ଗରିବ ପିଲାଙ୍କୁ ନିଜ ହାତରେ ଅମ୍ବାନୀ ପରିବାର ଖୁଆଇଲେ ଖାଦ୍ଯ, ପୁଣି ନେଲେ ଏମିତ ଏକ ଭଲ ନିଷ୍ପତି…

ବର୍ତ୍ତମାନ ବାହାଘର ସିଜିନ ଚାଲିଛି । ଏହା ଭିତରେ ଅନେକ ଲୋକମାନେ ବିବାହ କରୁଛନ୍ତି । ବର୍ତ୍ତମାନ ଏହି ବାହାଘର ମଧ୍ୟରେ ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଏବଂ ନିତା ଅମ୍ବାନୀଙ୍କର ପୁଅ ଆକାଶ ଅମ୍ବାନୀଙ୍କର ବାହାଘର ବି ଦେଖିବାକୁ ମିଳିବ । ଆକାଶ ଅମ୍ବାନୀଙ୍କର ବାହାଘର ଶ୍ଲୋକା ମେହତାଙ୍କ ସହ ହେଉଛି ।

ଦୁଇ ଜଣଙ୍କର ବାହାଘର ପୂର୍ବରୁ ଆକାଶ ଏବଂ ଶ୍ଳୋକାଙ୍କର ପ୍ରି-ୱେଡିଂଗର ଫଟୋ ସୋସିୟାଲ ମିଡିୟାରେ ବହୁତ ଭାଇରାଲ ହେଉଛି । ଏମାନେ ପିଲାବେଳୁ ହିଁ ପରସ୍ପରକୁ ଜାଣିଥିଲେ । ଏମିତିରେ ଏହି ଦୁଇ ଜଣ ଜଲ୍ଦି ହିଁ ବିବାହର ପବିତ୍ର ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଆପଣଙ୍କୁ କହି ଦେଉଛୁ ଯେ ୯ ମାର୍ଚରୁ ନେଇ ୧୧ ମାର୍ଚ ପର୍ଯ୍ୟନ୍ତ ମୁମ୍ବାଇରେ ହେବାକୁ ଥିବା ବାହାଘରରେ କେତେକ କାର୍ଯ୍ୟକ୍ରମ ହେବ । ବାହାଘର ସହିତ ଜଡିତ କାର୍ଯ୍ୟକ୍ରମର ଆରମ୍ଭ ବୁଧୁବାରକୁ ମୁମ୍ବାଇରେ “ଅନ୍ନ ସେବା” ଦ୍ଵାରା ଆରମ୍ଭ କରା ଯାଇଛି ।

ଆପଣଙ୍କୁ କହିଦେଉଛୁ ଯେ ପ୍ରୀ-ୱେଡିଂଗ ଏବଂ ୱେଡିଂଗର ପ୍ରସ୍ତୁତି ମଧ୍ୟରେ ଅମ୍ବାନୀ ପରିବାର ନିଜର ଖୁସିକୁ ଜାହିର କରିବା ପାଇଁ ମୁମ୍ବାଇର କିଛି ପିଲାମାନଙ୍କ ସହିତ ବାଣ୍ଟିଲେ । ଆକାଶ ଏବଂ ଶ୍ଳୋକା ଓ ଦୁଇ ପରିବାର ଏହି “ଅନ୍ନ ସେବା’ର କାର୍ଯ୍ୟକ୍ରମ ରଖିଛନ୍ତି, ଯାହା ଜିୟୋ ଗାର୍ଡନ୍ସରେ ଧୀରୂଭାଈ ଆମ୍ବାନୀ ସ୍କ୍ୱାୟରରେ ଏକାଠି ହୋଇଥିବା ୨୦୦୦ ପିଲାମାନଙ୍କୁ ରାତିରେ ଭୋଜନ କରିବାକୁ ଦିଆ ଯାଇଛି । ଆପଣଙ୍କୁ କହି ଦେଉଛୁ ଯେ ଏହି ପିଲାମାନେ ରିଲାୟ୍ଯାନ୍ସ ଫାଉଂଡେଶନର ବିଭିନ୍ନ ପ୍ରୋଜେକ୍ଟ ସହ ବି ଜଡିତ ଅଛନ୍ତି ।

ଏହା ସହିତ ଏହି ଅନ୍ନ ସେବାର କାର୍ଯ୍ୟକ୍ରମକୁ କେବଳ ଗୋଟିଏ ଦିନ ପାଇଁ ନୁହେଁ ନିତା ଏବଂ ମୁକେଶ ଅମ୍ବାନୀର ପରିବାର ପୁରା ମୁମ୍ବାଇ ସହର ସବୁ ଅନାଥାଲୟ ଏବଂ ବୁଦ୍ଧାଶ୍ରମରେ ବୁଧବାର ଠାରୁ ଗୋଟିଏ ସପ୍ତାହ ପର୍ଯ୍ଯନ୍ତ ଏହି କାର୍ଯ୍ୟକ୍ରମକୁ ଚଳାଇବା ପାଇଁ ଯୋଜନା କରିଛନ୍ତି । ଯାହା ବର୍ତ୍ତମାନ କରା ଯାଉଛି ।

ଆପଣଙ୍କୁ କହିଦେଉଛୁ ଯେ ବାହାଘରର ପୁରା କାର୍ଯ୍ୟକ୍ରମ ୧୩ ମାର୍ଚ ପର୍ଯ୍ୟନ୍ତ ଚାଲିବ । ଆପଣମାନେ ଜାଣିବା ନିମନ୍ତେ କହି ଦେଉଛୁ ଯେ ଗୋଟିଏ ବର୍ଷ ପର୍ଯ୍ୟନ୍ତ ମୁମ୍ବାଇର ସବୁ ଅନାଥଲୟ ଏବଂ ବୁଦ୍ଧାଶ୍ରମରେ ଭୋଜନ ପାଇଁ ଖାଦ୍ୟ ସାମଗ୍ରୀ ବି ଅମ୍ବାନୀ ପରିବାର ତରଫରୁ ଦିଆଯିବ । ଏହି କାର୍ଯ୍ୟକ୍ରମ ସମୟରେ ହିଁ ମୁକେଶ ଅମ୍ବାନୀ ଏବଂ ନିତା ଅମ୍ବାନୀ କହିଲେ କି ଆମେ ଆମର ଖୁସିକୁ ଆପଣ ସମସ୍ତଙ୍କ ସହିତ ବାଣ୍ଟିବାକୁ ଚାହୁଁଛୁ ଏବଂ ସହରର ହଜାର ହଜାର ପିଲାମାଙ୍କର ଏବଂ ବରିଷ୍ଠ ନାଗରିକଙ୍କର ଆଶୀର୍ବାଦ ପ୍ରାପ୍ତ କରିବାକୁ ଚାହୁଁଛୁ ।