ଗ୍ୟାସ ସିଲିଣ୍ଡର ଗ୍ରାହକମାନଙ୍କ ପାଇଁ ଭଲ ଖବର, ଏବେ ଗୋଟିଏ ବର୍ଷ ପାଇଁ ବଢିପାରେ ଏହି ସ୍କିମର ଅବଧି

କରୋନାର ବଢୁଥିବା ସଂକ୍ରମଣ ମଧ୍ୟରେ ଯେତେବେଳେ ଉଜ୍ଜ୍ୱଳା ଯୋଜନା ଅନୁସାରେ ଏଲପିଜି କନେକ୍ସନ ହାସଲ କରିଥିବା ଲୋକମାନଙ୍କ ପାଇଁ ଭଲ ଖବର ଆସି ଯାଇଛି । ଖବର ଅନୁସାରେ ଜୁଲାଇ ୨୦୨୦କୁ ଶେଷ ହେବାକୁ ଯାଉଥିବା ଈଏମଆଈ ଡେଫରମେଂଟ ସ୍କୀମର ଅବଧିକୁ ତେଲ କମ୍ପାନୀମାନେ ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ବଢାଇ ପାରନ୍ତି ।

ଯଦି ଏହିଭଳି ହେଉଛି ତେବେ ପୁଣି ଥରେ ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ଉଜ୍ଜ୍ୱଲା ଯୋଜନା ଅନୁସାରେ ଏଲପିଜି ସିଲିଣ୍ଡର କ୍ରୟ କରିବା ସମୟରେ ଗ୍ରାହକମାନଙ୍କୁ ଇଏମଆଇର କୌଣସି ବି ରାଶି ତେଲ କମ୍ପାନୀମାନଙ୍କୁ ଦେବାକୁ ପଡିବ ନାହିଁ । କହିଦେଉଛୁ କି ଉଜ୍ଜ୍ୱଳା ଯୋଜନା ଅନୁସାରେ ଏଲପିଜି କନେକ୍ସନରେ ମୋଟ ସ୍ଟୋଭ ସହିତ ୩୨୦୦ ଟଙ୍କା ଆସିଥାଏ । ଏଥିରେ ୧୬୦୦ ଟଙ୍କାର ସବ୍ସିଡୀ ସରକାରଙ୍କ ତରଫରୁ ଓ ୧୬୦୦ ଟଙ୍କା ତେଲ କମ୍ପାନୀ ତରଫରୁ ଦିଆଯାଇଥାଏ । କିନ୍ତୁ ପରେ ତେଲ କମ୍ପାନୀକୁ ଏହି ଟଙ୍କା ଦେବାକୁ ପଡିଥାଏ ।

ଆପଣଙ୍କୁ କହିଦେଉଛୁ କି ଗ୍ରାହକ ସିଲିଣ୍ଡରକୁ ରିଫିଲ କରିବାକୁ ଯାଇଥାଏ ଯାହା ସବ୍ସିଡୀ ରୂପରେ ଗ୍ରାହକମାନଙ୍କ ବ୍ୟାଙ୍କ ଖାତାରେ ଆସିବା ଦରକାର, କିନ୍ତୁ ତାହା ତାଙ୍କ ଖାତାକୁ ନ ଆସି କମ୍ପାନୀର ବ୍ୟାଙ୍କକୁ ଯାଇ ଥାଏ । ତେଲ କମ୍ପାନୀକୁ ୧୬୦୦ ଟଙ୍କା ପ୍ରାପ୍ତ କରିବା ପର୍ଯ୍ୟନ୍ତ ସବ୍ସିଡୀ ଦିଆ ଯାଇଥାଏ ।