ଜାଣନ୍ତୁ ଆପଣଙ୍କ ବିଷୟରେ କଣ କହିଥାଏ ଆପଣଙ୍କ ପାଦ ର ଆକୃତି – Personality Test

ମନୁଷ୍ୟର ସବୁ ଅଙ୍ଗ ପ୍ରତ୍ୟଙ୍ଗ ର ସମାନତା ନଥାଏ । ଶରୀର ଗଠନ ଅନୁସାରେ ବ୍ୟକ୍ତିର ଆଚାର ବ୍ୟବହାରରେ ଭିର୍ଣ୍ଣତା ପରିଲକ୍ଷିତ ହୋଇଥାଏ । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ର ଗଠନ ଆଧାର ରେ ବ୍ୟକ୍ତିର ଜୀବନ କ୍ରିୟା ଚରିତ୍ର ବିଷୟରେ ବହୁତ କିଛି ଜଣାଯାଇଥାଏ । ମନୁଷ୍ୟ ଜୀବନରେ ଉନ୍ନତି କରିବ କି ନାହିଁ ଓ ତା ଜୀବନର ଶୁଭ ଓ ଅଶୁଭ ଫଳ ବିଷୟରେ ଜଣାପଡିଥାଏ ।

ଆଜି ଆମେ ଜାଣିବା ବ୍ୟକ୍ତି ର ପାଦର ଗଠନ ଅନୁସାରେ ତାର ସ୍ଵଭାବ ବିଷୟ ରେ । ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଗୋଡର ୫ ଟି ଆକୃତିର ବର୍ଣନା କରାଯାଇଛି ।

୧ – ସେଲ୍ଟିକ

ଯଦି ଆପଣଙ୍କ ଗୋଡର ବା ପାଦର ମଝି ଆଙ୍ଗୁଳି ବା ବୁଢା ଆଙ୍ଗୁଳିର ପାଖ ଆଙ୍ଗୁଳିଟି ଅନ୍ୟ ଆଙ୍ଗୁଳିଠାରୁ ବଡ ହୋଇଥାଏ ଓ ପାଦର ବାକି ଅନ୍ତିମ ଆଙ୍ଗୁଳି ସମାନ ହୋଇଥାଏ ଏହି ଭଳି ଆଙ୍ଗୁଳି କୁ ସେଲ୍ଟିକ ଆଙ୍ଗୁଳି କୁହାଯାଏ । ଏହି ଆଙ୍ଗୁଳି ଥିବା ବ୍ୟକ୍ତି କୁ ଜୀବନ ରେ ବହୁତ ସଫଳତା ମିଳିଥାଏ କିନ୍ତୁ ଏଥିପାଇଁ ଏମାନଙ୍କୁ ବହୁତ ସଂଘର୍ଷ କରିବାକୁ ହୋଇଥାଏ । ଏହି ଲୋକମାନଙ୍କୁ ସବୁ ଜିନିଷକୁ ଭଲ ଭାବରେ ବୁଝିବାର ଶକ୍ତି ଥାଏ । ଏମାନଙ୍କର ନିଜ ଜୀବନ ସାଥି ସହ ଭଲ ସମ୍ପର୍କ ରହିଥାଏ । ଏମାନଙ୍କର ସନ୍ତାନ ମାନେ ଆଜ୍ଞାକାରୀ ହୋଇଥାନ୍ତି । ଏମାନେ କର୍ମ କ୍ଷେତ୍ରରେ ଉନ୍ନତି କରିଥାନ୍ତି କିନ୍ତୁ ଶାରୀରିକ ଭାବେ ଫିଟ ନଥାନ୍ତି । ଏମାନେ ସାମାନ୍ୟ ଭାଗ୍ୟଶାଳୀ ହୋଇଥାନ୍ତି ।

୨ – ଜର୍ମାନିକ

ଯେଉଁ ବ୍ୟକ୍ତି ମାନଙ୍କର ଚାରିଟି ଆଙ୍ଗୁଳି ସମାନ ଥାଏ ଓ ବୁଢା ଅଙ୍ଗୁଳି ବଡ ହୋଇଥାଏ ଏହି ଆକୃତିର ଆଙ୍ଗୁଳିକୁ ଜର୍ମାନିକ ଆଙ୍ଗୁଳି କୁହାଯାଏ । ଏହି ବ୍ୟକ୍ତିମାନେ ଶାନ୍ତି ପ୍ରିୟା ହୋଇଥାନ୍ତି । ଏମାନେ ସବୁ କାର୍ଯ୍ୟକୁ ଭାବି ଚିନ୍ତି କରିଥାନ୍ତି । ଏମାନେ ସବୁ ପ୍ରକାରର କାର୍ଯ୍ୟକୁ କରିବା ପାଇଁ ତତ୍ପର ହୋଇଥାନ୍ତି । ଏମାନେ ସବୁ କାର୍ଯ୍ୟକୁ ଠିକ ଭାବରେ କରିଥାନ୍ତି । ଏମାନେ ନିଜ ଦାୟିତ୍ଵକୁ ଠିକ ଭାବରେ ତୁଲାଇଥାନ୍ତି । ଆର୍ଥିକ ସ୍ଥିତିକୁ ଠିକ ଭାବରେ ପରିଚାଳିତ କରିଥାନ୍ତି । ନିଜ ବାଣି ଦ୍ଵାରା ଅନ୍ୟକୁ ଆକର୍ଷିତ କରିଥାନ୍ତି । ଏମାନେ ଶାସ୍ତ୍ର ଅନୁସାରେ ସାମାନ୍ୟ ଠାରୁ ଟିକିଏ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି ।

୩ – ଗ୍ରୀକ

ଯେଉଁ ବ୍ୟକ୍ତିଙ୍କର ପାଦର ମଝି ଆଙ୍ଗୁଳି ବାକି ସବୁ ଅଙ୍ଗୁଳି ଠାରୁ ବଡ ହୋଇଥାଏ ଓ ସେସ ଦୁଇଟି ଆଙ୍ଗୁଳି ସମାନ ନହୋଇ ସାମାନ୍ୟ ହୋଇଥାଏ । ଏହି ଆକୃତିର ଆଙ୍ଗୁଳିକୁ ଗ୍ରୀକ ଆଙ୍ଗୁଳି କୁହାଯାଏ । ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ଅନାବଶ୍ୟକ କଥା କୁହନ୍ତି ନାହିଁ । ନିଜ କାର୍ଯ୍ୟ ଦକ୍ଷତାରେ ଅନ୍ୟମାନଙ୍କୁ ଚକିତ କରିଥାନ୍ତି । ଏମାନେ କିଛି ବିଶେଷ କଳାରେ ନିପୁଣ ଥାନ୍ତି । ନିଜ ବୁଦ୍ଧିବଳରେ ଶ୍ରେଷ୍ଠ ସ୍ଥାନ ଅଧିକାର କରନ୍ତି । ଏମାନେ ଭାଗ୍ୟଶାଳୀ ହୋଇଥାନ୍ତି ।

୪ – ଇଜିପଶିଆନ

ଯେଉଁ ବ୍ୟକ୍ତି ମାନଙ୍କର ପାଦ ଆଙ୍ଗୁଳି ବୁଢା ଆଙ୍ଗୁଳି ଠାରୁ ସେସ ଆଙ୍ଗୁଳି କ୍ରମ ଅନୁସାରେ ସାନ ହୋଇଥାନ୍ତି । ଏହି ଆକୃତିକୁ ଇଜିପଶିଆନ କୁହାଯାଏ । ଏମାନେ ବହୁତ ସାମାଜିକ କାର୍ଯ୍ୟରେ ନିଜକୁ ନିଯୋଜିତ କରିଥାନ୍ତି । ଏମାନେ ଅତି କୁଶଳତାରେ ମିତ୍ରତା କରିବାରେ ସଫଳ ହୋଇଥାନ୍ତି । ଏମାନେ ରାଜନୀତିରେ ସଫଳ ହୋଇଥାନ୍ତି । ସବୁ କାର୍ଯ୍ୟକୁ ଅତି କୌଶଳରେ କରିଥାନ୍ତି । ଏମାନେ ଭାଗ୍ୟଶାଳୀ ହୋଇଥାନ୍ତି ।

୫ – ରୋମାନ

ଯେଉଁ ବ୍ୟକ୍ତିଙ୍କର ପାଦର ବୁଢା ଆଙ୍ଗୁଳିର ପାଖ ଦୁଇଟି ଆଙ୍ଗୁଳି ବୁଢା ଆଙ୍ଗୁଳି ସହ ସମାନ ହୋଇଥାଏ ଏହି ଆକୃତିର ଆଙ୍ଗୁଳିକୁ ରୋମାନ ଆଙ୍ଗୁଳି କୁହାଯାଏ । ଏମାନେ ବହୁତ ବୁଦ୍ଧିମାନ ସହ ଆତ୍ମବିଶ୍ଵାସୀ ଅଟନ୍ତି । ଏମାନେ କମ ପରିଶ୍ରମରେ ଅଧିକ ଲାଭ ପାଇଥାନ୍ତି । ସମାଜରେ ଏମାନେ ପ୍ରତିଷ୍ଠା ପାଇଥାନ୍ତି । ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।