ଏହି Actress ଙ୍କ ସୁନ୍ଦରତା ଉପରେ ଫିଦା ହେଇଗଲେ Bharti Singh ଙ୍କ ସ୍ଵାମୀ Harsh, ସମସ୍ତଙ୍କ ସାମ୍ନାରେ କଲେ ବିବାହ ପାଇଁ ପ୍ରପୋଜ

“ଖତରୋ କା ଖିଲାଡ଼ି” ସୋ ର ସିଜିନ-୧୦ ଆରମ୍ଭ ହୋଇ ସାରିଛି । ଲୋକ ମାନେ ଏହି ସିଜିନକୁ ବହୁତ ସାରା ପ୍ରଶଂସା ମଧ୍ୟ କରୁଛନ୍ତି । ଖତରୋ କା ଖିଲାଡ଼ି ର ଏହି ସିଜିନ ଟପରେ ଚାଲିଛି । ଏହି ସିଜିନରେ ଅନେକପ୍ରସିଦ୍ଧ ଲୋକ ମାନେ ଭାଗ ନେଇଛନ୍ତି ଓ ଖତରନାକ ଷ୍ଟାଣ୍ଡ କରିବାର ମଧ୍ୟ ନଜର ଆସୁଛନ୍ତି । ଏହି ସିଜିନ ରେ କମେଡିୟାନ ଭାରତୀ ସିଂଙ୍କ ସ୍ଵାମୀ ହର୍ଷ ଲିମ୍ବଚୀୟା ପୁଣି ଥରେ ନଜର ଆସିଛନ୍ତି । ଭାରତୀୟ ସିଂ ଓ ହର୍ଷ ଲିମ୍ବଚୀୟା “ଖତରୋ କେ ଖିଲାଡ଼ି” ର ସିଜିନ-୯ ରେ ଭାଗ ନେଇଥିଲେ ।

ପୁଣି ଥରେ ସିଜିନ-୧୦ ରେ ହର୍ଷ ଭାଗ ନେଇଥିବାର ନଜର ଆସିଛନ୍ତି । ଏହି ସିଜିନ ରେ ହର୍ଷ ଷ୍ଟଣ୍ଡ କରିବା ସହ ଏହି ସୋ ରେ ପ୍ରତିଯୋଗୀ କରିସ୍ମା ତନ୍ନାଙ୍କୁ ପଟେଇବାରେ ଲାଗିଛନ୍ତି । ଏହାରି ଭିତରେ ହର୍ଷ କରିସ୍ମାଙ୍କୁ ବିବାହ ପାଇଁ ପ୍ରପୋଜ କରୁ ଥିବାର ଏହି ସୋ ରେ ନଜର ଆସିଛନ୍ତି । ହର୍ଷଙ୍କ ଏହି ପ୍ରୋପଜ କରିବା ପରେ କରିସ୍ମା ବହୁତ ଜୋର ରେ ହସିବାକୁ ଲାଗିଥିଲେ ।

ଗୋଟେ ଷ୍ଟଣ୍ଡରେ ହର୍ଷ ଓ କରିସ୍ମା ଦୁହେଁ ଏକାଠି ଠିଆ ହେବାର ଥିଲା ଓ ଦୁହେଁ ଏକ ପତଳା ପ୍ଲାଟଫର୍ମରେ ଠିଆ ହୋଇଥିଲେ । ଏହି ସମୟରେ ହର୍ଷ କରିସ୍ମାଙ୍କୁ ପ୍ରପୋଜ କରିଥିଲେ । କରିସ୍ମାଙ୍କୁ ପ୍ରପୋଜ କରିବାକୁ ଯାଇ ହର୍ଷ କହିଥିଲେ ଯେ “ମୋର ଦିତୀୟ ବିବାହ ତୁମ ସହ ହେବ, କମ ଟୁ ମି ବେବି” । ହର୍ଷଙ୍କ ଏହି କଥା ଶୁଣିବା ପରେ ସୋ ର ହୋଷ୍ଟ ରୋହିତ ଶେଠୀ ବହୁତ ଜୋରରେ ହସିଥିଲେ ।

ହର୍ଷଙ୍କ ଏହି ପ୍ରପୋଜ ପରେ କରିସ୍ମା ପ୍ରତିକ୍ରିୟା ଦେଇଥିଲେ ଯେ ସେ “ସାତ ସମୁଦ୍ର ପାରା କରି ତାଙ୍କ ପାଖକୁ ଆସିଛନ୍ତି”। କରିସ୍ମା ଓ ହର୍ଷଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋର ସୋରରେ ଭାଇରାଲ ହୋଇଥିଲା । ପ୍ରାୟ ସମସ୍ତଙ୍କୁ ହର୍ଷ ଓ କରିସ୍ମାଙ୍କ ଯୋଡି ବେଶ ପସନ୍ଦ ଆସୁଛି । ହର୍ଷ ଦିତୀୟ ଥର ପାଇଁ ଏହି ସୋ ରେ ଭାଗ ନେଇଛନ୍ତି ।

ପୁଣି ଥରେ ସେ ଖତରୋ କେ ଖିଲାଡି ସୋ ରେ ନୂଆ ରୂପରେ ନଜର ଆସୁଛନ୍ତି । ହର୍ଷ ଓ ଭାରତୀୟ ସିଂ ଦୁଇ ବର୍ଷ ପୂର୍ବେ ମ୍ୟାରେଜ କରିଥିଲେ । ଦୁହିଙ୍କ ଭେଟ ଏହି ସିଜିନରେ ହୋଇଥିଲା । ହର୍ଷଙ୍କ ବ୍ଯତୀତ କରିସ୍ମା ତନ୍ନା, ରାନୀ ଚଟାର୍ଜି, କରଣ ପଟେଲ, ଆର୍ଜେ ମଲିସ୍କାନ, ଅଦା ଖାନ, ଶିବିନ ନାରଙ୍ଗ, ଧର୍ମେଶ ୟେଲାନ୍ଦ୍ରେ, ବଳରାଜ ସ୍ୟାଲ, ତେଜସ୍ବୀ ପ୍ରକାଶ ଏହି ସୋ ରେ ଭାଗ ନେଇଥିଲେ ।

ଏହି ସୋ ର ଷ୍ଟଣ୍ଡ ସୋ ରହିଛି ଯେଉଁଥିରେ ଖତରନାକ ଷ୍ଟଣ୍ଡ ପ୍ରତିଯୋଗୀଙ୍କୁ ଦିଆଯାଏ । ଏହି ସୋ ଶନିବାର ଓ ରବିବାର କଲର୍ସ ଚ୍ଯାନେଲରେ ରାତି ୯ଟା ରେ ପ୍ରସାରିତ ହୁଏ । ଏହି ସୋ ପ୍ରସିଦ୍ଧ ଫିଲ୍ମ ଡାଇରେକ୍ଟର ରୋହିତ ଶେଠୀଙ୍କ ଦ୍ଵାରା ହୋଷ୍ଟ କରା ଯାଉଛି । ଏହି ସୋ ର ପୂର୍ବ ସିଜିନ ହିଟ ହୋଇଥିଲା । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।