ଅପ୍ରେଲ ୧୮ରୁ ବନ୍ଦ ରହିବ ସମସ୍ତ ବିଦ୍ୟାଳୟ, ପ୍ରବଳ ଖରା ପାଇଁ ନିଆ ଗଲା ଏଭଳି ନିଷ୍ପତ୍ତି

ଏସଆରସି ବିଷ୍ଣୁପଦ ସେଠୀ କରିଲେ ବଡ ଘୋଷଣା । ବର୍ତ୍ତମାନ ରାଜ୍ୟର ଆନେକ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ଦେଖିବାକୁ  ଆସନ୍ତା, ଯାହା ଫଳରେ ଲୋକମାନେ ବହୁତ ଆଶୀବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହି ଗ୍ରୀଷ୍ମ ଅରବାହ କୁ ଦୃଷ୍ଟିରେ ରଖି ଆସନ୍ତା  ୧୮ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । କାରଣ ଏତେ ଖରାରେ କୌଣସି ବି ପିଲା ସ୍କୁଲ ଯିବା ଆସିବା ସମୟରେ ଅଂଶୁଘାତର ସମ୍ମୁଖୀନ ହୋଇପାରନ୍ତି ।

ସେଥିପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ଏହି ନିର୍ଦ୍ଦେଶା ଅନୁସାରେ ଆସନ୍ତା ୧୮ ତାରିଖରୁ ସମସ୍ତ ଜିଲ୍ଲାରେ ସ୍କୁଲ ମାନଙ୍କର  ଛୁଟି ଘୋଷଣା କରାଯାଇଛି । ତେବେ ଏବେ ମଧ୍ୟ ଏହି ଗ୍ରୀଷ୍ମର ପ୍ରଭାବ କିଛି କମ ହୋଇ ନାହିଁ ।

ଏହି ଗ୍ରୀଷ୍ମ ଛୁଟି ଆଗରୁ ମଇ ମାସ ୬ ତାରିଖରେ ହେବ ବୋଲି ଘୋଷଣା କରାଯାଇଥିଲା, କିନ୍ତୁ ଦିନକୁ ଦିନ ଗ୍ରୀଷ୍ମର ପ୍ରଭାବ ବଢିବାରୁ ଏସଆରସି ବିଷ୍ଣୁପଦ ସେଠୀ ଏହି ନିଷ୍ପତ୍ତି ନେଇଛନ୍ତି । କାହିଁକି ନା ଏବେ ସକାଳ ୯ଟା ବେଳୁ ଯେଉଁ ଭଳି ଖରା ହେଉଛି ସେଥିରେ ସମସ୍ତେ ବହୁତ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି । ସବୁ ରାସ୍ତା ଘାଟ ଶୂନଶାନ ହୋଇଯାଉଛି ଓ କେହିବି ଘରୁ ବହରିବାକୁ ଇଚ୍ଛା କରୁ ନାହାନ୍ତି ।

ଏଭଳି ପରିସ୍ଥିରେ ଛୋଟ ପିଲାମାନେ ସ୍କୁଲ ଆସି ଘରକୁ ଫେରିବା ସମୟରେ ଅନେକ ଅସୁବିଧାର ସମୁଖୀନ ହେଉଛନ୍ତି । ସେଥିପାଇଁ ମଇ ୬ରେ ହେବାକୁ ଥିବା ଛୁଟି ଏବେ ଅପ୍ରେଲ ୧୮ର ରୁ ହେବ ।