ସୁଶାନ୍ତଙ୍କର ଗର୍ଲଫ୍ରେଂଡ ଲିସ୍ଟରେ ଯୋଡା ହେଲା ଏହି ନୂଆ ଏକ୍ଟ୍ରେସର ନାମ, ସାରାଙ୍କ ପରେ ଏବେ ଏହି ଅଭିନେତ୍ରୀଙ୍କୁ କରୁଛନ୍ତି ଡେଟ

ଛୋଟ ପରଦାରୁ ଅଭିନୟ ଆରମ୍ଭ କରିଥବା ସୁଶାନ୍ତ ସିଂହ ରାଜପୁତ ଆଜି ବଲୀଉଡର ଏକ ଜଣା – ଶୁଣା ଅଭିନେତା ଅଟନ୍ତି । ସୁଶାନ୍ତଙ୍କୁ ପ୍ରଥମ ବ୍ରେକ ଜିଟିବି ର ଶୋ ‘ପବିତ୍ର ରିଶ୍ତା’ ରେ ମିଳିଥିଲା । ଏହି ସିରିୟଲ ଦ୍ଵାରା ସେ ଘରେ ଘରେ ଫେମସ ହୋଇଥିଲେ । ଏହା ପରେ ବଲୀଉଡରେ ତାଙ୍କର ଏଣ୍ଟ୍ରି ଫିଲ୍ମ ‘କାଈ ପୋ ଚେ’ରୁ ହୋଇଥିଲା । ଏହି ଫିଲ୍ମଟି ହିଟ ପ୍ରମାଣିତ ହୋଇଗଲା ।

ଓ ସୁଶାନ୍ତ ଇଣ୍ଡଷ୍ଟ୍ରିର ଏକ ଜଣ ଶୁଣା ଚେହେରା ହୋଇଗଲେ । ବର୍ତ୍ତମାନ ହିଁ ତାଙ୍କର ଫିଲ୍ମ ‘କେଦାରନାଥ’ ବକ୍ସ ଅଫିସରେ ଭଲ ଆୟ କରିଛି । କିନ୍ତୁ ବର୍ତ୍ତମାନ ସେ ନିଜର ପ୍ରୋଫେଶନଲ ଲାଇଫରୁ ଅଧିକ ପର୍ସନଲ ଲାଇଫ ପାଇଁ ଅଧିକ ଚର୍ଚାରେ ଅଛନ୍ତି ।

କରୁଛନ୍ତି ଏହି ଅଭିନେତ୍ରୀଙ୍କୁ ଡେଟ

ସୁଶାନ୍ତଙ୍କର ନାମ ପ୍ରାୟତଃ ବଲୀଉଡର ଅଭିନେତ୍ରୀଙ୍କ ସହ ଯୋଡି ଥାଏ । ସର୍ବେ ପ୍ରଥେମ ସୁଶାନ୍ତ ଟିବି ଏକ୍ଟ୍ରେସ ଅଙ୍କିତା ଲୋଖଣ୍ଡେଙ୍କୁ ଡେଟ କରୁଥିଲେ । କିନ୍ତୁ ବଲୀଉଡରେ ଆସିବା ପରେ ସେ ଅଭିନେତ୍ରୀ କୃତି ସୈନନକୁ ଡେଟ କରିବାକୁ ଲାଗିଲେ । କିନ୍ତୁ ଯେତେବେଳ ସୁଶାନ୍ତଙ୍କୁ ଏହି କଥା ବିଷୟରେ ପଚରାଗଲା ତେବେ ସେ ଏହାକୁ ଅଫୱାହ ବୋଲି କହିଲେ । କିନ୍ତୁ ବର୍ତ୍ତମାନ ରିପୋର୍ଟ ଆସୁଛି କି ସୁଶାନ୍ତଙ୍କର ହୃଦୟ ବର୍ତ୍ତମାନ ଅଭିନେତ୍ରୀ ରିହା ଚକ୍ରବର୍ତୀଙ୍କ ପାଇଁ ଧଡକୁଛି ।

କିନ୍ତୁ ସେମାନେ ନିଜକୁ ଏକ ଭଲ ବନ୍ଧୁ ବୋଲି କହୁଛନ୍ତି । ଦୁଇ ଜଣ ପ୍ରାୟତଃ ଏକା ସହିତ ସ୍ପଟ ହୋଇ ସାରିଛନ୍ତି । କିଛି ଦିନ ତଳେ ସୁଶାନ୍ତ ଓ ରିହା ସୁଶାନ୍ତଙ୍କର ଲୋନାବାଲା ଘରେ ମସ୍ତି କରୁଥିବାର ନଜର ଆସିଥିଲେ । ଖବର ଅନୁସାରେ ଦୁଇ ଜଣ ଡ଼େଟିଙ୍ଗର କଥାକୁ ସୀକ୍ରେଟ ରଖିବାକୁ ଚାହୁଁଛନ୍ତି । ସେଥିପାଇଁ ମିଡିୟା ସାମନାରେ ସେମାନେ ନିଜର ସମ୍ପର୍କ ବିଷୟରେ କିଛି ବି କୁହନ୍ତି ନାହିଁ ।

ଶ୍ରଦ୍ଧା କପୂରଙ୍କ ସହ ନଜର ଆସିବେ

ସୁଶାନ୍ତ ଟିବି ଓ ବଲୀଉଡ ଇଣ୍ଡଷ୍ଟ୍ରିରେ ନିଜର ପରିଚିତ କରିବା ପାଇଁ ବହୁତ ପରିଶ୍ରମ ବି କରିଛନ୍ତି । ‘କାଈ ପୋ ଚେ’ ପରେ ସେ ବଲୀଉଡ ଅନ୍ୟ ଫିଲ୍ମ ଗୁଡିକରେ ବି ନଜର ଆସିଛନ୍ତି । ବର୍ତ୍ତମାନ ହିଁ ରିଲିଜ ହୋଇଥିବା ତାଙ୍କର ଫିଲ୍ମ ’କେଦାରନାଥ’ରେ ସୁଶାନ୍ତ ସାରା ଅଲୀ ଖାନଙ୍କ ସହ ନଜର ଆସିଥିଲେ । ଏହି ଫିଲ୍ମ ପରେ ସାରା ଓ ସୁଶାନ୍ତଙ୍କର ଆଫେୟାର ଚର୍ଚା ବି ହେଉଥିଲା ।

କିନ୍ତୁ ମିଡିୟା ରିପୋର୍ଟସ ଅନୁସାରେ ବର୍ତ୍ତମାନ ଏମାନଙ୍କର ବି ବ୍ରେକଅପ ହୋଇ ଯାଇଛି । କାମ ବିଷୟରେ କହିଲେ ବର୍ତ୍ତମାନ ସୁଶାନ୍ତ ନିଜର ଆଗାମୀ ଫିଲ୍ମ ‘ ଛିଛୋରେ’ ର ଶୁଟିଙ୍ଗରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ସେ ଶ୍ରଦ୍ଧା କପୂରଙ୍କ ସହ ନଜର ଆସିବେ ।