୋଟ ବେଳେ ହିଁ ପାରିବାରିକ ଫଟୋରେ ନଜର ଆସିଥିଲେ । ହେମାମାଳିନୀଙ୍କ ଦୁଇ ଝିଅ ଇଶା ଓ ଆହାନାଙ୍କ ବିବାହରେ ମଧ୍ୟ ସେମାନଙ୍କୁ ଦେଖିବାକୁ ମିଳି ନ ଥିଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।