ଏହି ହିରୋଇନ କେବେ ଥିଲେ ସଞ୍ଜୟ ଦତ୍ତଙ୍କ ଦିବାନି, ଆଜି ହେଉଛନ୍ତି ଏହି ଅରବପତିଙ୍କ ପତ୍ନୀ !

ସଞ୍ଜୟ ଦତ୍ତଙ୍କର ବାୟୋପିକ ‘ସଞ୍ଜୁ’ ହିସାବରେ ସଞ୍ଜୟ ଦତ୍ତଙ୍କର ୩୦୮ ଜଣ ପ୍ରେମିକା ଥିଲେ । କହିବାକୁ ଗଲେ ଏହି ଲିସ୍ଟରେ ଗତ ଜମାନାର ହିଟ ଅଭିନେତ୍ରୀ ଟୀନା ମୁନୀମ ଓ ଆଜିର କୋଟିପତି ଅନିଲ ଅମ୍ବାନୀଙ୍କର ପତ୍ନୀ ଟିନା ଅମ୍ବାନୀ ବି ସାମିଲ ଥିଲେ । ଟିନା ସଞ୍ଜୟ ଦତ୍ତଙ୍କର ପ୍ରେମରେ ପାଗଳ ହୋଇ ଯାଇଥିଲେ କିନ୍ତୁ ଶେଷରେ ତାଙ୍କର ସମ୍ପର୍କ ଭାଙ୍ଗିଗଲା । ଟିନାଙ୍କର ପ୍ରଥମ ହିଁ ଫିଲ୍ମ ସଞ୍ଜୟ ଦତ୍ତଙ୍କ ସହ ଥିଲା ଓ ଟିନା ସଞ୍ଜୟ ଦତ୍ତଙ୍କୁଙ୍କୁ ହିଁ ଭଲ ପାଇ ବସିଲେ ।

କିନ୍ତୁ ସଞ୍ଜୟ ଦତ୍ତ ସେହି ସମୟରେ ଡ୍ରଗ୍ସ ଓ ମଦର ଖରାପ ଅଭ୍ୟାସରେ ପଡି ଯାଇଥିଲେ । ଯେଉଁ କାରଣରୁ ସଞ୍ଜୟ ଦତ୍ତଙ୍କର ମନ ତାଙ୍କ ଠାରୁ ହଟି ଗଲା ଓ ବର୍ତ୍ତମାନ ସେ ଏକ କୋଟିପତି ବ୍ୟକ୍ତିର ପତ୍ନୀ ଅଟନ୍ତି । ଯାହାଙ୍କର ନାମ ଅନିଲ ଅମ୍ବାନୀ ଅଟେ ।

ଟିନା ଅମ୍ବାନୀଙ୍କର ଜନ୍ମ ମୁମ୍ବାଇରେ ୧୧ ଫେବ୍ରୁୟାରୀ, ୧୯୫୭ରେ ହୋଇଥିଲା । ବର୍ଷ ୧୯୭୫ରେ ଟିନାଙ୍କୁ ଫେମିନା ଟୀନ ପ୍ରିଂସେସ ଇଣ୍ଡିଆ ଟାଇଟେଲ ବି ମିଳିଛି । ଏହା ପରେ ତାଙ୍କୁ ମିସ ଟୀନଏଜ ଇଂଟରକାଂଟିନେଂଟଲ କାଂଟେସ୍ଟ, ଅରୂବା ରେ ସେକଂଡ ରନର ଉପ ହେବାର ଚାନ୍ସ ବି ମିଳିଛି । ମୁମ୍ବାଇର ଜୟ ହିନ୍ଦ କଲେଜରୁ ସେ ଆର୍ଟ୍ସର ଡିଗ୍ରୀ ବି ହାସଲ କରିଛନ୍ତି ।

ଟିନା ଲୂଟମାର, ବାତୋଂ ବାତୋଂ ମେଂ, ମନପସଂଦ, ଫିଫ୍ଟୀ ଫିଫ୍ଟୀ , ବେୱଫାଈ, ସୁରାଗ, ଇନ୍ସାଫ ମୈଂ କରୂଂଗା, ରାଜପୂତ, ଆଖିର କ୍ଯୋଂ, ପାପୀ ପେଟ କା ସୱାଲ ହୈଂ, ଅଲଗ ଅଲଗ, ଭଗବନ ଦାଦା, ଅଧିକାର ଓ କର୍ଜ ଭଳି ଫିଲ୍ମରେ ଅଭିନୟ କରିଛନ୍ତି । ଯେଉଁ କାରଣରୁ ଦୁନିଆ ତାଙ୍କୁ ଚିହ୍ନିଛି ।

କହିବାକୁ ଗଲେ ଟିନା ବର୍ତ୍ତମାନ ତ କୋଟିପତି ହୋଇ ଯାଇଛନ୍ତି । କିନ୍ତୁ ସଞ୍ଜୟ ଦତ୍ତଙ୍କ ସହିତ ତାଙ୍କର ଯଦି ବିବାହ ହୋଇଥାନ୍ତା ତେବେ ତାଙ୍କୁ ଦୁଖରେ ଜୀବନ ବିତାଇବାକୁ ପଡିଥାନ୍ତା । କାରଣ ସଞ୍ଜୟ ଦତ୍ତଙ୍କର ଜୀବନ ହିଁ କିଛି ଏହିଭଳି ଥିଲା । ଏହା ଛଡା ସଞ୍ଜୟ ଦତ୍ତ ନିଜର ଅଧା ଜୀବନ ଜେଲରେ ହିଁ ବିତାଇଛନ୍ତି । କିନ୍ତୁ ସଞ୍ଜୟ ଦତ୍ତଙ୍କର କିଛି ଭଲ କାମ କାରଣରୁ ଲୋକମାନେ ତାଙ୍କୁ ପସନ୍ଦ କରନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।