କ୍ୟାନ୍ସରକୁ ହରାଇ ଅନ୍ୟ ଲୋକମାନଙ୍କ ପାଇଁ ପ୍ରେରଣା ବନିଲେ ଏହି ୫ ଜଣ ଷ୍ଟାର, ଇରଫାନଙ୍କ ଠୁ ନେଇ ସୋନାଲିଙ୍କ ନାମ ଅଛି ସାମିଲ, ଦେଖନ୍ତୁ

କ୍ୟାନ୍ସର ଏକ ଗମ୍ଭୀର ରୋଗ ଅଟେ । ଯଦି ଏହି ରୋଗ ବିଷୟରେ ପ୍ରଥମରୁ ଜଣା ପଡିଯିବ ତେବେ ସବୁ ଠିକ କରାଯାଇ ପାରିବ । ଡେରି ହୋଇଗଲେ ଏହାର ଚିକିଶ୍ଚା କଷ୍ଟ ଅଟେ । କ୍ୟାନ୍ସର କାହାକୁ ବି ହୋଇପାରେ । ସାଧାରଣ ଲୋକମାନଙ୍କ ଠାରୁ ନେଇ ସୁପରଷ୍ଟାରଙ୍କୁ ବି କ୍ୟାନ୍ସର ହୋଇପାରେ । କିଛି ଷ୍ଟାର ତ କ୍ୟାନ୍ସର କାରଣରୁ ଆମକୁ ଛାଡି ଚାଲି ଯାଇଛନ୍ତି । କିନ୍ତୁ କିଛି ଷ୍ଟାର ଏହାର ସାମ୍ନା କରି କ୍ୟାନ୍ସର ଭଳି ରୋଗରୁ ମୁକ୍ତି ପାଇଛନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ଷ୍ଟାରମାନଙ୍କ କଥା କହିବାକୁ ଯାଉଛୁ । ଯେଉଁମାନଙ୍କୁ କ୍ୟାନ୍ସର ହେଲା ଓ ସେମାନେ କ୍ୟାନ୍ସର ବିରୁଦ୍ଧରେ ଯୁଦ୍ଧ ବି ଜିତିଛନ୍ତି ।

ମନୀଷା କୋଇରାଲା

ବଲୀଉଡର ସୁନ୍ଦରୀ ଅଭିନେତ୍ରୀ ମନୀଷା କୋଇରାଲା ବି କ୍ୟାନ୍ସର ପୀଡିତ ହୋଇସାରିଛନ୍ତି । ତାଙ୍କୁ ୨୦୧୨ରେ ଓବେରିୟନ କ୍ୟାନ୍ସର ହୋଇଥିଲା । ଯାହା ପରେ ସେ ନ୍ୟୁୟର୍କ ଯାଇ ନିଜର ଚିକିଶ୍ଚା କରାଇଥିଲେ । ବର୍ତ୍ତମାନ ମନୀଷା ଏକ ସୁସ୍ଥ ଜୀବନ ଯାପନ କରୁଛନ୍ତି ।

ଋଷି କପୁର

ଋଷି କପୁର ନିଜ ଜମାନାରେ ସବୁଠୁ ପ୍ରସିଦ୍ଧ ରୋମାଣ୍ଟିକ ହିରୋ ଥିଲେ । ୬୬ ବର୍ଷର ଋଷି କପୂର ଗତ ବର୍ଷ ବହୁତ ଅସୁସ୍ଥ ଥିଲେ ଓ ନ୍ୟୁୟର୍କରେ କ୍ୟାନ୍ସରର ଚିକିଶ୍ଚା କରାଉଥିଲେ । କିନ୍ତୁ ବର୍ତ୍ତମାନ ହିଁ ସେ କ୍ୟାନ୍ସର ଯୁଦ୍ଧ ଜିତି ମୁମ୍ବାଇ ଫେରି ଆସିଛନ୍ତି ।

ସୋନାଲୀ ବିନ୍ଦ୍ରେ

କିଛି ଦିନ ପୂର୍ବେ ସୋନାଲୀ ବିନ୍ଦ୍ରେ ବି ନିଜର ଇଂଷ୍ଟାଗ୍ରାମ ଆକାଉଣ୍ଟରେ କହିଥିଲେ କି ତାଙ୍କୁ ହାଈ ଗ୍ରେଡ କ୍ୟାନ୍ସର ହୋଇଥିଲା ଓ ସେ ଚିକିଶ୍ଚା ପାଇଁ ନ୍ୟୁୟର୍କ ଯାଉଛନ୍ତି । ଏହା ପରେ ବହୁତ ମାସ ପର୍ଯ୍ୟନ୍ତ ନ୍ୟୁୟର୍କରେ ରହି ସେ ନିଜର ଚିକିଶ୍ଚା କରିବା ପରେ ପୁଣି ଥରେ ଇଣ୍ଡିଆ ଫେରି ଆସିଲେ ଓ ଏକ ସୁସ୍ଥ ଜୀବନ ଯାପନ କରୁଛନ୍ତି ।

ଇରଫାନ ଖାନ

ଇରଫାନ ଖାନଙ୍କର ନାମ ବଲୀଉଡର ସର୍ବଶ୍ରେଷ୍ଠ ଅଭିନେତାମାନଙ୍କ ମଧ୍ୟରେ ସାମିଲ ଅଛି । କହିଦେଉଛୁ କି ଇରଫାନ ବି ନ୍ୟୁରୋଏଂଡୋକ୍ରାଇନ ଟ୍ୟୁମର ରୋଗରେ ପୀଡିତ ଥିଲେ, ଯାହା ଏକ ପ୍ରକାରର କ୍ୟାନ୍ସର ଅଟେ । କିନ୍ତୁ ବର୍ତ୍ତମାନ ବହୁତ ସମୟର ଚିକିଶ୍ଚା ପରେ ସେ ଠିକ ହୋଇ ଭାରତକୁ ଫେରି ଆସିଛନ୍ତି ।

ତାହିରା କଶ୍ୟପ

ଆପଣଙ୍କୁ କହିଦେଉଛୁ କି ଗତ ବର୍ଷ ଆଯୁଷ୍ମାନ ଖୁରାନଙ୍କ ଜନ୍ମଦିନରେ ଏହି କଥା ସାମ୍ନାକୁ ଆସିଥିଲା କି ତାଙ୍କର ପତ୍ନୀ ତାହିରା କଶ୍ୟପ ବ୍ରେସ୍ଟ କ୍ୟାନ୍ସରରେ ପୀଡିତ ଅଛନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କର ସ୍ଥିତି ସାମାନ୍ୟ ଅଛି ଓ ସେ ଏକ ସାଧାରଣ ଜୀବନ ଯାପନ କରୁଛନ୍ତି ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।