ଯେଉଁ ଝିଅ ଦେଇଥିଲା ସାହାରା, ତାହାର ହିଁ ସ୍ବାମୀଙ୍କୁ ହୃଦୟ ଦେଇ ବସିଲେ Smruti Irani, ପୁଣି ତା’ର ଝିଅର ବି କରିଲେ…

ସ୍ମୃତି ଇରାନୀ ୨୩ ମାର୍ଚରେ ନିଜର ୪୫ତମ ଜନ୍ମଦିବସ ପାଳନ କରିଥିଲେ ।  ତାଙ୍କର ଅନ୍ୟ ନାମ ତୁଳସୀ ଅଟେ । ୧୯୭୬ ମସିହା ୨୩ ମାର୍ଚରେ ତୁଳସୀ ଦେବୀ ରାଜଧାନୀ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ ।  ସ୍ମୃତିଙ୍କର ପୁରୁଣା ନାମ ସ୍ମୃତି ମଲହୋତ୍ରା ଥିଲା ।   ଆଜିକା ଦିନରେ ସ୍ମୃତି ଦେଶର ସବୁଠାରୁ ବଡ ବିଜେପି  ପାର୍ଟିର କେନ୍ଦ୍ରୀୟ ମନ୍ତ୍ରୀ ଅଟନ୍ତି । ଦେଶ ଠାରୁ ଆରମ୍ଭ କରି ବିଦେଶ ପର୍ଯ୍ୟନ୍ତ ସ୍ମୃତିଙ୍କୁ ସମସ୍ତେ ଜାଣିଛନ୍ତି । ସ୍ମୃତି ଇରାନୀଙ୍କ ଜୀବନ ବହୁତ ଆନନ୍ଦରେ ବୀତିଛି ।

ସ୍ମୃତି ଇରାନୀ ଯେବେ ୧୬ ବର୍ଷର ହୋଇଥିଲେ ତାଙ୍କ  ରୁଚିର ପରିବର୍ତ୍ତନ ହେଉଥିଲା । ସେତେବେଳେ ତାଙ୍କର ଘରର ପରିସ୍ଥିତି ଠିକ ନ ଥିଲା ।  ତାଙ୍କ ବାପା କୋରିୟର କମ୍ପାନୀରେ କାମ କରୁଥିଲେ ମଧ୍ୟ ତାଙ୍କର ଅଧିକ ରୋଜଗାର ହେଉ ନ ଥିଲା । ସ୍ମୃତି ଇରାନୀ ତାଙ୍କ ବାପାଙ୍କୁ ସାହାଜ୍ୟ କରିବା ପାଇଁ ଦିଲ୍ଲୀରେ ଥିବା ବିଯୁଟି କମ୍ପାନୀରେ କାମ କରିବାକୁ ଲାଗିଲେ । ଏହି ସମୟରେ ସ୍ମୃତିଙ୍କୁ କେହି ଜଣେ ମଡଲିଙ୍ଗ କରିବାକୁ ପରାମର୍ଶ ଦେଲେ ।

ତା ପରେ ସେ ମୁମ୍ବାଇ ଆସିଥିଲେ । ୧୯୮୮ ରେ ମୁମ୍ବାଇରେ ଚାଲିଥିବା ମିସ ଇଣ୍ଡିଆ ଅଡିସନରେ ଭାଗ   ନେଇଥିଲେ ଓ ସେଥିରେ ସଫଳ ବି ହୋଇଥିଲେ । ଏହି ପ୍ରତିଯୋଗିତାରେ ସ୍ମୃତି  ଭାଗ ନେଇଥିବା ଯୋଗୁ ତାଙ୍କ ବାପା ତାଙ୍କ ଉପରେ ନ ଥିଲେ । ଏହି କଥାକୁ ନେଇ ସ୍ମୃତି ଏକ ଇଣ୍ଟରବିଉରେ କହିଥିଲେ ଯେ  ୧୯୮୮ରେ ହୋଇଥିବା ମିସ ଇଣ୍ଡିଆ ପ୍ରତିଯୋଗିତାରେ ମୁଁ ଭାଗ ନେଇଥିଲେ ମଧ୍ୟ ମୋ ଘର ଲୋକଙ୍କୁ ଏ ବିଷୟରେ କିଛି ଜଣା ନ ଥିଲା । ମୋର କୌଣସି ମଡେଲରଙ୍କ ସହ ସମ୍ପର୍କ ନ ଥିଲେ ବି ମୁ ଏହି ପ୍ରତିଯୋଗିତାରେ ସଫଳ ହୋଇଥିଲି ।

ମୁମ୍ବାଇରେ ସେ ପଇସା ରୋଜଗାର ପାଇଁ ନିମ୍ନ ଧରଣର କାମ କରୁଥିଲେ । ସେହି ସମୟରେ ତାଙ୍କର ପାର୍ସିର ଧନୀ ଝିଅ ମୋନା ଇରାନୀଙ୍କ ସହ ଦେଖା ହୋଇଥଲା । ଦୁହିଙ୍କ ଭିତରେ ବନ୍ଧୁତା ଏତେ ବଢି ଯାଇଥିଲା ଯେ ମୋନା ସ୍ମୃତିଙ୍କୁ ତାଙ୍କ ଘରକୁ ରହିବା ପାଇଁ ନେଇଯାଇଥିଲେ । ମୋନାଙ୍କ ଘରକୁ ଯିବା ପରେ ସ୍ମୃତିଙ୍କ ବନ୍ଧୁତା ମୋନାଙ୍କ ସ୍ଵାମୀ ଜୁବିନଙ୍କ ସହ ହୋଇଥିଲା । ଯେବେ ସ୍ମୃତି ଟିଭି ସୋରେ କାମ କରୁଥିଲେ ସେ ଅଲଗା ରହୁଥିଲେ । ୟା ପରେ ଜୁବିତ ଓ ମୋନା ଦୁହେଁ ଅଲଗା ହୋଇ ଯାଇଥିଲେ । ଏ ସବୁ ପରେ ସ୍ମୃତି ଓ ଜୁବିନ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ଯେତେବେଳେ ସ୍ମୃତି ଇରାନୀ” କ୍ୟୁଙ୍କି ସାସ ଭି କାଭି ବହୁ ଥି” ସିରିଏଲରେ କାମ କରୁଥିଲେ ସେହି ସମୟରେ ୨୦୦୧ ରେ ତାଙ୍କ ବଡ ପୁଅ ଜୋହରଙ୍କ ଜନ୍ମ ହୋଇଥିଲା । ୨୦୦୩ ରେ ସେ ତାଙ୍କ ଝିଅ ଯୋଇସଙ୍କୁ ଜନ୍ମ ଦେଇଥିଲେ ବି ତାଙ୍କର ଏକ ସାବତ ଝିଅ ଥିଲା । ଜୁବିନ ଓ ମୋନାଙ୍କ ଝିଅ ସନେଲ ଆମେରିକାର ଜାର୍ଜ ଟାଉନ ୟୁନିଭର୍ସିଟିରେ ଆଇନର ପାଠ ପଢୁ ଥିଲେ । ନିଜର ଆବଶ୍ୟକତା ଥିବାରୁ ଓ ସବୁ ଦିନ ପାଇଁ ଏକାଠି ରହିବା ପାଇଁ ସ୍ମୃତି ଓ ଜୁବିନ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେଥି ପାଇଁ ତାଙ୍କ ଘର ଲୋକ ମଧ୍ୟ ଖୁସି ହୋଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।