Bollywood ର 5 ଜଣ Actress ଯିଏ ବାଛିନେଲେ ନର୍ମାଲ ଡେଲିଭରି, ଅସହନୀୟ କଷ୍ଟ ସହି ପିଲାଙ୍କୁ ଦେଲେ ଜନ୍ମ, 3 ନମ୍ବର Actress ତ ସମସ୍ତଙ୍କ ଫେବ୍ରେଟ

ବଲୀଉଡରେ ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜର କ୍ୟାରିୟର ଠାରୁ ଅଧିକ ନିଜର ପର୍ଶନାଳ ଲାଇଫକୁ ଅଧିକ ମହତ୍ଵ ଦିଅନ୍ତି । ଅର୍ଥାତ ସେମାନେ ନିଜର କ୍ୟାରିୟରରେ ସଫଳ ହେବା ମାତ୍ରେ ସଙ୍ଗେ ସଙ୍ଗେ ବିବାହ କରି ନିଅନ୍ତି ଓ ଏହା ସହିତ କିଛି ସମୟ ମଧ୍ୟରେ ମା ବି ହୋଇ ଯାଆନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ସେହି ଅଭିନେତ୍ରୀମାନଙ୍କ ବିଷୟରେ କହିବୁ ଯେଉଁମାନେ ନିଜର ନିଜର ସନ୍ତାନକୁ ଜନ୍ମ ଦେବା ପାଇଁ ନର୍ମାଳ ଡେଲିଭରି ଅପସନକୁ ବାଛିଲେ ଓ ଆଜି ସେମାନେ ଏକ ସୁଖୀ ଓ ସୁସ୍ଥ ବୈବାହିକ ଜୀବନ ବ୍ୟତୀତ କରୁଛନ୍ତି ।

ଅନୁଷ୍କା ଶର୍ମା

ଅନୁଷ୍କା ଶର୍ମା ଏହି ବର୍ଷ ବଲୀଉଡର ପ୍ରଥମ ଅଭିନେତ୍ରୀ ଯିଏକି ମା ହୋଇଛନ୍ତି । ଅନୁଷ୍କା ଶର୍ମା ୧୧ ଜାନୁୟାରୀକୁ ନିଜର ପ୍ରଥମ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ଓ ଅନୁଷ୍କା ଶର୍ମା ଏହି ସମୟରେ ନର୍ମାଳ ଡେଲିଭରି ଅସପନକୁ ବାଛିଲେ ।

ମୀରା ରାଜପୁତ

ଶାହିଦ କପୁରଙ୍କ ପତ୍ନୀ ମୀରା ନିଜର ପ୍ରଥମ ସନ୍ତାନ ନିଶାଙ୍କ ସମୟରେ ନର୍ମାଳ ଡେଲିଭରି କରିଥିଲେ । ଯେତେବେଳେ କି ନିଜର ଦ୍ଵିତୀୟ ସନ୍ତାନ ପାଇଁ ସେ ସି ସେକ୍ଶନକୁ ବାଛିଥିଲେ ।

ଐଶ୍ୱର୍ୟା ରାୟ ବଚ୍ଚନ

ଐଶ୍ୱର୍ୟା ରାୟ ବଚ୍ଚନ ୩୮ ବର୍ଷର ଥିଲେ ଯେତେବେଳେ ସେ ଆରାଧ୍ୟାକୁ ଜନ୍ମ ଦେଲେ ସେହି ସମୟରେ ଐଶ୍ୱର୍ୟା ରାୟ ବଚ୍ଚନ ନର୍ମାଲ ଡେଲିଭରି କରି ଆରାଧ୍ୟାକୁ ଜନ୍ମ ଦେଇଥିଲେ । ବର୍ତ୍ତମାନ ଐଶ୍ୱର୍ୟା ରାୟ ବଚ୍ଚନ ପୁଣି ଥରେ ଗର୍ଭବତ୍ତୀ ଅଛନ୍ତି । ଏମିତିରେ ସେ ନିଜର ଦ୍ଵିତୀୟ ସନ୍ତାନ ପାଇଁ କେଉଁ ଅପସନକୁ ବାଛୁଛନ୍ତି ଏହା ସମୟ ହିଁ କହିବ ।

କରିନା କପୁର ଖାନ

କରିନା କପୁର ବର୍ତ୍ତମାନ ସମୟରେ ନିଜର ଦ୍ଵିତୀୟ ସନ୍ତାନକୁ ନେଇ ବହୁତ ଚର୍ଚାରେ ଅଛନ୍ତି । କରିନା କପୁର ନିଜର ପ୍ରଥମ ସନ୍ତାନକୁ ସି ସେକ୍ଶନ ଜରିଆରେ ଜନ୍ମ ଦେଲେ । କିନ୍ତୁ ଦ୍ଵିତୀୟ ସନ୍ତାନ ପାଇଁ ସେ ନର୍ମାଲ ଡେଲିଭରି ଅପସନକୁ ବାଛିଥିଲେ ।

ଟ୍ୱିଂକଲ ଖନ୍ନା

ଟ୍ୱିଂକଲ ଖନ୍ନା ଲେଖିଥିବା ବହି ଜରିଆରେ କହିଛନ୍ତି କି ସେ ନିଜର ଦ୍ଵିତୀୟ ସନ୍ତାନ ଜନ୍ମ ସମୟରେ ନର୍ମାଳ ଡେଲିଭରି କରିଛନ୍ତି । ଯେତେବେଳେ କି ତାଙ୍କର ପ୍ରଥମ ସନ୍ତାନ ପାଇଁ ସେ ସି ସେକ୍ଶନ ଜରିଆ ଆପଣାଇ ଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।